ରାଇରଙ୍ଗପୁର ଉଚ୍ଚ ବିଦ୍ୟାଳୟରେ ପରିବେଶ ଓ ଖଣିଜ ସଂପଦ ସଚେତନତା କାର୍ଯ୍ୟକ୍ରମ
ମୟୂରଭଞ୍ଜ – ( ମସିହା) ରାଇରଙ୍ଗପୁର ବାଳକ ଉଚ୍ଚ ବିଦ୍ୟାଳୟ ପରିସରରେ ସୋସାଇଟି ଅଫ୍ ଜିଓସାଇଣ୍ଟିଷ୍ଟ ଏଣ୍ଡ ଟେକ୍ନୋଲୋଜିଷ୍ଟସ, ଘନଶ୍ୟାମ ମିଶ୍ର ଆଇରନ ଏଣ୍ଡ ଷ୍ଟିଲ ,ଵାଦାମପାହାଡ ଏବଂ ଘନଶ୍ୟାମ ମିଶ୍ର ଏଣ୍ଡ ସନସ୍ ପ୍ରାଇଭେଟ୍ ଲିମିଟେଡ ମିଳିତ ଆନୁକୂଲ୍ୟରେ ଆଞ୍ଚଳିକ ପରିବେଶ ଓ ଖଣିଜ ସମ୍ପଦ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ୧୫ ଟି ବିଦ୍ୟାଳୟର ୩୦ ଜଣ ଛାତ୍ରଛାତ୍ରୀ ମଧ୍ୟରୁ ୧୭ ଜଣ ବାଳିକା ଯୋଗ ଦେଇଥିଲେ । ଗୋରୁମହିଷାଣୀ ଲୌହଖଣି ଅଂଚଳରେ ଖଣିଜ ପଦାର୍ଥ ,ପରିବେଶ,ଖନନ,ପରିବହନ, ଶ୍ରମିକ କିଭଳି କାମ ,ଲୌହଖଣିର କାର୍ଯ୍ୟ ପ୍ରଣାଳୀକ ଉପରେ କିଛି ସମ୍ୟକ ଜ୍ଞାନ ଆହରଣ ପାଇଁ ସମସ୍ତ ଛାତ୍ରଛାତ୍ରୀ ଏବଂ ସେମାନଙ୍କ ମାର୍ଗ ଦର୍ଶକ ଶିକ୍ଷକ/ ଶିକ୍ଷୟତ୍ରୀଙ୍କୁ ପରିଦର୍ଶନ କରାଯାଇଥିଲା ।ସେଠାରେ ଖଣିର ମଏନଏଜର ଇଂ ବିକାଶ ରଂଜନ ନାୟକ ସମସ୍ତଙ୍କୁ ସମସ୍ତ ବିଷୟରେ ଅବଗତ କରାଇଥିଲେ । ଛାତ୍ରଛାତ୍ରୀଙ୍କ ମଧ୍ୟରେ ପିଲାବେଳୁ ଖଣି ସମ୍ବନ୍ଧୀୟ ସଚେତନତା ଆଣିବା ଉଦ୍ଦେଶ୍ୟରେ ପ୍ରବନ୍ଧ ପ୍ରତିଯୋଗିତା,ଖଣିଜ ପଥର ଚିହ୍ନଟ,କୁଇଜ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଇରଙ୍ଗପୁର ବନଖଣ୍ଡ ଅଧିକାରୀ ଶିବ ପ୍ରସାଦ ରଥ, ମୁଖ୍ୟ ବକ୍ତା ଶିକ୍ଷକ ତିମିର ରଂଜନ ପଣ୍ଡା,,ମିଶ୍ର ଗ୍ରୁପର ଏମବିଏ ଇଂ ଜଗଦୀଶ ମିଶ୍ର,,ଗୁରୁ ଚରଣ ଦାସ,ସେବା ନିବୃତ ଡିଏଫଓ ଅର୍ଜୁନ ବେହେରା, ପ୍ରମୁଖ ଯୋଗ ଦେଇ ଛାତ୍ରଛାତ୍ରୀ ମାନଙ୍କୁ ପରିବେଶ ଓ ଖଣିଜ ସଂପଦ ସଦୁପଯୋଗ ଉପରେ ଆଲୋକପାତ କରିଥିଲେ ।ପରିବେଶ ସୁରକ୍ଷା ସହ ଖଣିଜ ପଦାର୍ଥ ବ୍ୟବହାର କରି ଦେଶର ଆର୍ଥିକ ପ୍ରୀତିକୁ ବଢାଇଲେ ଯାଇଁ ଏକ ସନ୍ତୁଳିତ ଓ ସୁସ୍ଥ ସମାଜ ଗଠନ ହୋଇ ପାରିବ ।ପରେ ପ୍ରତିଯୋଗିତାରେ ରାଇରଙ୍ଗପୁର କେରଳ ପବ୍ଲିକ ସ୍କୁଲ ପ୍ରଥମ, ରାଇରଙ୍ଗପୁର ଉଚ୍ଚ ବିଦ୍ୟାଳୟ ଦିତୀୟ ଏବଂ କେନ୍ଦ୍ରୀୟ ବିଦ୍ୟାଳୟ ତୃତୀୟ ହୋଇଥିବା ପ୍ରତିଯୋଗୀଙ୍କୁ ଅତିଥିଗଣ ପୁରସ୍କୃତ କରିଥିଲେ ।ମଂଚ ପରିଚାଳନା ଶିକ୍ଷକ ରଂଜନ ନନ୍ଦ ତୁଲାଇଥିବା ବେଳେ ପରିଚାଳନାରେ ମୁଖ୍ୟ ଭୂମିକା ନିଭାଇଥିଲେ ଜି ଏସ ଆଇରନ,ଷ୍ଟିଲର ସିଇଓ ହରେନ୍ଦ୍ର ନାରାୟଣ ଦାସ ଏବଂ ଜିଏମଏସ ର ଖଣି ପ୍ରବନ୍ଧକ ବିକାଶ ରଂଜନ ନାୟକ ।
ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ୍


