ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ପ୍ରଥମ ସତ୍ୟବାନ ମେମୋରିଆଲ ଟି – ୧୦ କ୍ରିକେଟ୍ ପ୍ରତିଯୋଗିତା, ବାଲିପଡା ଚାମ୍ପିଅନ୍ 

ପ୍ରଥମ ସତ୍ୟବାନ ମେମୋରିଆଲ ଟି – ୧୦ କ୍ରିକେଟ୍ ପ୍ରତିଯୋଗିତା, ବାଲିପଡା ଚାମ୍ପିଅନ୍ 

ରୁପ୍ରା, ୧୦/୨ (ଅଜୟ ସେନାପତି) : ପରଲସିଙ୍ଗା ଗ୍ରାମ ପଞ୍ଚାୟତ ଅଧିନ ରୈନପଡା ଖେଳ ପଡ଼ିଆରେ ମା’ ମାଣିକେଶ୍ୱରୀ କ୍ରିକେଟ୍ ଆସୋସିଏସନ୍ ଆୟୋଜନରେ ପ୍ରଥମ ସତ୍ୟବାନ ମେମୋରିଆଲ ଟି – ୧୦ କ୍ରିକେଟ୍ ପ୍ରତିଯୋଗିତାର ଦୁଇଟି ସେମିଫାଇନାଲ ଓ ଫାଇନାଲ୍ ମ୍ୟାଚ୍ ସୋମବାର ଦିନ ଅନୁଷ୍ଠିତ ହୋଇଯାଇଛି। ସୂଚନାଯୋଗ୍ୟ ଦୀର୍ଘ ୭ବର୍ଷ ହେଲା ପରଲସିଙ୍ଗା ହାଇସ୍କୁଲର ହିନ୍ଦୀ ଶିକ୍ଷକ ସ୍ୱର୍ଗତ ସତ୍ୟବାନ ନାଏକଙ୍କ ନେତୃତ୍ୱରେ ଉକ୍ତ ପଡିଆରେ କ୍ରିକେଟ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଆସୁଥିବା ବେଳେ ୨୦୨୪ ସାଲରେ ଉକ୍ତ ଶିକ୍ଷକଙ୍କ ଅକାଳ ବିୟୋଗ ଘଟିଥିଲା, ଏଣୁ ପରଲୋକଗତ ଉକ୍ତ ହିନ୍ଦୀ ଶିକ୍ଷକଙ୍କ ସ୍ମୃତି ଉଦ୍ଦେଶ୍ୟରେ ଚଳିତ ବର୍ଷ ପ୍ରଥମ ସତ୍ୟବାନ ମେମୋରିଆଲ କ୍ରିକେଟ୍ ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା ବୋଲି କମିଟିର ସମ୍ପାଦକ ଗୁଲସନ୍ ନାଏକ୍ ସୂଚନା ପ୍ରଦାନ କରି କହିଥିଲେ। 

