ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆଇ ଓ ବି ପକ୍ଷରୁ କାଳୀ ମନ୍ଦିର କୁ ଇ ହୁଣ୍ଡି ପ୍ରଦାନ

ଆଇ ଓ ବି ପକ୍ଷରୁ କାଳୀ ମନ୍ଦିର କୁ ଇ ହୁଣ୍ଡି ପ୍ରଦାନ

ଆସିକା, ୩0/୪/୨୬(ଶିବ ଶଙ୍କର ମିଶ୍ର ) ଦେବା ଦେବୀ ମନ୍ଦିର ନିର୍ମାଣ ହେଉ କିମ୍ବା ଏହାର ସୁପରିଚାଳନା ରେ ସ୍ୱଚ୍ଛତା ଆଣିବା ପାଇଁ ଇଣ୍ଡିଆନ ଓଭରସିଯ ବ୍ୟାଙ୍କ ଜାହାଡା ପକ୍ଷରୁ ଏକ ଅଭିନବ ପଦକ୍ଷେପ ନିଆଯାଇଛି । ସଂପ୍ରତି ଧରାକୋଟ ବ୍ଲକର ଜାହାଡା ଗ୍ରାମରେ ମା କାଳୀ ଙ୍କ ନୂତନ ମନ୍ଦିର ପ୍ରତିଷ୍ଠା ଉତ୍ସବ ବେଶ ଉତ୍ସାହର ସହ ଚାଲିଛି । ଏହି ମନ୍ଦିର ନିର୍ମାଣ ଓ ଏହାର ସୁପରିଚାଳନା ପାଇଁ ବିଭିନ୍ନ ବଦାନ୍ୟ ବ୍ୟକ୍ତି ଆର୍ଥିକ ଦାନ କରୁଛନ୍ତି । ଏଥିରେ ସ୍ୱଚ୍ଛତା ରଖିବା ଏବଂ ଉପଯୁକ୍ତ ଭାବରେ ଦାନ ଅର୍ଥ ଯେପରି ସଂଗ୍ରହ ହେବ ଏହାକୁ ଦୃଷ୍ଟିରେ ଆଜି ସ୍ଥାନୀୟ ଜାହାଡା ଆଇ ଓ ବି ଶାଖା ତରଫରୁ ବ୍ରହ୍ମପୁର ଆଞ୍ଚଳିକ ପରିଚାଳକ ଖୁର୍ଶିଦ ରୱାନି ,ଶାଖା ପରିଚାଳକ ରାଜ ପ୍ରତୀକ ଦାସ ଙ୍କ କର କମଳରେ ଏକ ଇ ହୁଣ୍ଡି ମା କାଳୀ ଙ୍କ ମନ୍ଦିରକୁ ପ୍ରଦାନ କରାଯାଇଛି । ଜାହାଡା ଗ୍ରାମର ସ୍ୱପ୍ନେଶ୍ୱର ପରିଚାଳନା କମିଟି ଏହି ହୁଣ୍ଡିକୁ ଆଞ୍ଚଳିକ ପରିଚାଳକ ଙ୍କ ଠାରୁ ଗ୍ରହଣ କରିଥିଲେ। ଏହା ଫଳରେ ଅନ ଲାଇନ ରେ ମା ଙ୍କ ମନ୍ଦିର ପାଇଁ ଦାନ ରାଶି ସହଜରେ ଗ୍ରହଣ କରିହେବ । ସଠିକ ତଥ୍ୟ ସହ ଚୋରିର ଭୟ ଦୂର ହେବ। ସମଗ୍ର ଗଞ୍ଜାମ ଜିଲ୍ଲାରେ ପ୍ରଥମ ଥର ପାଇଁ ଆଇ ଓ ବି ତରଫରୁ ଏହି ପଦକ୍ଷେପ ନିଆଯାଇଛି। ଏ ସମ୍ପର୍କରେ ଆଲୋଚନା ବେଳେ ଆଞ୍ଚଳିକ ପରିଚାଳକ କହିଛନ୍ତିଯେ ଦାନ ରାଶିରେ ସ୍ୱଚ୍ଛତା, ସଠିକ ତଥ୍ୟ,ଚୋରି ରୋକିବା ସହ ସୁବିଧାରେ ଦାନ ଅର୍ଥ ଦେଣ ନେଣ ପାଇଁ ଏହି ଇ ହୁଣ୍ଡି ବିଶେଷ ସହାୟକ ହେବ,ଆଗାମୀ ଦିନରେ ଅନ୍ୟାନ୍ୟ ମନ୍ଦିର ପାଇଁ ମଧ୍ୟ ଏହି ପଦକ୍ଷେପ ନିଆଯିବ । ଆଇ ଓ ବି ପକ୍ଷରୁ ନିଆଯାଇଥିବା ଏହି ପଦକ୍ଷେପ ବେଶ ପ୍ରଶଂସନୀୟ ହୋଇଛି । ଆଜିର ଏହି କାର୍ଯ୍ୟକ୍ରମ ରେ ବ୍ୟାଙ୍କ ତରଫରୁ ଗୋପାଳ କୃଷ୍ଣ ବ୍ରହ୍ମା,ଓଜାସ କୌଶିକ,ନିଖିଲ ସେଠୀ,ବିଶ୍ୱନାଥ ଆଚାରୀ, କାହ୍ନୁ ଚରଣ ଭୂୟାଁ,ସନାତନ ପଣ୍ଡା,ଜଗନ୍ନାଥ ଆଚାରୀ, ମଙ୍ଗୁଳୁ ରାଉତ,ବୁଲୁ ଦାସ, ବାବୁ ଭୂୟାଁ, ନିଶାମଣି ପଟନାୟକ ଓ ବିଷ୍ଣୁପ୍ରିୟା ଦଳାଇ ବ୍ୟାଙ୍କ ମିତ୍ର ପ୍ରମୁଖ ଉପସ୍ଥିତ ରହିଥିଲେ।

Related posts

ଆସିକାରେ ମହିଳା ଅଧିକାର ଆଇନ ଏବଂ ସୁରକ୍ଷା ବ୍ୟବସ୍ଥା ଉପରେ ଆଲୋଚନା ଚକ୍ର 

masiha

ଶ୍ରୀ ଶ୍ରୀ ଆଚାର୍ଯ୍ୟଦବଙ୍କ ଜନ୍ମ ଦିବସ ପାଳିତ 

Sunil Chandra Nayak

ସମାଜ ରିଲିଫ କମିଟି ପକ୍ଷରୁ କ୍ଷତିଗ୍ରସ୍ତ ଅଞ୍ଚଳରେ ସହାୟତା

masiha

Leave a Comment

error: Content is protected !!