ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗ୍ରାମପଞ୍ଚାୟତ ସ୍ତରୀୟ ଅଭିଯୋଗ ଶୁଣାଣିକୁ ପ୍ରତ୍ୟାଖାନ କଲେ ସରପଞ୍ଚଙ୍କ ସମେତ ସମସ୍ତ ୱାର୍ଡ ମେମ୍ବର 

ଗ୍ରାମପଞ୍ଚାୟତ ସ୍ତରୀୟ ଅଭିଯୋଗ ଶୁଣାଣିକୁ ପ୍ରତ୍ୟାଖାନ କଲେ ସରପଞ୍ଚଙ୍କ ସମେତ ସମସ୍ତ ୱାର୍ଡ ମେମ୍ବର 

ବନ୍ଧୁଗାଁ ତା ୧୨/୧୦ ବନ୍ଧୁଗାଁ ବ୍ଲକ କାବ୍ରିବାଡ଼ି ପଞ୍ଚାୟତ ସ୍ତରୀୟ ଅଭିଯୋଗ ଶୁଣାଣି କୁ ପ୍ରତ୍ୟାଖ୍ୟାନ ସରପଞ୍ଚ ଙ୍କ ସମେତ ସମସ୍ତ ୱାର୍ଡ ମେମ୍ବର। ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ବନ୍ଧୁଗାଁ ବ୍ଲକରେ ପ୍ରତି ସୋମବାର ଦିନ ଧାର୍ଯ୍ୟ ପଞ୍ଚାୟତରେ ବ୍ଲକ ବିଡିଓ , ପଞ୍ଚାୟତ ସରପଞ୍ଚ,ସମସ୍ତ ବିଭାଗର ଅଧିକାରୀ , ସମିତି ସଭ୍ୟ ଓ ସମସ୍ତ ୱାର୍ଡ ମେମ୍ବର ଓ ପ୍ରତି ଗ୍ରାମରୁ ଆସିଥିବା ଗ୍ରାମବାସୀ ଙ୍କୁ ନେଇ ପଞ୍ଚାୟତ ସ୍ତରୀୟ ସଚେତନତା ଓ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହେବ। ସେହି ଅଭିଯୋଗ ଶୁଣାଣିରେ ବ୍ଲକ ସ୍ତରୀୟ ସମସ୍ୟା କିମ୍ବା ପଞ୍ଚାୟତ ସ୍ତରୀୟ ଅଭିଯୋଗ ଜନପ୍ରତିନିଧି କିମ୍ବା ଗ୍ରାମବାସୀଙ୍କ ତରଫରୁ କିଛି ସମାଧାନ ପାଇଁ ଯେଉଁ ସବୁ ଅଭିଯୋଗ ହୋଇଛି ଆଜି ପର୍ଯ୍ୟନ୍ତ ଗୋଟିଏ ମଧ୍ୟ ସମାଧାନ ହୋଇ ନାହିଁ। କେବଳ ସେହି ସମାନ ସଚେତନତା ଆଜି ପର୍ଯ୍ୟନ୍ତ ଶୁଣି ଆସୁଛନ୍ତି। ପ୍ରତି ଗାଁର ବିକାଶ କୁ ନେଇ ପଞ୍ଚାୟତ ସ୍ତରରେ ଯୋଜନା ପ୍ରସ୍ତୁତ କରି ବ୍ଳକକୁ ଦେଲେ ସେହି କାମକୁ ବାହାର ଦଲାଲ ଗାଁ କିଣି ଛୁ କହି ଯନ୍ତ୍ରୀ ଓ ବିଡ଼ିଓ ଙ୍କୁ ସଲା ସୁତରା କରି କାମ ସାରି ଦେଉଛନ୍ତି। ଗ୍ରାମର ବେକାର ଯୁବକ ମାନେ ଯାଇ ଅଭିଯୋଗ କଲେ ତୁମକୁ ଦିଆଯିବ ନାହିଁ ବୋଲି କହି ବ୍ଲକ ପ୍ରଶାସନ ନୀରବ ରହୁଥିବା ସ୍ଥାନୀୟ ସରପଞ୍ଚ ସସ୍ମିତା ପିଡିକା, ସମିତି ସଭ୍ୟ କିଶୋର ରାଉତ, ନାଇବ୍ ସରପଞ୍ଚ ତାଉଡୁ ମାଣ୍ଡିଙ୍ଗି ଓ ସମସ୍ତ ଜନ ପ୍ରତିନିଧି ଅଭିଯୋଗ କରିଛନ୍ତି। ଏଥି ପାଇଁ ଆଜି ପଞ୍ଚାୟତ ସ୍ତରୀୟ ଅଭିଯୋଗ ଶୁଣାଣି ରେ ପଞ୍ଚାୟତ ରେ ସମସ୍ତ ଜନ ପ୍ରତିନିଧି ଯାଇ ନ ଥିଲେ। ଏହାକୁ ନେଇ ପଞ୍ଚାୟତ ପି ଇ ଓ ବସନ୍ତ ନାୟକ ପୂର୍ବରୁ ଜନପ୍ରତିନିଧି ଜଣାଇ ଥିଲେ। ସରପଞ୍ଚଙ୍କ ଅନୁପସ୍ଥିତି କୁ ନେଇ ବିଡ଼ିଓ ଅସିତ କୁମାର ମହାନ୍ତି ବାଇକରେ ଜଣକୁ ପଠାଇ ସରପଞ୍ଚ ଙ୍କୁ ଆସିବାକୁ ଅନୁରୋଧ କରିଥିଲେ ମଧ୍ୟ ସରପଞ୍ଚ ସସ୍ମିତା ଫୋନ ମାଧ୍ୟମରେ କିଏ ମଧ୍ୟ ଆସିବୁ ନାହିଁ କହି ଯାଇ ନ ଥିଲେ। ପଞ୍ଚାୟତ ଅଭିଯୋଗ ଶୁଣାଣି ଶିବିର କେବଳ ଏକ ପ୍ରହସନ କିଛି ମଧ୍ୟ ଅଭିଯୋଗ ଶୁଣାଯାଏ ନାହିଁ ଏଣୁ ଆମେ ପ୍ରତ୍ୟାଖ୍ୟାନ କରିଥିବା ଜନ ପ୍ରତିନିଧି ମାନେ ଜଣାଇଛନ୍ତି।

 ସଞ୍ଜିବ କୁମାର ବାଙ୍ଗାରୀ ରିପୋର୍ଟର 

Related posts

ମହନୀୟ କଳା ଓ ସଂସ୍କୃତିର ଅପୂର୍ବ ଭଣ୍ଡାର କଳାହାଣ୍ଡି ୬୧ତମ ମହାବୀର ମହୋତ୍ସବ ଉଦଘାଟିତ 

Sunil Chandra Nayak

କାର୍ଯ୍ୟସୂଚୀ ଅନୁଯାୟୀ ବାରିପଦା ଉପଖଣ୍ଡ ପାଇଁ ଯୁଗ୍ମ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ

masiha

ଗାଁ କଲ୍ୟାଣ ସଫେଇ ପଇସା ଯାଉଛି କୁଆଡେ ?

masiha

Leave a Comment

error: Content is protected !!