ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ସମ୍ବାଦ ଦାତା ସମ୍ମିଳନୀ

ସମ୍ବାଦ ଦାତା ସମ୍ମିଳନୀ

ନବରଙ୍ଗପୁର ତା ୨୦.୧୨.୨୩,ଜିଲ୍ଲା କଂଗ୍ରେସ ଓ ଜିଲ୍ଲା କିଶାନ କଂଗ୍ରେସ ତରଫରୁ ମିଳିତ ଭାବେ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ଠାରେ ଏକ ସମ୍ବାଦ ଦାତା ସମ୍ମିଳନୀ ର ଆୟୋଜନ କରା ଯାଇଥିଲା।ସେଥିରେ ସରକାର ଙ୍କ ମଣ୍ଡି ର ଅ-ବ୍ୟବସ୍ତା ଓ କଟନୀ,ଛଟନୀ ଉପରେ ଗୁରୁତ୍ବ ଦିଆ ଯାଇଥିଲା।ଅନ୍ୟ ରାଜ୍ୟ ଅପେକ୍ଷା ଓଡ଼ିଶା ରେ ଧାନ କ୍ଵିଣ୍ଟାଲ ପିଛା କମ ଦର ରେ ସରକାର ଚାଷୀ ଙ୍କ ଠାରୁ କିଣିବା,ସେଥିରେ ପୁଣି କଟନୀ ଛଟନୀ ପାଖା ପାଖି ୧୦ କେଜି କାଟିବା ଦ୍ଵାରା ଚାଷୀ ବଡ଼ ଅସୁବିଧା ର ସମ୍ମୁଖୀନ ହେଉଛନ୍ତି ଏବଂ ସେଟ୍ ଲାଇଟ୍ ବ୍ୟବସ୍ତା ଦ୍ଵାରା ବହୁ ଧାନ ଅଞ୍ଚଳ ଖାଲି ପଡ଼ିଥିବା। ସରକାର କହିବା ଦ୍ଵାରା ଚାଷୀ ଘୋର ଅସୁବିଧାର ସମ୍ମୁଖିନ ହେଉଛନ୍ତି।ଜିଲ୍ଲା କଂଗ୍ରେସ ଏଥିପାଇଁ ୧୫ ଦିନ ଭିତରେ ଚାଷୀ ଯଦି ସମସ୍ୟାରେ ପଡନ୍ତି, ତେବେ ଜିଲ୍ଲା କଂଗ୍ରେସ ରାଜ ରାସ୍ତା କୁ ଓହ୍ଲାଇବ ବୋଲି ସଭାପତି କହିଛନ୍ତି।