ଉକ୍ତ ପ୍ରତିଯୋଗିତା ଗତ ୪ ତାରିଖରୁ ଆରମ୍ଭ ହୋଇଥିବା ବେଳେ ଏଥିରେ ମୋଟ୍ ୧୬ଟି କ୍ରିକେଟ୍ ଟିମ୍ ଅଂଶଗ୍ରହଣ କରିଥିଲେ। ସୋମବାର ଅନୁଷ୍ଠିତ ହୋଇଥିବା ପ୍ରଥମ ସେମିଫାଇନାଲରେ ବ୍ରାହ୍ମଣୀକୁ ପରାସ୍ତ କରି ବାଲିପଡା ଦଳ ଫାଇନାଲ୍ ପର୍ଯ୍ୟାୟକୁ ଉନ୍ନୀତ ହୋଇଥିବା ବେଳେ ଦ୍ୱିତୀୟ ସେମିଫାଇନାଲରେ ବଗାଡ ଦଳ କୁ ପରାସ୍ତ କରି କେସିଙ୍ଗା କ୍ରିକେଟ୍ ଟିମ୍ ଫାଇନାଲ୍ ପର୍ଯ୍ୟାୟକୁ ଯାଇଥିଲେ। ଫାଇନାଲ୍ ମ୍ୟାଚ୍ ରେ ବାଲିପଡା ଦଳ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ଓଭରରେ ୮ ୱିକେଟ୍ ବିନିମୟରେ ୧୦୪ ରନ୍ ସଂଗ୍ରହ କରିଥିଲେ, ବିଜୟ ପାଇଁ ୧୦୫ ରନ୍ ର ପିଛାକରି ନିର୍ଦ୍ଧାରିତ ଓଭରରେ କେସିଙ୍ଗା ଦଳ ମାତ୍ର ୮୨ରନ୍ କରିପାରି ୨୨ରନ୍ ବ୍ୟବଧାନରେ ପରାଜିତ ହୋଇଥିଲେ। ଉକ୍ତ ମ୍ୟାଚରେ ମୁଖ୍ୟ ଅତିଥି ଭାବରେ ପରଲସିଙ୍ଗା ଗ୍ରାମ ପଞ୍ଚାୟତ ସରପଞ୍ଚ କୃତାଞ୍ଜଳ ଗୌଡ, ସମ୍ମାନିତ ଅତିଥିଭାବେ ସାମ୍ବାଦିକ ଅଜୟ ସେନାପତି, ୱାର୍ଡ଼ ମେମ୍ବର ପୁଷ୍ପବତୀ ମାହାର ଓ କୌତୁକ ଗୌଡ ପ୍ରମୁଖ ଯୋଗଦାନ କରି ଖେଳାଳି ମାନଙ୍କୁ ଉତ୍ସାହିତ କରିବା ସହ ବିଜେତା ଓ ଉପବିଜେତା ଦଳକୁ ଟ୍ରଫି ସହ ନଗଦ ଅର୍ଥରାଶି ପ୍ରଦାନ କରିଥିଲେ। ସେହିପରି ମେନ୍ ଅଫ୍ ଦି ମ୍ୟାଚ୍ ଓ ମେନ୍ ଅଫ୍ ଦି ସିରିଜ୍ ପୁରସ୍କାର ବିଜେତା ବାଲିପଡା ଦଳର ଲିପୁନ୍ ଓ ବିକାଶଙ୍କୁ ପ୍ରଦାନ କରିଥିଲେ। ଏହି ମ୍ୟାଚରେ ଅମ୍ପାୟାର୍ ଭାବରେ ହେମରାଜ୍ ମାହାର ଓ ଭୋଜରାଜ ନାଏକ ଖେଳ ପରିଚାଳନା କରିଥିଲାବେଳେ ସ୍କୋରର୍ ନିରାକାର ନାଏକ ତଥା ଧାରାବିବରଣୀ ଦିଗାମ୍ୱର୍ ମାହାର ପ୍ରଦାନ କରିଥିଲେ। ଆୟୋଜକ ଅନୁଷ୍ଠାନର ସଭାପତି ଭାଗିରଥି ନାଗ, ଉପସଭାପତି ଦାମୋଦର ଠେଲା, ସମ୍ପାଦକ ଗୁଲସନ୍ ନାଏକ, ବରିଷ୍ଠ ସଦସ୍ୟ ବୈଲୋଚନ ନାଏକ, ଦୁର୍ଗା ମାହାର, ଧିରେନ୍ଦ୍ର ମାହାର, ଶୌଭାଗ୍ୟ ମାହାରଙ୍କ ସମେତ ଅନ୍ୟାନ୍ୟ କର୍ମକର୍ତ୍ତା ଉପସ୍ଥିତ ରହି ସହଯୋଗ କରିଥିଲେ। ଶେଷରେ ସମାଜସେବୀ ଟୁକୁରାମ ଗୌଡ ଧନ୍ୟବାଦ ଅର୍ପଣ କରିଥିଲେ। 

( ମ ନି ସ ) 

Related posts

ସନ୍ତୋଷ ଟ୍ରଫି ପାଇଁ ଓଡ଼ିଶା ଦଳରେ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ର ଫୁଟବଲ ଖେଳାଳି ହରିଶଙ୍କର 

Sunil Chandra Nayak

୨ୟ ନବରଙ୍ଗ ସିଂ ମେମୋରିଆଲ କ୍ରିକେଟ କପ ଟୁର୍ଣ୍ଣାମେଣ୍ଟ ଉଦଯାପିତ,ଗୋଡଧୁଆପଦର ଚମ୍ପିୟାନ   

Sunil Chandra Nayak

ସୁଜିତ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ର ବୋଡେ଼ନ ଚାମ୍ପିୟାନ

masiha

Leave a Comment

error: Content is protected !!