ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କାର୍ଯ୍ୟକ୍ଷେତ୍ରରେ ମହିଳାଙ୍କ ଯୌନ ଉତ୍ପୀଡନ ଆଇନ ସଂପର୍କରେ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

କାର୍ଯ୍ୟକ୍ଷେତ୍ରରେ ମହିଳାଙ୍କ ଯୌନ ଉତ୍ପୀଡନ ଆଇନ ସଂପର୍କରେ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

ରାୟଗଡ:-ତା. ୧୧/୦୯-ଆଜି ସ୍ଥାନୀୟ ଡି ଆର ଡି ଏ ସମ୍ମିଳନୀ କକ୍ଷରେ ଜିଲ୍ଲା ପ୍ରଶାସନ ତରଫରୁ କାର୍ଯ୍ୟକ୍ଷେତ୍ରରେ ମହିଳାଙ୍କ ଯୌନ ଉତ୍ପୀଡନ ଆଇନ ସଂପର୍କରେ ଏକ ପ୍ରଶିକ୍ଷଣ ଶିବିର ଜିଲ୍ଲା ସମାଜ ମଂଗଳ ଅଧିକାରୀ ଶ୍ରୀମତୀ ମିନତି ଦେଓ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଅଛି। ଉତ୍କ ଶିବିରରେ ରାୟଗଡ଼ ଜିଲ୍ଲା ର ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନବୀନ ନାୟକ ମୁଖ୍ୟ ଅତିଥି ରୂପେ , ସମାଜ ସବି ମଞ୍ଜୁଶ୍ରୀ ମୁଖେର୍ଜି,ଅଧ୍ୟକ୍ଷା ଲୋକlଲ କମିଟି ଓ ଜିଲ୍ଲା ଆଇନ ସେବା ପ୍ରାଧିକରଣ ସମ୍ପାଦକ ଶ୍ରୀ ସୁବ୍ରତ ଆଚାର୍ଯ୍ୟ ସମ୍ମାନିତ ଅତିଥି ରୂପେ ଦେଉଥିଲେ। ଉକ୍ତ ଶିବିରରେ ରାୟଗଡ଼ ଜିଲ୍ଲାର ସମସ୍ତ ନୋଡାଲ ଅଫିସର ଓ ବିଭିନ୍ନ ସରକାରୀ, ବେସରକାରୀ, ବ୍ୟାଙ୍କ୍ ଓ ଥାନାର ଆଭ୍ୟନ୍ତରିନ କମିଟିର ସଦସ୍ୟ ମାନେ ଉପସ୍ଥିତ ଥିଲେ। ପ୍ରାରମ୍ଭରେ ଶ୍ରୀମତୀ ପ୍ରତିମା ଦାସ ପୋଷ ଆଇନର ପୃଷ୍ଠଭୂମି ଉପରେ ଆଲୋକପାତ କରିଥିଲେ। ପରେ ମାଷ୍ଟର ଟ୍ରେନର ଶ୍ରୀ ଶିବ ପ୍ରସାଦ ମିଶ୍ର କର୍ମକ୍ଷେତ୍ରରେ ମହିଳାଙ୍କ ଯୌନ ଉତ୍ପୀଡନ ଆଇନ ବିଷୟରେ ଆଲୋଚନା କରିବା ଆଭ୍ୟନ୍ତରୀଣ କମିଟିର ଗଠନ ଓ କାର୍ଯ୍ୟକାରିତା ଉପରେ ବୁଝାଇଥିଲେ। କାର୍ଯ୍ୟକ୍ଷେତ୍ର କହିଲେ କଣ ବୁଝାଏ, ଆଭ୍ୟନ୍ତରୀଣ ଅଭିଯୋଗ କମିଟି ଏବଂ ଜିଲ୍ଲା ସ୍ତରୀୟ ସ୍ଥାନୀୟ ଅଭିଯୋଗ କମିଟି ର ଗଠନ ଓ ଭୂମିକା , ଅଭିଯୋଗ ଫର୍ମାଟ, ଅନୁସନ୍ଧାନ ପ୍ରକ୍ରିୟା ସମ୍ବନ୍ଧରେ ତାଲିମ ପ୍ରଦାନ କରାଯାଇଥିଲା l ମହିଳା ଓ ଶିଶୁ ବିକାଶ ବିଭାଗ ର ପ୍ରତିନିଧି ମାନେ ସ୍ଥାନୀୟ କମିଟି ର ଉପଲବ୍ଧତା ବିଷୟରେ ପ୍ରତ୍ୟେକ ଗ୍ରାମ ରେ ସଚେତନତା ସୃଷ୍ଟି କରିବାକୁ କୁହାଗଲା l ଯେଉଁ କାର୍ଯ୍ୟ କ୍ଷେତ୍ରରେ 10 ରୁ କମ୍ କର୍ମଚାରୀ ଅଛନ୍ତି, କିମ୍ବା ଅସଂଗଠିତ କ୍ଷେତ୍ରରେ କାର୍ଯ୍ୟ ରତ ମହିଳା ଙ୍କ ପାଇଁ ସ୍ଥାନୀୟ କମିଟି ଥିବା ସମ୍ପର୍କରେ ସଚେତନତା, ବୃଦ୍ଧି କରିବା ପାଇଁ ନୋଡାଲ ଅଧିକାରୀ ପଦକ୍ଷେପ ନେବା ପାଇଁ ଆଲୋଚନା ହୋଇଥିଲା

ଜିଲ୍ଲା ସଂଯୋଜକ ମହିଳା ସଶକ୍ତି କରଣ ବିଭାଗ ଶ୍ରୀ ଦିବାକର ପରିଛା କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବା ବେଳେ ,ଶ୍ରୀ ସାୟେଦ ସଲିମ୍ ଧନ୍ୟବାଦ୍ ଅର୍ପଣ କରିଥିଲେ। 

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଛାତ୍ରଙ୍କୁ ଫାଙ୍କିଦେଲେ କୁଳପତି ଡ. ଗୀତାଞ୍ଜଳୀ ଦାସ : ପୁଣି ଆଦାୟ ହେବ ହଷ୍ଟେଲ ଫି

କୃଷି ବିଭାଗୀୟ ଅଧିକାରୀ ଓ କର୍ମକର୍ତ୍ତା ଙ୍କ ଜଳବନ୍ଦୀ ଅଞ୍ଚଳ ପରିଦର୍ଶନ ସହ ତାଲିମ କାର୍ଯ୍ୟକ୍ରମ

Sunil Chandra Nayak

ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଆଇନ ସଚେତନତା ଶିବିର 

Sunil Chandra Nayak

Leave a Comment

error: Content is protected !!