ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ଟେମରି ଖେଳ ପଡିଆ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ମାଂଝରି ଦଳ ବିଜୟୀ

ଟେମରି( ମନି ସ):- ୩/୩:-କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଟେମରି ଖେଳ ପଡିଆଠାରେ ମାଁ ବୁଡ଼ା ରାଜା ନକ୍ ଆଉଟ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆୟୋଜିତ ହୋଇଯାଇଛି। ଏଥିରେ ୧୬ ଟି କ୍ରିକେଟ ଦଳ ଅଂଶ ଗ୍ରହଣ କରିଥିଲେ। ସେଥି ମଧ୍ୟରୁ ମାନଝରି ଓ କୁସୁମଦର କ୍ରିକେଟ ଦଳ ଫାଇନାଲରେ ପହଂଚି ଥିଲେ । ଶୁକ୍ରବାର ଦିନରେ ଏହି ଦୁଇ ଦଳ ମଧ୍ୟରେ ରୋମାଞ୍ଚକ ଖେଳ ଦେଖିବାକୁ ମିଳିଥିଲା । ମାନଝରୀ କ୍ରିକେଟ ଦଳ ପ୍ରଥମରେ ଧମାଦାର ବ୍ୟାଟିଂ କରି ୧୫ ଅଭରରେ ୫ ୱିକେଟ ବିନିମୟେ ୧୮୦ ରନ୍ ସଂଗ୍ରହ କରିଥିଲେ । କୁସୁମଦର କ୍ରିକେଟ ଦଳ ଦ୍ଵିତୀୟରେ ବ୍ୟାଟିଂ କରି ୧୨.୪ ଅଭରରେ ୧୦୯ ରନ୍ କରି ଅଲ୍ ଆଉଟ୍ ହୋଇ ପରାସ୍ତ ହୋଇଥିଲେ । ବିଜୟୀ ମାନଝରି କ୍ରିକେଟ ଦଳକୁ ୩୦,୦୦୦ ଟଙ୍କା ସହ ଟ୍ରଫି ପ୍ରଥମ ପୁରସ୍କାର ମୁଖ୍ୟ ଅତିଥି ଜିଲ୍ଲା ପରିଷଦ ଚେୟାରମ୍ୟାନ ପୁଷ୍ପେନ୍ଦର ସିଂ ଦେଓ ଙ୍କ ହାତରେ ପ୍ରଦାନ କରାଯାଇଥିବା ବେଳେ କୁସୁମଦର କ୍ରିକେଟ ଦଳକୁ ଦ୍ଵିତୀୟ ପୁରସ୍କାର ଟ୍ରଫି ସହ ୨୦୦୦୦ ଟଙ୍କା ସମ୍ମାନିତ ଅତିଥି ବି ସି ସି ବ୍ୟାଙ୍କ ଚେୟାରମ୍ୟାନ ଗିରିଶ ବେହେରାଙ୍କ ହାତରେ ପ୍ରଦାନ କରାଯାଇଥିଲା । ମାନଝରୀ ଖେଳାଳି ପାଣ୍ଡେ ବେହେରାଙ୍କୁ ମ୍ୟାନ ଅଫ ଦି ମ୍ୟାଚ ଟ୍ରଫି ସହ ୨୦୦୦ ଟଙ୍କା ବେଭାରି ସା ଙ୍କ ହାତରେ ଓ କୁସୁମ ଦରର ଖେଳାଳି ରବି ହରପାଳଙ୍କୁ ମ୍ୟାନ ଅଫ ଦି ସେରିଜ୍ ଟ୍ରଫି ସହ ୩୦୦୦ ଟଙ୍କା ସୁରେନ୍ଦ୍ର ପଟେଲଙ୍କ ହାତରେ ପ୍ରଦାନ କରିବା ସହ କୁସୁମ ଦର କ୍ରିକେଟ ଟିମକୁ ଶାନ୍ତି ଶୃଙ୍ଖଳା