ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ଗ୍ରାମାଞ୍ଚଳ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଉଦଯାପିତ , ବିଶ୍ବନାଥପୁରକୁ ହରାଇ ହରିହରପୁର ଚମ୍ପିୟାନ୍

ଲାଞ୍ଜିଗଡ଼,୧୫/୦୮(ମନିସ)-ସ୍ବାଧୀନତା ଦିବସ ଉପଲକ୍ଷେ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ମୁଖ୍ୟାଳୟ ବିଶ୍ବନାଥପୁରଠାରେ ଅନୁଷ୍ଠିତ ଗ୍ରାମାଞ୍ଚଳ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଆଜି ଉଦଯାପିତ ହୋଇଯାଇଛି ! ଆଜି ଆୟୋଜକ ବିଶ୍ବନାଥପୁର ଓ ହରିହରପୁର ମଧ୍ୟରେ ଫାଇନାଲ ମ୍ୟାଚ୍ ଅନୁଷ୍ଠିତ ହୋଇଥିବାବେଳେ ବିଶ୍ବନାଥପୁରକୁ ହରାଇ ହରିହରପୁର ଚମ୍ପିୟାନ ହୋଇଥିଲା ! ଉଦଯାପନୀ ଉତ୍ସବରେ ମୁଖ୍ୟଅତିଥି ଭାବେ କଳାହାଣ୍ଡି ସ୍ବତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ଶିବାଜୀ ମାଝୀ ଯୋଗଦେଇ ବିଜେତା ଓ ଉପବିଜେତା ଦଳକୁ ପୁରସ୍କ୍ରୁତ କରିଥିଲେ ! ଏଇ ଅବସରରେ ସମ୍ମାନିତ ଅତିଥି ଭାବେ ବିଧାୟକ ପ୍ରତିନିଧି ପ୍ରଦୀପ କୁମାର ଘଡ଼େଇ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ମନୋହର ହରପାଲ, ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ତଥା ଆଞ୍ଚଳିକ ବିକାଶ ପରିଷଦର ଅଧ୍ୟକ୍ଷ ଶ୍ରୀଧର ପେସନିଆ, ବରିଷ୍ଠ ନାଗରିକ ରଘୁବୀର ନାଗ, ଫକୀର ବିଶିଙ୍କ ସହ ତରୁଣ କୁମାର ଦାସ, ବିଶ୍ବନାଥପୁର ସମିତିସଭ୍ୟ ଅଜିତ କୁମାର ପ୍ରଧାନୀ, ହରିହର କୁମାର, ମହେନ୍ଦ୍ର କରୁଆଁ ପ୍ରମୁଖ ଯୋଗଦେଇ ଖେଳାଳୀମାନଙ୍କୁ ଉତ୍ସାହିତ କରିଥିଲେ ! ଏଇ ଅବସରରେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଧବଳେଶ୍ବର ଠେଲା !

ଲାଞ୍ଜିଗଡ଼ ରୁ ସୁଶୀଲ କୁମାର ବାଗ ଙ୍କ ରିପୋର୍ଟ 

Related posts

୧୩ ତମ ୨ ଦିନିଆ ଫୁଟବଲ ଟୁର୍ନାମେଣ୍ଟ ୨0 ୨ ୫ ଅନୁଷ୍ଠିତ : ମହାରାଣୀ ସୁସାର ୟୁଥ କ୍ଲବ 

Sunil Chandra Nayak

ମାଁ ଦୁଲାର ଦେଇ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ 

masiha

ଶ୍ରୀରାମ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଗୋଡିସାହି : ବିରାସାଳ କ୍ରିକେଟ ଟିମ ଚମ୍ପିୟାନ

Sunil Chandra Nayak

Leave a Comment

error: Content is protected !!