ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୭୭ତମ ସ୍ବାଧୀନତା ଦିବସରେ କଳାକାର ମାନଙ୍କୁ ସମ୍ବର୍ଦ୍ଧିତ କଲା ବ୍ଲକ ପ୍ରଶାସନ

ବାଲେଶ୍ଵର, ୧୫/୮/୨୩- ପବିତ୍ର ୭୭ତମ ସ୍ବାଧୀନତା ଦିବସ ବାଲେଶ୍ଵର ଜିଲ୍ଲାର ବିଭିନ୍ନ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ, ଅନୁଷ୍ଠାନ, ଶିକ୍ଷାନୁଷ୍ଠାନ ଏବଂ ଘରୋଇ ଅନୁଷ୍ଠାନ ଗୁଡିକରେ ମହା ଆଡମ୍ବରରେ ପାଳିତ ହୋଇଯାଇଛି । ସକାଳେ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଧାଡି ହୋଇ ସ୍ଲୋଗାନ ଦେଇ ରାସ୍ତାରେ ଯାଉଥିବାର ଦେଖିବାକୁ ମିଳିଥିଲା । ଏହିପରିପ୍ରକ୍ଷିରେ ଖଇରା ବ୍ଲକ ପରିସରରେ ଜାତୀୟ ପତାକା ଉତ୍ତୋଳନ କରିଥିଲେ ବିଡ଼ିଓ ଉତ୍ତମ କୁମାର ଜେନା । ପରେ ପରେ ଅଧ୍ୟକ୍ଷା ଶ୍ରୀମତୀ ଅଭିଲିପ୍ସା ସାହୁ ୭୭ତମ ସ୍ବାଧୀନତା ଦିବସ ବିଷୟରେ ସଂକ୍ଷିପ୍ତ ବକ୍ତବ୍ୟ ରଖିଥିଲେ । ଏହା ପରେ ବ୍ଲକ ପରିସରରେ ଥିବା ସଭା ଗୃହ ମଧ୍ୟରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । ମଞ୍ଚାସୀନ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ ଶିକ୍ଷକ ଭରତ ଚନ୍ଦ୍ର ସାହୁ । ଉକ୍ତ ସଭାରେ ବ୍ଲକ ପ୍ରଶାସନ ତରଫରୁ କେତେଜଣ କଳାକାର ମାନଙ୍କ ନିମନ୍ତେ ମାନପତ୍ରର ବ୍ଯବସ୍ଥା ହୋଇଥିଲା । ସେମାନେ ହେଲେ – ନାରଣ ଦାସ, ବାଦକ, ଭୋଗପୁର, ଭୈରବ ବିନ୍ଧାଣୀ, ଗାୟକ, ହରିପୁର, ଭୋଳାନାଥ ଦାସ, ଗାୟକ, କବର, ରାମଚନ୍ଦ୍ର ବିଶ୍ବାଳ, ଗାୟକ, ଦଇପୁର ଓ ନୃତ୍ୟ ଶିକ୍ଷକ ପ୍ରାଣବନ୍ଧୁ ମହାପାତ୍ର ଗୁଆପାଳ । କଳାକାର ମାନଙ୍କୁ ସମ୍ବର୍ଦ୍ଧିତ କରିବା ପାଇଁ ବିଡ଼ିଓ ଶ୍ରୀ ଜେନା ଅଧ୍ୟକ୍ଷା ଶ୍ରୀମତୀ ସାହୁଙ୍କୁ କହିଥିଲେ । ଶ୍ରୀମତୀ ସାହୁ ମାନପତ୍ର, ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ କଳାକାର ମାନଙ୍କୁ ସମ୍ବର୍ଦ୍ଧିତ କରି ଆନନ୍ଦିତ ହୋଇଥିଲେ । ଉକ୍ତ ସମ୍ବର୍ଦ୍ଧନା ପର୍ବରେ ୪ ନମ୍ବର ଜୋନର ଜିଲ୍ଲାପରିଷଦ ସଦସ୍ୟା ରଶ୍ମିତା ମହାପାତ୍ର ସାମିଲି ହୋଇଥିଲେ ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ଧର୍ମଗଡ଼ ବ୍ଲକ ସଭାଗୃହ ରେ ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ

Sunil Chandra Nayak

ଐତିହାସିକ ପୋଡାଗଡ଼ ମଣ୍ଡେଇ ଉଦଯାପିତ   

Sunil Chandra Nayak

ସଚେତନ ନାଗରିକ ମଞ୍ଚ ର ବିବେକାନନ୍ଦଙ୍କ ଜୟନ୍ତୀ ପାଳନ ଓ ପ୍ରସ୍ତୁତି ବୈଠକ 

masiha

Leave a Comment

error: Content is protected !!