ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ମା ମାଉଲି ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ , ପଲସାପଡାକୁ ହରାଇ କଣ୍ଟାମାଲ ଚମ୍ପିୟାନ 

ମା ମାଉଲି ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ , ପଲସାପଡାକୁ ହରାଇ କଣ୍ଟାମାଲ ଚମ୍ପିୟାନ 

ଜୁନାଗଡ଼ (ମନିସ):- ଗୋଲାମୁଣ୍ଡା ବ୍ଲକ ଚପୁରିଆ ପଞ୍ଚାୟତ ବିଶିବରନି ଖେଳ ପଡିଆ ଠାରେ ମା’ ମାଉଳୀ ଯୁବ ଅନୁଷ୍ଠାନ ଆନୁକୂଲ୍ୟରେ ୭ ଦିନ ଧରି ଚାଲିଥିବା ଫୁଟବଳ ଟୁର୍ଣ୍ଣାମେଣ୍ଟ ସୋମବାର ଉଦ୍‌ଯାପିତ ହୋଇଯାଇଛି। ଫାଇନାଲ ଖେଳ ପଲସାପଡା ଓ କଣ୍ଟାମାଲ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଫାଇନାଲ ଖେଳରେ କଣ୍ଟାମାଲ ୧-୦ ଗୋଲ ସ୍କୋର କରି କଣ୍ଟାମାଲ ଦଳ ୧ ଗୋଲରେ ବିଜୟୀ ହୋଇ ଟୁର୍ଣ୍ଣାମେଣ୍ଟର ଚାମ୍ପିୟାନ ହୋଇଥିଲା। ପୁରସ୍କାର ବିତରଣ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଚପୁରିଆ ପଞ୍ଚାୟତ ସରପଞ୍ଚ ପ୍ରତିନିଧି ଶ୍ରୀ ନରହରି ବାଗ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ତପନ ଗହୀର,ଜଗୁଜୀବନ ସେଠିଆ,ଅନିଲ ମଲ୍ଲିକ,ଦେବରାଜ ଭାଟି, ହରେରାମ ମଲ୍ଲିକ, ବାଳକୃଷ୍ଣ ବାଗ, ହେମନ୍ତ ବାଗ, ସୁରେନ୍ଦ୍ର ବାଗ ଦିନେଶ ବାଗ, ଦେବେନ୍ଦ୍ର ପୁଟେଲ, ଯୋଗଦେଇ ବିଜେତା ଓ ଉପ ବିଜେତା ଦଳକୁ ପୁରସ୍କୃତ କରିଥିଲେ । ଖେଳକୁ ମନ୍ମଥ ନାଥ ସିଂ ପରିଚାଳନା କରିଥିବା ବେଳେ ରୋମାଞ୍ଚଳ ଭୋଇ ଓ ଭିକାରି ଭୋଇ ଲାଇନ୍ସ ମେନ ଦାୟିତ୍ୱ ତୁଲାଇ ଥିଲେ । ମନୋଜ କୁମାର ଚନ୍ଦନ,ନୀଳକଣ୍ଠ ଜାନି ଓ ପ୍ରକାଶ ଦାସ ଖେଳର ଧାରା ବିବରଣୀ ପ୍ରଦାନ କରିଥିଲେ। ଫୁଟବଲ୍ ଟୁର୍ଣ୍ଣାମେଣ୍ଟର କମିଟିର ସଭାପତି ଲବଣୀ ଚନ୍ଦନ, ସମ୍ପାଦକ ଟୁନା ଦାସ କୋଷାଧ୍ୟକ୍ଷ ବେଦବର ମାଝୀ ମୁଖ୍ୟ ଭୂମିକା ନିଭାଇଥିବା ବେଳେ କ୍ରିନୁଷ୍ଠାନ କମିଟିର ସମସ୍ତ ସଦସ୍ୟ ଉପସ୍ଥିତ ରହି ସହଯୋଗ କରିଥିଲେ । 

ଜଗ ଜୀବନ ସା ଙ୍କ ରିପୋର୍ଟ୍ 

Related posts

ଆନ୍ତରାଜ୍ୟ ଚନ୍ଦୁ ସାହାଣୀ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ , ସେମିଫାଇନାଲରେ ନବରଙ୍ଗପୁର ଦଳ

masiha

କ୍ରୀଡାବିତଙ୍କ ପାଇଁ କେନ୍ଦ୍ର ସରକାର ଲକ୍ଷାଧିକ ଟଙ୍କା ଦେଉଥିଲେ ବି ଓଡ଼ିଶାରେ କ୍ରୀଡା ବିଭାଗର ଦୟନୀୟ ସ୍ଥିତି

masiha

ଜବାହର ନବୋଦୟ ବିଦ୍ୟାଳୟର ବାର୍ଷିକ କ୍ରୀଡା ଉତ୍ସବ ଉଦଘାଟିତ 

Sunil Chandra Nayak

Leave a Comment

error: Content is protected !!