ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଏସ୍ଆରକେ ପବ୍ଲିକ ସ୍କୁଲ, ଥେରୁବାଲି ପକ୍ଷରୁ 77 ତମ ସ୍ବାଧିନତା ଦିବସ ପାଳିତ 

ରାୟଗଡ:- ରାୟଗଡ ଜିଲ୍ଲା କୋଲନରା ବ୍ଲକ ଅନ୍ତର୍ଗତ ଥେରୁବାଲି (ଡି.ପି.କ୍ଯାମ୍ପ) ଠାରେ ନୂତନ ଭାବେ ଗଢିଉଠିଥିବା ଏସ୍ଆରକେ ପବ୍ଲିକ ସ୍କୁଲ୍, ଇଂରାଜୀ ମାଧ୍ଯମ ବିଦ୍ଯାଳୟ ଅଧ୍ଯକ୍ଷ ଶ୍ରୀ ରାମଦାସ ଲିମାଙ୍କ ଆହ୍ବାନ କ୍ରମେ 77ତମ ସ୍ବାଧିନତା ଦିବସ ବିଦ୍ଯାଳୟ ପ୍ରାଙ୍ଗଣରେ ପାଳନ କରାଯାଇଛି | ଏହି ଅବସରରେ ଇମ୍ଫା କ୍ଯାମ୍ପସ ହାଇସ୍କୁଲର ଅବସରପ୍ରାପ୍ତ ଶିକ୍ଷକ ଶ୍ରୀ ଅଭିମନ୍ଯୁ ହୋତା ମୁଖ୍ଯ ଅତିଥି ଭାବେ ଯୋଗଦେଇ ସକାଳ ଘ 7.40 ମିଣ୍ଟ ସମୟରେ ଜାତୀୟ ପତାକା ଉତ୍ତୋଳନ କରିଥିଲେ | ଥେରୁବାଲି ଅଂଚଳ ବାସୀନ୍ଧାଙ୍କ ଶିକ୍ଷାର ବିକାଶ ପାଇଁ ଏହି ବିଦ୍ଯାଳୟ ଖୋଲାଯାଇଥିବାରୁ ସମସ୍ତଙ୍କ ମନରେ ଖୁସିର ଲହରି ଖେଳିବା ସହ ଅଂଚଳବାସୀନ୍ଧା ବିଦ୍ଯାଳୟର ଉତ୍ତରତ୍ତୋର କାମନା କରିଛନ୍ତି ଏବଂ ପ୍ରତିଷ୍ଠାତା ଶ୍ରୀ ଲିମାଙ୍କୁ ସାଧୁବାଦ ଜଣାଇଛନ୍ତି | ଚଳିତ ବର୍ଷ ପ୍ଲେ ସ୍କୁଲ ରୁ ୟୁକେଜି ପର୍ଯ୍ଯନ୍ତ ଖୋଲାଯାଇଛି | ପରବର୍ତ୍ତି ବର୍ଷ ମାନଙ୍କରେ ଅନ୍ଯାନ୍ଯ କ୍ଲାସ ଖୋଲାଯିବା ସାଙ୍ଗକୁ ପିଲାଙ୍କ ଋଚି ଅନୁଯାୟୀ ଶିକ୍ଷାଦାନ କରାଯିବ ଏବଂ ବିଭିନ୍ନ ସମୟରେ ବିଭିନ୍ନ ପ୍ରତିଯୋଗିତା ମାନ କରାଯିବ ବୋଲି ଅଧ୍ଯକ୍ଷ ନିଜ ବକ୍ତବ୍ଯରେ କହିଥିଲେ | | ସ୍ବାଧିନତା ଦିବସ ପାଳନ ଅବସରରେ ସ୍ଥାନୀୟ ବୁଦ୍ଦିଜୀବୀ, ନେତା ଓ ସମାଜସେବୀ ମାନଙ୍କ ମଧ୍ଯରେ ରଘୁନାଥ କାମ୍ବା, ଅଭି ଗାଣ୍ଟା, କେଶବ ଲିମା, ସୁଲଚନା, ରମେଶ ନାଇଡୁ, ନିର୍ମଳ ସାହୁକାର, ସାମ୍ବାଦିକ ଗୌରୀ ଶଙ୍କର ପଟ୍ଟନାୟକ, ପ୍ରଦୀପ କୁମାର ସାହୁ ପ୍ରମୁଖ ଯୋଗଦେଇଥିବା ବେଳେ ବିଦ୍ଯାଳୟର ଶିକ୍ଷୟିତ୍ରୀ ରସ୍ମୀତା ହିକକା , ଅନିତା ହିକକା ଏବଂ ଅନ୍ଯମାନେ ସହଯୋଗ କରିଥିଲେ |

ରାୟଗଡ଼ା ରୁ ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

କଳାହାଣ୍ଡି ଜିଲ୍ଲା ରେ ହେବାକୁ ଥିବା ଆଦିବାସୀ ବିଶ୍ବବିଦ୍ୟାଳୟର କ୍ୟାମ୍ପସ ମୟୂରଭଞ୍ଜ ଜିଲ୍ଲାରେ ପ୍ରତିଷ୍ଠା ପାଇଁ ମସୁଧା

Sunil Chandra Nayak

ପୂର୍ବତନ ବିଧାୟକ ବହଳଦା ପ୍ରହ୍ଲାଦ ପୂର୍ତ୍ତିଙ୍କ ବହଳଦା ରୋଡ଼ ଝରାଡ଼ିହ ଷ୍ଟେଟନ ଗସ୍ତରେ ଯାଇ ଅଂଚଳର ବୁଦ୍ଧିଜୀବୀ ଓ ଜନସାଧାରଣ ଲୋକଙ୍କ ସହିତ ବିଭିନ୍ନ ସମସ୍ୟା ସମ୍ପର୍କରେ ଅବଗତ ହୋଇ ସମାଧାନ ପାଇଁ ପ୍ରୟାସ କରିବେ ବୋଲି କହିଥିଲେ

Sunil Chandra Nayak

ତିରିଂ ଥାନା !ଗର୍ଭବତୀ ମହିଳାଙ୍କ ଅପମୃତ୍ୟୁ, ଶଶୁର ଘର ଲୋକେ ଗ୍ରହଣ କଲେନି, ବାପଘର ଲୋକେ ଶ୍ମଶାନ ଘାଟରେ ଶବଦାହ କଲେ

Sunil Chandra Nayak

Leave a Comment

error: Content is protected !!