ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପ୍ରଜ୍ଞା ପ୍ରିୟଦର୍ଶିନୀଙ୍କୁ ରାଜ୍ୟ ସ୍ତରୀୟ କଳା ଉତ୍ସବରେ ଦ୍ଵିତୀୟ ପୁରସ୍କାର

ପ୍ରଜ୍ଞା ପ୍ରିୟଦର୍ଶିନୀଙ୍କୁ ରାଜ୍ୟ ସ୍ତରୀୟ କଳା ଉତ୍ସବରେ ଦ୍ଵିତୀୟ ପୁରସ୍କାର

ଭବାନୀପାଟଣା,୩୦/୦୧: କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ଅନ୍ତର୍ଗତ ଭଟାଙ୍ଗପଦର ସରକାରୀ ଉଚ୍ଚ ବିଦ୍ୟାଳୟର ଗଣିତ ଶିକ୍ଷୟତ୍ରୀ ପ୍ରଜ୍ଞା ପ୍ରିୟଦର୍ଶିନୀ ଶତପଥୀ ରାଜ୍ୟ ସ୍ତରୀୟ କଳା ଉତ୍ସଵ ସମୃଦ୍ଧି ପ୍ରତିଯୋଗିତା-୨୦୨୫ ରେ ଦ୍ଵିତୀୟ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଛନ୍ତି। ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଆୟୋଜିତ ଏହି ଉତ୍ସବରେ ରାଜ୍ୟର ୩୦ ଟି ଜିଲ୍ଲାର ୩୦ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଜିଲ୍ଲା ସ୍ତରରୁ ମନୋନୀତ ହୋଇ ଅଂଶ ଗ୍ରହଣ କରିଥିଲେ। ଶିକ୍ଷୟତ୍ରୀ ଶତପଥୀ ଏହି ରାଜ୍ୟ ସ୍ତରୀୟ ପ୍ରତିଯୋଗିତାରେ ଉତ୍କୃଷ୍ଟ ପ୍ରଭାବଶାଳୀ ଶିକ୍ଷାଦାନ ପଦ୍ଧତି ସହ ପ୍ରଦର୍ଶନ କଳା, ସଙ୍ଗୀତ, ନୃତ୍ୟ ଓ ନାଟକକୁ ବ୍ୟବହାର କରି ଶିକ୍ଷାଦାନ ପରୀକ୍ଷଣ ରାଜ୍ୟରେ ଦ୍ବିତୀୟ ପୁରସ୍କାର ବିଜୟିନୀ ହୋଇଛନ୍ତି। ସୂଚନା ଯୋଗ୍ୟ ଯେ ଶିକ୍ଷୟତ୍ରୀ ଶତପଥୀ ପୂର୍ବରୁ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଛନ୍ତି। ରାଜ୍ୟରେ ଦ୍ବିତୀୟ ପୁରସ୍କାର ବିଜୟିନୀ ହୋଇଥିବାରୁ ଶିକ୍ଷୟତ୍ରୀ ଶତପଥୀଙ୍କୁ କଳାହାଣ୍ଡିର ବହୁ ଶିକ୍ଷାବତ ଓ ବୁଦ୍ଧିଜୀବୀ ଅଭିନନ୍ଦନ ଜଣାଇଛନ୍ତି। 

( ମ ନି ସ ) 

Related posts

ଓଡ଼ିଶା ସାମ୍ୱାଦିକତା କ୍ଷେତ୍ରରେ ଡ଼. ପ୍ରଦୀପ ମହାପାତ୍ର ଜଣେ ଉଜ୍ବଳତମ ନକ୍ଷତ୍ର ଥିଲେ : ପ୍ରେମ୍‌‍ ସଭାପତି ଜାକୋବ୍‌‍ ଥୁଣ୍ଡ୍ରିଲ

masiha

ବଜ୍ରାଘାତରେ ଜଣେ ମହିଳା ମୃତ, ତିନି ମହିଳା ଗୁରୁତର

Sunil Chandra Nayak

ପ୍ରକାଶ ପାଇଲା ଢଗଢମାଳି ଫଳାଫଳ, ରୂପା କଏନ୍ ଜିତିଲେ ବାସନ୍ତୀ ଲତା ଓ ଜ୍ଯୋତ୍ସାରାଣୀ

masiha

Leave a Comment

error: Content is protected !!