ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନାଡୁଙ୍କ ପରିବାରକୁ ଆବାସ ଘର ମିଳିବ କେବେ ?

ନାଡୁଙ୍କ ପରିବାରକୁ ଆବାସ ଘର ମିଳିବ କେବେ ?

ନବରଙ୍ଗପୁର: (ତା ୦୨/୦୮)(ରବି ନାରାୟଣ ମହାନ୍ତି)-କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଣିତ ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନାରେ କୋଟି କୋଟି ଲୋକ ଉପକୃତ ହେଉଥିବା ବେଳେ ପ୍ରକୃତ ହିତାଧିକାରୀ କିନ୍ତୁ ଏହି ଯୋଜନାରୁ ବାଦ ପଡିଯାଉଛନ୍ତି |ଯୋଉଁଥିପାଇଁ କି କେନ୍ଦ୍ର ସରକାରଙ୍କ ଏହି ଯୋଜନା ଅନେକ ସ୍ଥାନରେ ଫେଲ ମାରିଥିବା ସାଧାରଣରେ ଆଲୋଚନା ହେଉଛି |ପ୍ରକୃତ ହିତାଧିକାରୀ ଯଥା ଗରିବ, ଖଟିଖିଆ, ଦିନ ମଜୁରୀଆ ଭଳି ଅତି ଗରିବ ପରିବାର ଆଜି ଵି ଝାଟିମାଟି କୁଡ଼ିଆ, ଭଙ୍ଗା ଦଦରା ଘର ଓ ପଲିଥିନ ତଳେ ନିଜ ପରିବାର ସହ ବସବାସ କରୁଥିବା ଦୃଷ୍ଟି ଗୋଚର ହେଉଛି |ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକରେ ଏହି ଯୋଜନାଟା ସମ୍ପୂର୍ଣ୍ଣ ଫେଲ ମାରିଥିବା ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଥିବା କର୍ଣ୍ଣଗୋଚର ହେଉଛି |ଉମରକୋଟ ବ୍ଲକ ମୁଣ୍ଡିଗୁଡା ଗ୍ରାମ ପଂଚାୟତ ଅଧୀନରେ ଥିବା ଫୁକାଗୁଡା ଗ୍ରାମର ନାଡୁ ହରିଜନ (୫୦)ଆଜି ଵି ନିଜ ପରିବାର ସହିତ ମାତ୍ର ଦୁଇ ବଖରା ବିଶିଷ୍ଟ ଏକ ମାଟି କୁଡ଼ିଆରେ ଦିନ କାଟୁଥିବା ଦୃଷ୍ଟି ଗୋଚର ହୋଇଛି |ମାଟି କାନ୍ଥରେ କିଛି ଆଜବେଷ୍ଟ ପକେଇ ଘରଟି ନିର୍ମାଣ କରିଛନ୍ତି |ଘରର ଆର୍ଥିକ ସ୍ଥିତି ଏତେ ଖରାପ ଯେ ଯେତେ ଚେଷ୍ଟା କଲେ ମଧ୍ୟ ଘର ଟିଏ ତୋଳି ପାରୁନାହାନ୍ତି |ପରିବାରରେ ନାଡୁଙ୍କୁ ମିଶାଇ ୬ସଦସ୍ୟ |ପୁଅବୋହୁ ଓ ୩ଜଣ ନାତି ନାତୁଣୀ |ପୁଅ ଘର ଚଳେଇବା ପାଇଁ ବର୍ଷର ବାରମାସ ଦାଦନ ଯାଉଥିବା ବେଳେ ବୋହୁ ଘରେ ରହି ପିଲାଛୁଆଙ୍କ ଦେଖାରେଖା କରୁଛି ତ ନାଡୁ ଗାଁରେ ରହି କୁଲିଭୁତି କରିବା ସହ ପରିବାର କୁ ଜଗିରହୁଛି |ଚାଷବାସ କରିବା ପାଇଁ ମାତ୍ର ଗୋଟିଏ ଏକରରୁ ଵି କମ ଜମି ରହିଥିବା ବେଳେ କୁଲିମଜୁରୀ କରିବା ହିଁ ସେମାନଙ୍କ ପେଟପାଟଣା ର ଏକମାତ୍ର ଭରଷା ପାଲଟିଛି |ପଂଚାୟତରୁ ମାତ୍ର ୩୫କେଜି ପିଡ଼ିଏସ ଚାଉଳ ମିଳୁଥିବା ନାଡୁ କହିଛନ୍ତି |ଏପରି ସ୍ଥଳେ ଭଲ ଘରଟିଏ ତିଆରି କରିବା ସେମାନଙ୍କ ପକ୍ଷେ କଠିନ କାର୍ଯ୍ୟ ଭଳି ପ୍ରତୀତ ହେଉଛି |ଏଣୁ ପ୍ରଶାସନ ଉକ୍ତ ପରିବାରକୁ ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନାରେ ସାମିଲ କରି ଘରଟିଏ ପ୍ରଦାନ କଲେ ଉକ୍ତ ପରିବାର ଉପକୃତ ହୁଅନ୍ତେ ବୋଲି ଗ୍ରାମବାସୀ ଦାବୀ କରିଛନ୍ତି |

ମସିହା ନିୟୁଜ୍ ସର୍ଭିସ୍ 

Related posts

ରାଇରଙ୍ଗପୁର ନୂତନ ଜିଲ୍ଲା କ୍ରିୟାନୁଷ୍ଠାନ କମିଟିର ପରିବର୍ଦ୍ଧିତ ବୈଠକ

ରାଷ୍ଟ୍ରୀୟ ସମ୍ମିଳନୀ ହେବା ନିମନ୍ତେ ପ୍ରସ୍ତୁତି ପାଇଁ ଜିଲ୍ଲା ସ୍ତରୀୟ ବୈଠକ 

masiha

ବିଦ୍ୟୁତ ଆଘାତ ଲାଗି ଯୁବକ ମୃତ

Sunil Chandra Nayak

Leave a Comment

error: Content is protected !!