ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଦ୍ୟାଳୟ ଅନୁଦାନ ଅର୍ଥ ପ୍ରଧାନ ଶିକ୍ଷକ ହେର୍ ଫେର କରିଥିବା ଅଭିଯୋଗ     

ବିଦ୍ୟାଳୟ ଅନୁଦାନ ଅର୍ଥ ପ୍ରଧାନ ଶିକ୍ଷକ ହେର୍ ଫେର କରିଥିବା ଅଭିଯୋଗ       

କୋକସରା,୨/୮ // କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ କେନ୍ଦୁଡଙ୍ଗରି ୟୁ ଜି ଉଚ୍ଚ ବିଦ୍ୟାଳୟର ଉନ୍ନତି କରଣ ପାଇଁ ଆସିଥିବା ଅନୁଦାନକୁ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଆଶୁତୋଷ ସରାବୁ ହେର ଫେର କରିଥିବା ଅଭିଯୋଗ ହୋଇଛି। ଏନେଇ ବିଦ୍ୟାଳୟ ପରିଚଳନା କମିଟି ସଭାପତି ବ୍ଲକ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ ଠାରେ ଅଭିଯୋଗ କରିଥିବା ବେଳେ ସପ୍ତାହରେ ଅଧିକ ସମୟ ବିତି ଯାଇଥିଲେ ହେଁ କୌଣସି ପଦକ୍ଷେପ ନେଇ ନଥିବାରୁ ପୁଣି ଶୁକ୍ରବାର ଶିକ୍ଷା କମିଟିର ସଭାପତି ଓ ସଭ୍ୟ ସଭ୍ୟା ସ୍କୁଲକୁ ପହଞ୍ଚି ୨ ଘଣ୍ଟା କାଳ ତାଲା ପକାଇଥିଲେ । ପରେ ଏବିଇଓ ତୋଫାନ ମାଝୀ ପହଞ୍ଚି କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିବା ପରେ ସ୍କୁଲର ତାଲା ଖୋଲିଥିବା ଜଣାପଡିଛି। ବିଦ୍ୟାଳୟର ଉନ୍ନତି ସକାଶେ ସରକାରଙ୍କ ପକ୍ଷରୁ ବିଭିନ୍ନ ଯୋଜନାରୁ ବର୍ଷକୁ ପ୍ରାୟ ଲକ୍ଷାଧିକ ଟଙ୍କା ର ଅନୁଦାନ ଆସିଥାଏ । ଏହି ଅନୁଦାନକୁ ବିଦ୍ୟାଳୟ ପରିଚାଳନା କମିଟିର ନିଷ୍ପତି କ୍ରମେ ରେଜୁଲେସନ କରି ଟଙ୍କା ଉଠାଣ କରି ଖର୍ଚ୍ଚ କରିବା ପରେ ବିଭାଗକୁ ୟୁସି ଦିଆ ଯାଇଥାଏ । ହେଲେ ପ୍ରଧାନ ଶିକ୍ଷକ ଶ୍ରୀ ସରବୁ ସଭାପତିଙ୍କ ଓ କମିଟିର ସଭ୍ୟ ସଭ୍ୟାଙ୍କ ଅଜାଣତରେ ପ୍ରାୟ ଲକ୍ଷାଧିକ ଟଙ୍କା ଉଠାଣ କରି ହେରଫେର କରିଥିବା ଅଭିଯୋଗ ହୋଇଛି। ସୂଚନା ଅନୁସାରେ କେନ୍ଦୁଡଙ୍ଗରି ୟୁଜି ଉଚ୍ଚ ବିଦ୍ୟାଳୟରେ ପ୍ରଥମରୁ ୧୦ମ ଶ୍ରେଣୀ ଯାଏ ରହିଥିବା ବେଳେ ବର୍ତମାନ ୧୬୬ ଜଣ ପିଲା ଅଧ୍ୟୟନ କରୁଛନ୍ତି। ବିଦ୍ୟାଳୟର ଅବସ୍ଥାକୁ ଦେଖି ୨୦୨୨_୨୩ ରେ ୫ ଟି ରେ ସାମିଲ କରି ୪୫ ଲକ୍ଷ ଟଙ୍କା ଅନୁଦାନ ଆସିଥିବା ବେଳେ ସେଥି ମଧ୍ୟରୁ ସାଇନ୍ସ ଲେଵ, ଇ ଲାଇବ୍ରେରି, ୨ ଟି କ୍ଲାସ ରୁମ୍ ସୋନ୍ଦର୍ଯ୍ୟ କରଣ କରି ୩୯ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବା ଜଣାପଡିଛି । ହେଲେ ବିଦ୍ୟାଳୟର କାନ୍ଥରେ ଦିଆ ଯାଇଥିବା ପୁଟିଂ ଗୁଡିକ ନିମ୍ନ ମାନର କରା ଯାଇଥିବାରୁ ପୁଟିଙ୍ଗ ଛାଡ଼ି ଅସୁନ୍ଦର ଦେଖା ଯାଉଛି। ଅନ୍ୟ ପକ୍ଷେ ବିଦ୍ୟାଳୟରେ ଏଯାଏ ଶିକ୍ଷକ ଶିକ୍ଷୟତ୍ରୀଙ୍କ ପାଇଁ ଶୌଚାଳୟ ନଥିବା,ବିଶୁଦ୍ଧ ପାନୀୟ ଜଳର ବ୍ୟବସ୍ଥା ନଥିବା ସହ ସାଇକେଲ ଷ୍ଟାଣ୍ଡ, ସହ ଏପର୍ଯ୍ୟନ୍ତ ସ୍କୁଲର ଗେଟ୍ ନିର୍ମାଣ କାର୍ଯ୍ୟ ଶେଷ ହୋଇନଥିବାରୁ ଆସି ଥିବା ୫ ଟି କାମକୁ ମଧ୍ୟ ଦୁର୍ନୀତି କରି ପ୍ରଧାନ ଶିକ୍ଷକ ହଡ଼ପ କରିଥିବା ଅଭିଯୋଗ ହୋଇଛି। ଅନୁଦାନକୁ ହେର ଫେର କରିଥିବା ଅଭିଯୋଗ କରି ପ୍ରଧାନ ଶିକ୍ଷକଙ୍କୁ ଅନ୍ୟତ୍ର ବଦଳି କରିବାକୁ ଶିକ୍ଷା କମିଟି ସଭାପତି ଦାବି କରିଛନ୍ତି। ଏନେଇ ପ୍ରଧାନ ଶିକ୍ଷକ ଶ୍ରୀ ସାରବୁଙ୍କୁ ପଚାରିବାରୁ ଅଭିଯୋଗ ଭିତ୍ତି ହୀନ ବୋଲି କହିଛନ୍ତି।

ମସିହା ନିୟୁଜ୍ ସର୍ଭିସ୍ 

Related posts

ଶିଶୁ ପାଇଁ ଦିନଟିଏ କାର୍ଯ୍ୟକ୍ରମ:ଅନାଥ ଏବଂ ଏକକ ପିତାମାତା ଶିଶୁ ଙ୍କ ଥଇଥାନ ପାଇଁ ରଣନୀତି ପ୍ରସ୍ତୁତି 

masiha

ଏକତ୍ର ରାଉରକେଲା ର ଇସ୍ପାତ ନାଟ୍ୟ ମହୋତ୍ସବ ୨୦୨୪ ଆସନ୍ତା ୨ରୁ ୧୨ …

masiha

ବିଜେଡିର ପୂର୍ବତନ ବ୍ଲକ ସଭାପତି ମାଙ୍କ ଦେହାନ୍ତ

masiha

Leave a Comment

error: Content is protected !!