ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଭେଜିଗୁଡା ଗ୍ରାମ ପଞ୍ଚାୟତ ରେ ପଞ୍ଚାୟତ ସ୍ତରୀୟ କଳାହାଣ୍ଡି ଉତ୍ସବ୨୦୨୩ ଅନୁଷ୍ଠିତ

ଭବାନୀପାଟଣା – – କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ଭେଜିଗୁଡା ପଞ୍ଚାୟତରେ ପଞ୍ଚାୟତ ସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା ମହାସମାରୋହର ସହ ଅନୁଷ୍ଠିତ ହୋଇ ଯାଇଛି। ସରପଞ୍ଚ ଯଦୁମଣି ସାହୁ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟ କ୍ରମରେ ବିଶିଷ୍ଟ ସିନେ କଳାକାର ରାମ୍ ନାରାୟଣ ମୁଣ୍ଡ ମଞ୍ଚ ଉଦ୍ଘାଟନ କରିଥିବା ବେଳେ ଜିଲ୍ଲା ପରିଷଦ ସଭ୍ୟ ଅଙ୍ଗଦ ମାଝୀ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ । ସମ୍ମାନୀତ ଅତିଥି ଭାବେ ଜୟପାଟଣା ପଞ୍ଚାୟତ ସମିତି ଅଧ୍ୟକ୍ଷ ଥବିର ବାଗ,ପ୍ରତାପ କିଶୋର ପଣ୍ଡା, ଗୋଷ୍ଠୀ ଉନ୍ନୟନ ଅଧିକାରୀ ସ୍ନିଗ୍ଧାରାଣୀ ପ୍ରଧାନ ପ୍ରମୁଖ ଯୋଗଦେଇ ନିଜନିଜ ବକ୍ତବ୍ୟ ରଖିଥିଲେ । ଏ ଅବସରରେ ଅୟୋଜିତ ବିଭିନ୍ନ ପ୍ରତିଯୋଗିତା ରେ କୃତୀତ୍ୱ ହାସଲ କରିଥିବା ପ୍ରତିଯୋଗୀ ମାନଙ୍କୁ ଅତିଥି ମାନଙ୍କ ଦ୍ବାରା ପୁରସ୍କୃତ କରାଯାଇ ଥିବା ବେଳେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା । ରଜନୀ କାନ୍ତ ସାହୁ ଓ ଧର୍ମ ନିରଞ୍ଜନ ବେହେରା ମଞ୍ଚ ପରିଚାଳନା କରିଥିଲେ। ପଞ୍ଚାୟତର ସମସ୍ତ ୱାର୍ଡ଼ ସଭ୍ୟ ସଭ୍ୟା, କର୍ମଚାରୀ ଓ ବିଭିନ୍ନ ସ୍କୁଲ ର ଶିକ୍ଷକ ଶିକ୍ଷୟିତ୍ରୀ ମାନେ ସକ୍ରିୟ ସହଯୋଗ କରିଥିବା ବେଳେ କାର୍ଯ୍ୟକ୍ରମ ରେ ଗଣମାଧ୍ୟମ ପ୍ରତିନିଧି ଙ୍କ ସମେତ ବହୁ ସଂଖ୍ୟାରେ ମାନ୍ୟଗଣ୍ୟ ବ୍ୟକ୍ତି ଏବଂ ଜନସାଧାରଣ ଯୋଗ ଦେଇଥିଲେ ।ବିଭିନ୍ନ ବିଭାଗ ଓ ସ୍ଵୟଂ ସହାୟକ ଗୋଷ୍ଠୀ ଗୋଷ୍ଠୀ ମାନଙ୍କ ଦ୍ଵାରା ପ୍ରଦର୍ଶିତ ଷ୍ଟଲ୍ ମୁଖ୍ୟ ଆକର୍ଷଣ ହୋଇଥିଲା। ପଞ୍ଚାୟତ ସ୍ତରରେ ଏଭଳି ଉଚ୍ଚକୋଟୀର ଆୟୋଜନ ଜୟପାଟଣା ବ୍ଲକ ରେ ପ୍ରଥମ ଥର ପାଇଁ ହୋଇଥିବା ଜଣାପଡିଛି।

ସହ ସଂପାଦକ ଅର୍ଜ୍ଜୁନ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ବାଇକ ଦୁର୍ଘଟଣାରେ ମହିଳା ଆହତ, ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି

masiha

ଚନ୍ଦ୍ରପୁର ବ୍ଲକ ସଦର ମହକୁମା ଠାରେ ଜିଲ୍ଲାପାଳ, ରାୟଗଡଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ 

masiha

କର୍ଲାମୁଣ୍ଡା: ପୂର୍ବତନ ବିବାଦୀୟ ବିଡିଓଙ୍କ ପୁନଃ ନିଯୁକ୍ତି ପ୍ରତିବାଦରେ ଗଣଧାରଣା

Sunil Chandra Nayak

Leave a Comment

error: Content is protected !!