ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ବିଜୁ ଜୟନ୍ତୀରେ ବିଜେଡି ର ଜନସମାବେଶ 

ପାପଡାହାଣ୍ଡି,5/03, ମନିସ — – ନବରଙ୍ଗପୁର ଜିଲ୍ଲା ଡାବୁଗାଁ ନିର୍ବାଚନ ମଣ୍ଡଳୀ ସ୍ତରୀୟ ବିଜୁ ଜୟନ୍ତୀ ଡ଼ଙ୍ଗରା ଠାରେ ପାଳନ ହୋଇଯାଇଛି | ଏହି ଅବସରରେ ବିଜେଡି ର ବିଶାଳ ଜନସମାବେଶ ଆୟୋଜନ କରାଯଇଥିଲା |ଏହି କାର୍ଯ୍ୟକ୍ରମ ରେ ଡାବୁଗାଁ ନିର୍ବାଚନ ମଣ୍ଡଳୀ ର ତିନୋଟି ବ୍ଲକ ପାପଡାହାଣ୍ଡି, ଡାବୁଗାଁ ଏବଂ କସାଗୁମୁଡା ର ହଜାର ସଂଖକ , ଯୁବ, ମହିଳା ଓ ପୁରୁଷ ବିଜେଡି କର୍ମୀ ସାମିଲ ହୋଇଥିଲେ |ପାପଡାହାଣ୍ଡି ବ୍ଲକ ଡଙ୍ଗରା ପଂଚାୟତ ସଦର ଗ୍ରାମ ଠାରେ ଡାବୁଗାଁ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧକ୍ଷ ମନୋହର ରନ୍ଧାରୀ ଙ୍କ ତତ୍ୱାବଧାନ ରେ ଏହି କାର୍ଯ୍ୟକ୍ରମ ଟି ଆୟୋଜନ ହଇଥିଲା | ସଭା ଆରମ୍ଭ ରୁ ପ୍ରଥମେ ବିଜୁ ବାବୁଙ୍କ ଫୋଟ ଚିତ୍ରରେ ପୁଷ୍ପ ମାଲ୍ୟା ଅର୍ପଣ କରି ଦୀପ ପ୍ରଜ୍ୱଳନ କରାଯାଇ ସଭା ଆରମ୍ଭ କରାଯାଇଥିଲା |ଏହି କାର୍ଯ୍ୟକ୍ରମ ରେ ତିନୋଟି ବ୍ଲକ ର ବିଜୁ ପ୍ରେମୀ ତଥା ବିଜେଡି ର ଟାଣୁଆ ନେତା ମାନେ ଉପସ୍ଥିତ ଥିଲେ | ଏହି ଅବସରରେ ଯେଉଁ ମାନେ ବିଜୁ ବାବୁଙ୍କ ସହ କାମ କରି , ପରବର୍ତୀ ସମୟରେ ବିଜେଡିକୁ ସଶକ୍ତ କରିଥିଲେ ପ୍ରାୟ 100ରୁ ଉର୍ଦ୍ଧ ପୁରୁଣା କର୍ମୀ ଙ୍କୁ ମାନ ପତ୍ର ଓ ଉପଢୌକନ ରନ୍ଧରୀ ଙ୍କ ଦ୍ୱାରା ପ୍ରଦାନ କରାଯାଇଥିଲା | ରନ୍ଧାରୀ ବିଜୁ ବାବୁଙ୍କ ତାଙ୍କ ବୀରତ୍ୱ ଗାଥା ଓ ଓଡିଶା ପ୍ରତି ବିଜୁ ବାବୁଙ୍କ ଅବଦାନ ର ଗୁଣ ଗାନ କରିଥିଲେ | ଓଡିଶା ରେ ତାଙ୍କ ସୁପୁତ୍ର ନବୀନ ପଟନାୟକ ଙ୍କର ବିକଳ୍ପ ନଥିବାରୁ କହିବାସହ ଆଗାମୀ 2024 ବିଧାନସଭା ନିର୍ବାଚନ ରେ ସମସ୍ତ ଦଲିଓ କର୍ମୀ ଏକତ୍ରିତ ହୋଇ ନବୀନ ପଟନାୟକ ଙ୍କ ହାତ ମୁଠାକୁ ଟାଣ କରିବାକୁ ଅବହ୍ୱାନ ଦେଇଥିଲେ | ଶେଷରେ ଉପସ୍ଥିତ ସମସ୍ତ ଦଲିଓ କର୍ମୀ ଙ୍କ ଉପସ୍ଥିତ ରେ ଏକ ଶପଥ ପାଠ କରାଯାଇଥିଲା |ଏହି ଶପଥ ପଥରେ ବିଜେଡିକୁ ସଶକ୍ତି କରିବାପାଇଁ ନିଷ୍ପତି ନିଆଯାଇଥିଲା |ଆଜିର ଏହି ସମ୍ପୂର୍ଣ କାର୍ଯ୍ୟକ୍ରମ କୁ ନବରଙ୍ଗପୁର ଜିଲ୍ଲା ବିଜେଡି ଉପସଭାପତି ସ୍ୱାଧୀନ ପଟନାୟକ ସଭାପତିତ୍ୱ କରିଥିଲେ | ଏହି କାର୍ଯ୍ୟକ୍ରମ ରେ ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ଅଧକ୍ଷ ମୋତିରାମ ନାୟକ , ଜିଲ୍ଲା ଉପସଭାପତି ବଦ୍ରିନାରାୟଣ ସିଂଘ , ଏମ . ଆପରାଓ , ବୁଲୁ ରାଓ , ପ୍ରହଲ୍ଲାଦ ଅଗ୍ରୱାଲ, ବ୍ଲକ ଉପାଧ୍ୟକ୍ଷ ସୁଶାନ୍ତ ବେହେରା , ବ୍ଲକ ଅଧକ୍ଷା ହେମଲତା ମାଝୀ , ବୀଣା ମାଝୀ, ମହାନ ମାଝୀ , ସୁରି ମିଶ୍ର , ଗୁପ୍ତ ପଟନାୟକ, ଡମୁ ଅଗ୍ରୱାଲ ଉପସ୍ଥିତ ଥିଲେ |

ପାପଡାହାଣ୍ଡି ରୁ ସ୍ବପ୍ନଜିତ ପଟନାୟକ ଙ୍କ ରିପୋର୍ଟ 

Related posts

ଜନ ସମର୍ଥନ ପାଇଁ କୋକସରା ବ୍ଲକରେ ବିଜେପି ସାଂସଦ ପ୍ରାର୍ଥିନୀ ମାଲବିକା କେଶରୀ ଦେଓ

masiha

ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା କାର୍ଯ୍ୟାଳୟରେ ଗୁଣ୍ଡୁରିଆ ସହିଦ ଦିବସ ନେଇ ପ୍ରସ୍ତୁତି ବୈଠକ

Sunil Chandra Nayak

ବିଜେପି ପକ୍ଷରୁ ଦୂର୍ନିତୀ ବିରୋଧରେ ଜନଆକ୍ରୋଶ ଶୋଭା ଯାତ୍ରା ଓ ବ୍ଲକ ଘେରାଉ

masiha

Leave a Comment

error: Content is protected !!