ଦ୍ୱିତୀୟ ରେ ନବରଙ୍ଗପୁର ଜିଲ୍ଲାରେ ଆଜି ସୁଦ୍ଧା ପାଖା ପାଖି ୨୦ ହଜାର ଚାଷୀ ଡିପ ବୋରୱେଲ ପାଇଁ ଟଙ୍କା ପୈଠ କରିଛନ୍ତି।ଏବଂ ସମୟ ଅବଧି ସୁଦ୍ଧା ୨୫ ହଜାର ଚାଷୀ ପଞ୍ଜିକୃତ କରିବା ଅନୁମାନ କରାଯାଏ, ଯାହାର ଆନୁମାନିକ ପ୍ରାୟ ୩୦ କୋଟି ଟଙ୍କା lଏହି ଜିଲ୍ଲାର ଚାଷୀ ଉଠା ଜଳସେଚନ ବିଭାଗ କୁ ପୈଠ କରିବେ।ମୁଖ୍ୟ ଯନ୍ତ୍ରୀ ଙ୍କ କହିବା ମୁତାବକ ଏଥିପାଇଁ ୨ ବର୍ଷ ସମୟ ଲାଗିବ।ଏହି ସମସ୍ୟା ମଧ୍ୟରେ ଜମାବନ୍ଧି ଜମି ରେ ବିଦ୍ୟୁତ ସଂଯୋଗ ଓ ଜଳସ୍ତର କୁ ନେଇ ଅନେକ ସମସ୍ୟା ଉପୁଜିବା ସମ୍ଭାବନା ଥିବା ହେତୁ ସରକାର ସ୍ପଷ୍ଟଭାବେ ଏଥି ପାଇଁ ସ୍ପଷ୍ଠୀ କରଣ ଦେଇ ଏହି ବୋରୱେଲ୍ କାର୍ଯ୍ୟକ୍ରମ ହାତକୁ ନ ନେଲେ ଚାଷୀ ମାନେ ନାନା ସମସ୍ୟା ର ସମୁଖୀନ ହେବେ।ବର୍ତ୍ତମାନ ଦଲାଲ ମାନଙ୍କ ଠାରେ କ୍ଵିଣ୍ଟାଲ ପିଛା ୧୭୦୦ ଟଙ୍କା ରେ ଧାନ ବିକ୍ରି କରି ବୋରୱେଲ୍ ପାଇଁ ଟଙ୍କା ପୈଠ କରିଛନ୍ତି ଯଦ୍ୱାରା ଆସନ୍ତା ଚାଷ ଦିନରେ ବିହନ ସମସ୍ୟା ସହ ଚାଷୀଙ୍କ ପରିବାର ପ୍ରତି ପୋଷଣ ପାଇଁ ଘୋର ଅସୁବିଧାର ସମ୍ମୁଖିନ ହେବେ।ଗତ ୨୦୧୮ ମସିହା ଠାରୁ ୨୦୨୩ ସୁଦ୍ଧା ଜମା ଦେଇଥିବା ୨୮ ସହ ବୋରୱେଲ ମଧ୍ୟରୁ ପାଖାପାଖି ୧୧୦୦ ସହ ବୋରୱେଲ ଖନନ ହୋଇ ପାରିନାହିଁ।ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ମୁନା ତ୍ରିପାଠୀ ଚାଷୀ ଙ୍କ ସମସ୍ୟା ପାଇଁ କଂଗ୍ରେସ ସଦାବେଳେ ରହିଛି ଓ ରହିଥିବା ବୋଲି ଦୃଢୋକ୍ତି ଦେବା ସହ କିଶାନ କଂଗ୍ରେସ ସଭାପତି ଶ୍ରୀ ମହେଶ୍ୱର ଭତରା ଚାଷୀଙ୍କର ଆଜି ସୁଦ୍ଧା ବୋର ୱେଲ୍ ଖନନ ନହୋଇ ରହି ଥିବା ରସିଦ କୁ ଲୋକଙ୍କ ସାମ୍ନାରେ ରଖିଥିଲେ।ଆଜିର ଏହି ସମ୍ବାଦ ଦାତା ସମ୍ମିଳନୀ ରେ ଅନ୍ୟମାନଙ୍କ ମଧ୍ୟ ରେ ଜିଲ୍ଲା କିଶାନ ସେଲ ସଭାପତି ଶ୍ରୀ ମହେଶ୍ୱର ଭତରା,ଜିଲ୍ଲା ଏସି ସେଲ୍ ସଭାପତି ଅର୍ଜୁନ ସମରଥ, ସୁବାଷ ସାଗର,ମେଙ୍ଗ ହରିଜନ,ଅଗ୍ନିପୂର ସରପଞ୍ଚ ତଥା ଜିଲ୍ଲା ଆଇଏନଟିୟୁସି ସଭାପତି ଦିବାକର ପୂଜାରୀ,ପାଲିଆ ସରପଞ୍ଚ ପବିତ୍ର ସାନ୍ତା,ନବରଙ୍ଗପୁର ବ୍ଲକ କଂଗ୍ରେସ ସଭାପତି ଅବଦୁଲ ଫିରୋଜ,ନବରଙ୍ଗପୁର ନଗର କଂଗ୍ରେସ ସଭାପତି ପ୍ରଦୀପ ସାହୁ, ଆର ଜୀ ବି ୱାଇ ସଂଯୋଜକ ପ୍ରକାଶ ସାମନ୍ତରାୟ,ଶ୍ରୀଧର ସଗରୀୟା ପ୍ରମୁଖ ଉପସ୍ଥିତ ଥିଲେ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ରାୟଗଡ଼ା ଜିଲ୍ଲା ବିଜେଡିର ସାମ୍ବାଦିକ ସମ୍ମିଳନୀ — ମହାଭାରତ ଶେଷ ଧର୍ମର ଜୟ ସୁଧୀର ଙ୍କ କଟଷ

Sunil Chandra Nayak

ବିଜେପି ପକ୍ଷରୁ ବ୍ଲକ କାର୍ଯ୍ୟାଳୟ ଘେରାଉ 

Sunil Chandra Nayak

ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଜନମାରଣନୀତି ବିରୋଧରେ ୯ ଦଫା ସମ୍ବଳିତ ଦୁର୍ନୀତି ଦାବି ନେଇ ଯାମଦା ବ୍ଳକ କଂଗ୍ରେସ କମିଟି ପକ୍ଷରୁ ବ୍ଳକ କାର୍ଯ୍ୟାଳୟ ଘେରାଉ 

masiha

Leave a Comment

error: Content is protected !!