ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଦଲକି ଗ୍ରାମରେ ‘ ହୋ ଗାଲାଙ୍ଗ ସ୍ଥାପନା ଦିବସ’ ଅବସରରେ ରାଜ୍ୟ ଜଙ୍ଗଲ ଓ ପରିଵେଶ ମନ୍ତ୍ରୀ ଙ୍କ ଯୋଗଦାନ 

ଦଲକି ଗ୍ରାମରେ ‘ ହୋ ଗାଲାଙ୍ଗ ସ୍ଥାପନା ଦିବସ’ ଅବସରରେ ରାଜ୍ୟ ଜଙ୍ଗଲ ଓ ପରିଵେଶ ମନ୍ତ୍ରୀ ଙ୍କ ଯୋଗଦାନ 

 ମୟୂରଭଞ୍ଜ – ୩/୦୮ ( ମସିହା)ପ୍ରକୃତିର ଵୃକ୍ଷଲତା ଓ ମାନବ ସମାଜ ପରସ୍ପର ପରିପୂରକ ।ମାନବ ସମାଜ ଦ୍ଵାରା ଜଙ୍ଗଲ ସୁରକ୍ଷା ଓ ଜଙ୍ଗଲର ଔଷଧୀୟ ବୃକ୍ଷ ଓ ଜୀବନ ଜୀବିକା ଯୋଗୁଁ ମାନବ ସମାଜ ସୁରକ୍ଷା ସମ୍ଭବ ହୋଇଛି ।  

