ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବାର୍ଷିକ ଉତ୍ସବ ଓ ଅଲିମ୍ପିକ ମୂଲ୍ୟବୋଧ ଶିକ୍ଷା କାର୍ଯ୍ୟକ୍ରମ 

ବାର୍ଷିକ ଉତ୍ସବ ଓ ଅଲିମ୍ପିକ ମୂଲ୍ୟବୋଧ ଶିକ୍ଷା କାର୍ଯ୍ୟକ୍ରମ 

ଲାଞ୍ଜିଗଡ,୨୮/୦୩(ମନିସ)-ଲାଞ୍ଜିଗଡ ବ୍ଲକ ଅନ୍ତର୍ଗତ ପାଣିମୁଣ୍ଡା ଉଚ୍ଚ ବିଦ୍ୟାଳୟଠାରେ ବାର୍ଷିକ ଉତ୍ସବ ଓ ଅଲିମ୍ପିକ ମୂଲ୍ୟବୋଧ ଶିକ୍ଷା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଗୋବର୍ଦ୍ଧନପୁର ସରପଞ୍ଚ ବୈଦେହୀ ମାଝୀ ଯୋଗ ଦେଇଥିବାବେଳେ ବରିଷ୍ଠ ନାଗରିକ ପ୍ରମୋଦ ପରିଡ଼ା, ବରିଷ୍ଠ ଶିକ୍ଷକ ସୁଶାନ୍ତ ଜାନୀ, ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଦିଲୀପ ଭୋଇ ପ୍ରମୁଖ ମଂଚାସୀନ ଥିଲେ। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିଶିକେସନ ସୁନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବକୁ ବରିଷ୍ଠ ଶିକ୍ଷକ ତପନ କୁମାର ଭୋଇଙ୍କ ତତ୍ୱାବଧାନରେ ଛାତ୍ରଛାତ୍ରୀମାନେ ପରିଚାଳନା କରିଥିଲେ। ଶିକ୍ଷକ ନୀଳାମ୍ବର ସରାଫ, ବଦ୍ରି ନାରାୟଣ ନାଗ, ସନ୍ତୋଷ ପରିଡ଼ା, ପରେଶ ଗହୀର, କୃଷ୍ଣା ଖମାରି, ବିଷ୍ଣୁ ଆଡ଼ଯୁଆଡ଼, ସସ୍ମିତା ଗଡ଼ତିଆ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। 

ସୁଶୀଲ କୁମାର ବାଗ ଙ୍କ ରିପୋର୍ଟ୍ 

Related posts

ନରେନ୍ଦ୍ରପୁର ଠାରେ ବିଶ୍ୱ ମହିଳା ଦିବସ ପାଳିତ 

Sunil Chandra Nayak

ଦୁଇ ନମ୍ବର କାଉନସିଲୋର ଘର ସମ୍ମୁଖର ରାସ୍ତା ସାରା ଖାଲ

masiha

ଏ ଟି ଏମ ଅଚଳ ହୋଇ ଦଶ ଦିନ ହେଲା ଲୋକେ ଅନ୍ତସନ୍ତ ପଇସା ଉଠାଣ ପାଇଁ 

masiha

Leave a Comment

error: Content is protected !!