ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜାତୀୟ ସଡ଼କ ସୁରକ୍ଷା ସପ୍ତାହ -୨୦୨୩       

ନବରଙ୍ଗପୁର (ମସିହା) ଜାତୀୟ ସଡକ ସୁରକ୍ଷା ସପ୍ତାହ-୨୦୨୩ ପରିପ୍ରେକ୍ଷୀରେ ନବରଙ୍ଗପୁର ଜିଲ୍ଲା ପୋଲିସ ତରଫରୁ ସଡ଼କ ସୁରକ୍ଷା ସପ୍ତାହ ଜିଲ୍ଲାର ସମସ୍ତ ଥାନାରେ ପାଳିତ ହୋଇଯାଇଛି l ଆଜି ଜିଲ୍ଲା ପୋଲିସ ଆରକ୍ଷୀ ଅଧିକ୍ଷିକା ଏସ. ସୁଶ୍ରୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ସଡ଼କ ନିୟମ ମାନୁଥିବା ଗାଡି ଚାଳକଙ୍କୁ ଚକଲେଟ, ଫୁଲ, ମାଳ ଓ ବିଭିନ୍ନ ପୁରସ୍କାର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା l ଏଥିରେ NCC ର କେଡେଟ , ସ୍କାଉଟ, ସ୍କୁଲ, କଲେଜ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ l ଟ୍ରାଫିକ ନିୟମ ଭାଙ୍ଗୁଥିବା ଚାଳକଙ୍କୁ ହେଲମେଟ, ସିଟ ବେଲ୍ଟ, ଫୋନରେ କଥା ହୋଇ ଗାଡିଚlଳନା ନ କରିବା, over ଲୋଡିଙ୍ଗ ଆଦି ବିଷୟରେ ସଚେତନ କରାଯାଇଥିଲା l ଯମ ଓ ଚିତ୍ରଗୁପ୍ତ ଅଭିନୟ ମାଧ୍ୟମରେ ଏକ ବୃହତ ସଚେତନତା ପାଇଁ ଚେଷ୍ଟା କରାଯାଇଥିଲା l ଟ୍ରାଫିକ ସମ୍ପର୍କିତ ନିୟମ, ପାମ୍ପଲେଟ ଆଦି ବଣ୍ଟନ କରାଯାଇଥିଲା l

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିୟୁଜ୍

Related posts

ଆତ୍ମରକ୍ଷା କୌଶଳ ପ୍ରଶିକ୍ଷଣ ଶିବିର ଉଦଯାପିତ 

Sunil Chandra Nayak

ବିପିୟୁଟି, ଓଡିଶା ରାଉରକେଲାରେ “ଭାରତୀୟ ଜ୍ଞାନ ପ୍ରଣାଳୀ” ଉପରେ ଦୁଇ ଦିନିଆ ଅଧ୍ୟାପକ ବିକାଶ କାର୍ଯ୍ୟକ୍ରମ ଅନୁଷ୍ଠିତ

Sunil Chandra Nayak

ଶ୍ରୀଜଗନ୍ନାଥ ସେବା ପ୍ରତିଷ୍ଠାନ ର ସାଧାରଣ ବେଠକ 

masiha

Leave a Comment

error: Content is protected !!