 ମୟୂରଭଞ୍ଜ ଜିଲ୍ଲାର କୁସୁମି ବ୍ଳକ ଅନ୍ତର୍ଗତ ଦଲକି ଗ୍ରାମର ଅଗ୍ରଣୀ ସ୍ବେଚ୍ଛାସେବୀ ସ୍ପୋର୍ଟିଂ କ୍ଲବ ଆନୁକୁଲ୍ୟରେ ‘ ହୋ ଗାଲାଙ୍ଗ ସ୍ଥାପନା ‘ ଦିବସ ଏବଂ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଇଂ ଗଣେଶ ରାମ ସିଂ ଖୁଣ୍ଟିଆ, କୁସୁମି ବ୍ଳକ ଅଧ୍ଯକ୍ଷା ମାଧେ ପୂର୍ତ୍ତି,ସମାଜସେବୀ ଇଂ ପିଣ୍ଟୁ ସାହୁ, ବିଶିଷ୍ଟ ହୋସମାଜର ସମାଜସେବୀ ତଥା ହୋଭାଷା ଓ ସଂସ୍କୃତିପ୍ରେମୀ ଜିସୁନ ଜେରାଇ, ସମାଜସେବୀ ମୁନା ପ୍ରତିହାରୀ,ବିପିନ ମହାନ୍ତ,ନାଣ୍ଡୁ ସାହୁ,ହରି ସାହୁ,ଅନୁଷ୍ଠାନର ପ୍ରତିଷ୍ଠାତା ଗିରିଶ ଚନ୍ଦ୍ର ହେମ୍ବ୍ରମ,ସଭାପତି ଗଙ୍ଗାଧର ହେମ୍ବ୍ରମ, ସଂପାଦକ ମହାନ୍ତି ଜେରାଇ, ବିଶିଷ୍ଟ ହୋ ସଂଗଠକ ଡାକ୍ତର ହେମ୍ବ୍ରମ ଏବଂ ହୋ ସମାଜର ବୁଦ୍ଧିଜୀବୀ, ମାନ୍ୟଗଣ୍ୟ ବ୍ୟକ୍ତି,ଲେଖକ,କବି, ସଂସ୍କୃତିପ୍ରେମୀ ଏବଂ ବାଦାମପାହାଡ ବନାଞ୍ଚଳ କର୍ମଚାରୀ ପ୍ରମୁଖ ଯୋଗଦେଇଥିଲେ । ହୋ ସମାଜର ଆବାଳବୃଦ୍ଧବନିତା ଏବଂ କମିଟି ସଦସ୍ୟଵୃନ୍ଦ ଯୋଗଦେଇ ମୁଖ୍ଯ ଅତିଥିଙ୍କୁ ବିଶାଳ ପୁଷ୍ପମାଳା ଓ ଉତ୍ତରୀୟ ଦେଇ ସ୍ବାଗତ ସମ୍ବର୍ଦ୍ଧନା କରିଥିଲେ ।ପରେ ଅତିଥିଗଣ ଆଦିବାସୀ ସମାଜର ଆଇକନ ଶହୀଦ ଵୀର୍ସା ମୁଣ୍ଡା ଏବଂ ହୋ ଭାଷା ‘ଓ୍ବାରାଂଚିତି’ ଲିପି ସ୍ରଷ୍ଟା ଗୁରୁ ଲାକୋ ଵଦ୍ରାଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଦେଇ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।ପରେ ଖେଳ ପଡ଼ିଆରେ ବିଭିନ୍ନ ପ୍ରକାର ମୂଲ୍ୟବାନ ଗଛ ମନ୍ତ୍ରୀ ରୋପଣ କରିବା ସହ ଅନ୍ୟ ମାନଙ୍କୁ ବୃକ୍ଷରୋପଣ ପାଇଁ ପ୍ରେରଣା ଓ ଉତ୍ସାହ ପ୍ରଦାନ କରିଥିଲେ ।ପରେ ‘ହୋ ଗାଲାଙ୍ଗ ସ୍ଥାପନା ଦିବସ ‘କାର୍ଯ୍ୟକ୍ରମ ପାଇଁ ଆୟୋଜିତ ହୋଇଥିବା ସଭାମଂଚରେ ଯୋଗ ଦେଇଥିଲେ ।ସଭାପତି ଗଙ୍ଗାଧର ହେମ୍ବ୍ରମ ହୋସମାଜ ପାଇଁ ତାଙ୍କ କମିଟି ବହୁବିଧ କାର୍ଯ୍ୟକ୍ରମ ବର୍ଷ ତମାମ ଆୟୋଜନ କରି ଆସୁଛି ।