ଦୃଷ୍ଟିରୁ ସନ୍ତନା ପୁରସ୍କାର ପ୍ରଦାନ କରାଯାଇଥିଲା । ଏଥିରେ ଜୁନାଗଡ ବିଧାୟକ ଦିବ୍ୟ ଶଙ୍କର ମିଶ୍ର ଅତିଥି ଭାବରେ ଯୋଗଦେଇ ତାଙ୍କ ଅଭିଭାଷଣରେ ଟେମରି ଗ୍ରାମ ପଂଚାୟତରେ ଅବସ୍ଥିତ ଟେମରି ଖେଳ ପଡିଆକୁ ମିନି ଷ୍ଟାଡିୟମ କରିବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି ଓ କୁମ୍ଭାରି ଖେଳ ପଡିଆକୁ ୧୦ ଲକ୍ଷ ଟଙ୍କା ମଞ୍ଜୁର ମିଳିଥିବା ପ୍ରକାଶ କରିଥିଲେ । ଏହି ଗ୍ରାମ ପଞ୍ଚାୟତକୁ ଦୁର୍ନୀତି ମୁକ୍ତ ଆଦର୍ଶ ପଞ୍ଚାୟତ ଗଢି ତୋଳିବା ପାଇଁ ବେଭରି ସାଙ୍କୁ ପ୍ରବର୍ତ୍ତାଇ ଥିଲେ । ଅତିଥି ଭାବରେ ବିଜେଡ଼ି କାର୍ଯ୍ୟନିର୍ବାହୀ ସଭାପତି ରବି ପଟ୍ଟନାୟକ, ମନୋଜ ପଟ୍ଟଯୋଶୀ, ଵେଭାରୀ ସା, ପିଇଓ ପୁରୁଷୋତ୍ତମ ନାଏକ, ଜିଆର ଏସ ସୁରେନ୍ଦ୍ର ପଟେଲ, କୁମୁଦ ସା, ପୂର୍ବତନ ସରପଞ୍ଚ ସୁଧୀର ଭୋଇ, ନାଏବ ସରପଞ୍ଚ ଦୁଃଖୀରାମ ସା, ଖଗେଶ୍ୱର ନାଏକ, ଅନନ୍ତ ରାମ ସୁନା ନି, ୠଷି ମଣି ନାଗ, ଦୀ ନୁ ରାମ ପଟେଲ, ଦିଗମଲ ନାଏକ, ପ୍ରମୁଖ ଯୋଗ ଦେଇଥିଲେ। ଜିତୁ ନାଗ ଙ୍କ ଆୟୋଜିତ କ୍ରମେ ଡାକେ ଶ୍ୱର ପଟେଲ, ଟୁନା ଜୁଏଡ, ଗୌରାଙ୍ଗ ବାଗ, ମିନିକେତନ ସୁନାନି, ସୁମନ ଭୋଇ, ରସାନ୍ତ ଭଇସାଲ, ଡାଲଟନ ଜାଲ, ସୁପେଶ ଭଇସାଲ, ତୁଳସୀ ପୁଞ୍ଜି, ପିଳାବାବୁ ବାଗ, ସନ୍ତୋଷ ସୁନା ନି, ସୁଜିତ ନାଗ ତଥା ଅନ୍ୟାନ୍ୟ କ୍ରିକେଟ ଟିମ ବ୍ୟକ୍ତି ମାନଂକ ସହଯୋଗ କ୍ରମେ ଏହି ମ୍ୟାଚ କାର୍ଯ୍ୟ ସାଫଲ୍ୟ ମଣ୍ଡିତ ହୋଇଛି ।

ଜଗଜ୍ଜୀବନ ସା ଙ୍କ ରିପୋର୍ଟ

Related posts

ନାଗଭଣରେ 24 ତମ ବାର୍ଷିକ କ୍ରୀଡା ଓ ନୃତ୍ୟ ପ୍ରତିଯୋଗିତା

Sunil Chandra Nayak

ମୁଣ୍ତମରାଇ ରେ କ୍ରିକେଟ ଟୁର୍ଣାମେଣ୍ଟ ଉଦ୍ଘାଟିତ 

masiha

ବାର୍ଷିକ କ୍ରୀଡାଉତ୍ସବ’ର ଶୁଭାରମ୍ଭ

masiha

Leave a Comment

error: Content is protected !!