ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜାତୀୟ ସଡ଼କ ସୁରକ୍ଷା ସପ୍ତାହ -୨୦୨୩       

ନବରଙ୍ଗପୁର (ମସିହା) ଜାତୀୟ ସଡକ ସୁରକ୍ଷା ସପ୍ତାହ-୨୦୨୩ ପରିପ୍ରେକ୍ଷୀରେ ନବରଙ୍ଗପୁର ଜିଲ୍ଲା ପୋଲିସ ତରଫରୁ ସଡ଼କ ସୁରକ୍ଷା ସପ୍ତାହ ଜିଲ୍ଲାର ସମସ୍ତ ଥାନାରେ ପାଳିତ ହୋଇଯାଇଛି l ଆଜି ଜିଲ୍ଲା ପୋଲିସ ଆରକ୍ଷୀ ଅଧିକ୍ଷିକା ଏସ. ସୁଶ୍ରୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ସଡ଼କ ନିୟମ ମାନୁଥିବା ଗାଡି ଚାଳକଙ୍କୁ ଚକଲେଟ, ଫୁଲ, ମାଳ ଓ ବିଭିନ୍ନ ପୁରସ୍କାର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା l ଏଥିରେ NCC ର କେଡେଟ , ସ୍କାଉଟ, ସ୍କୁଲ, କଲେଜ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ l ଟ୍ରାଫିକ ନିୟମ ଭାଙ୍ଗୁଥିବା ଚାଳକଙ୍କୁ ହେଲମେଟ, ସିଟ ବେଲ୍ଟ, ଫୋନରେ କଥା ହୋଇ ଗାଡିଚlଳନା ନ କରିବା, over ଲୋଡିଙ୍ଗ ଆଦି ବିଷୟରେ ସଚେତନ କରାଯାଇଥିଲା l ଯମ ଓ ଚିତ୍ରଗୁପ୍ତ ଅଭିନୟ ମାଧ୍ୟମରେ ଏକ ବୃହତ ସଚେତନତା ପାଇଁ ଚେଷ୍ଟା କରାଯାଇଥିଲା l ଟ୍ରାଫିକ ସମ୍ପର୍କିତ ନିୟମ, ପାମ୍ପଲେଟ ଆଦି ବଣ୍ଟନ କରାଯାଇଥିଲା l

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିୟୁଜ୍

Related posts

ସାମାଜିକ ସମୀକ୍ଷା ହିତାଧିକାରୀଙ୍କ କର୍ମଶାଳା ଓ ଜନଶୁଣାଣୀ ଅନୁଷ୍ଠିତ

ଗୋଲାମୁଣ୍ଡା: ବିଜୁ ଫୋର ୱେ ରେ ମର୍ମନ୍ତୁଦ ସଡକ ଦୁର୍ଘଟଣା।ଘଟଣା ସ୍ଥଳରେ ଜଣେ ମୃତ ଦୁଇ ଗୁରୁତର 

masiha

ଜିଲ୍ଲା ସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଉଦଯାପିତ ଓ ବିଶ୍ଵମୃତ୍ତିକା ଦିବସ ପାଳିତ

masiha

Leave a Comment

error: Content is protected !!