ବିଶେଷତଃ ଗରୀବ ଛୁଆମାନଙ୍କୁ ପାଠ ପଢ଼ାଇବା, କୃଷକମାନଙ୍କୁ ଉତ୍ସାହିତ କରିବା, ମହିଳାମାନଙ୍କୁ ସଶକ୍ତ ଓ ସ୍ବାବଲମ୍ବୀ କରାଇବା,ରକ୍ତଦାନ ଶିବିର,ବୃକ୍ଷ ରୋପଣ,ହୋ ଭାଷାଭାଷୀ ଅଂଚଳରେ ହୋ ଭାଷା ଓ ସଂସ୍କୃତି ପ୍ରଚାର ଓ ପ୍ରସାର, ହୋ ସମାଜର ଲୋକଙ୍କ ଭିତରେ ଥିବା ସୁପ୍ତ ପ୍ରତିଭା ବିକାଶ ପାଇଁ ପ୍ରଚେଷ୍ଟା,ଗରୀବ ଅସହାୟଙ୍କୁ କମ୍ବଳ ଓ ବସ୍ତ୍ର ଵଣ୍ଟନ, ହୋ ଭାଷା ପରୀକ୍ଷା, ଯୁବକମାନଙ୍କୁ ସଚେତନତା କରାଇବା, କୁସଂସ୍କାର ବିରୋଧରେ ଲଢେ଼ଇ,ନିଶା ନିବାରଣ ଭଳି ବହୁବିଧ ସାମାଜିକ କାର୍ଯ୍ୟକ୍ରମ ହାତକୁ ନେଇଛି । ମୁଖ୍ୟ ଅତିଥି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ କହିଥିଲେ ହୋ ସମାଜର ସର୍ବାଙ୍ଗୀନ ଉନ୍ନତି ପାଇଁ ଦଲକି ସ୍ପୋର୍ଟିଙ୍ଗ କ୍ଲବ କର୍ମକର୍ତ୍ତାଙ୍କ ଉଦ୍ୟମ ଓ ପ୍ରଚେଷ୍ଟା ବହୁ ପ୍ରଶଂସନୀୟ, ସାଧୁବାଦ । ସମସ୍ତେ ସମାଜ ,ଭାଷା,ଓ ସଂସ୍କୃତିର ଉନ୍ନତି ପାଇଁ ଚେଷ୍ଟା କରିବା ଦରକାର ।ତଦସହ ସମସ୍ତେ ନିଜେ ଗୋଟିଏ ଗଛ ଲଗାଇବା ସହ ପଡୋଶୀ, ସାଙ୍ଗ,ସାଥୀ,ଵଂଧୁବାନ୍ଧଵ ସମସ୍ତଙ୍କୁ ଗଛ ଲଗାଇବା ପାଇଁ ଅନୁରୋଧ ଓ ପ୍ରେରଣା କରିବା ଉଚିତ ।ବୃକ୍ଷ ହିଁ ଜୀବନ ।ବୃକ୍ଷ ଵାୟୂମଣ୍ଣଳରୁ ଅଙ୍ଗାରକାମ୍ଳ ଗ୍ରହଣ କରି ମାଗଣାରେ ଆମକୁ ପ୍ରଚୁର ଅମ୍ଳଜାନ ଦେଉଛି ।ବୃକ୍ଷ ମାଟି ସଂରକ୍ଷଣ ସହ ଜଳବାୟୁ ଓ ପରିବେଶ ସୁରକ୍ଷା ରଖିଥାଏ ।ଗଛର ଋଣ ଆମ୍ଭେ କେବେ ସୁଝି ପାରିବା ନାହିଁ । ସମାଜସେବୀ ଜିସୁନ ଜେରାଇ କହିଥିଲେ ଭାଷା ଏକ ସମାଜକୁ ଗୋଟିଏ ସୂତାରେ ଯୋଡି ଥାଏ ଓ ଗୋଟାଏ ଜାତିର ପରିଚୟ ଦେଇଥାଏ ।ପରେ ସମସ୍ତେ ଆବାଳ ବୃଦ୍ଧ ବନିତା ନିଜର ପାରଂପରିକ ବେଶଭୂଷା ପିନ୍ଧି ହାତକୁ ହାତ ଛନ୍ଦି ନୃତ୍ୟ ଗୀତରେ ମସଗୁଲ ହୋଇ ହୋ ଗାଲାଙ୍ଗ ସ୍ଥାପନା ଦିବସ ଆନନ୍ଦ ଓ ଉଲ୍ଲାସର ସହ ପାଳିଥିଲେ ।ପରେ କମିଟି ତରଫରୁ ସମସ୍ତଙ୍କୁ ଅନ୍ନ ବଣ୍ଟନ କରାଯାଇଥିଲା ।ଆୟୋଜକଙ୍କ ଏଭଳି ସାମାଜିକ କାର୍ଯ୍ୟକ୍ରମକୁ ସାଧାରଣରେ ପ୍ରଶଂସା କରାଯାଇଛି ।କାର୍ଯ୍ୟକ୍ରମ ପରିଚାଳନାରେ ଦଲକି ସ୍ପୋର୍ଟିଂ କ୍ଲବ କମିଟିର ସମସ୍ତ ସଦସ୍ୟ ପରିଚାଳନା ରେ ସହଯୋଗ କରିଥିଲେ ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ୍ 

Related posts

ଏକ ମାସ ରୋଜା ପାଳିଲେ ଶିଶୁ ଆସନ୍ତାକାଲି ଇଦ୍

Sunil Chandra Nayak

ଶବ ସତ୍କାର ପାଇଁ ଯିବା ସମୟରେ ମହୁମାଛି ଆକ୍ରମଣ

Sunil Chandra Nayak

ବାରିପଦା ଠାରେ ଜିଲ୍ଲାସ୍ତରୀୟ ଜାତୀୟ ପ୍ରେସ୍ ଦିବସ -୨୦୨୫ ପାଳିତ

Sunil Chandra Nayak

Leave a Comment

error: Content is protected !!