ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ତେରେସିଂହା ଓ ସାନଡୁଙ୍ଗୁରୀଗୁଡ଼ା ଆଞ୍ଚଳିକ କୈବର୍ତ୍ତ ସମାଜର ନୂଆଖାଇ ଭେଟଘାଟ 

ତେରେସିଂହା ଓ ସାନଡୁଙ୍ଗୁରୀଗୁଡ଼ା ଆଞ୍ଚଳିକ କୈବର୍ତ୍ତ ସମାଜର ନୂଆଖାଇ ଭେଟଘାଟ 

କର୍ଲାମୁଣ୍ଡା, ୧୧/୦୯ (ସୁଶାନ୍ତ ରଣା): କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ତେରେସିଂହା ଓ ସାନଡୁଙ୍ଗୁରୀ ଗୁଡ଼ା ଆଞ୍ଚଳିକ କୈବର୍ତ୍ତ କେଉଁଟ ସମାଜର ସାଙ୍ଗଠନିକ ଓ ନୂଆଖାଇ ଭେଟଘାଟ ୨୦୨୫ କୁନ୍ଦେଇପାଲି ତେଲ ନଦୀ ଛତିଘାଟ ଠାରେ ଗୁରୁବାର ଅନୁଷ୍ଠିତ ହୋଇଥିଲା । ଏଥିରେ କର୍ଲାମୁଣ୍ଡା ବ୍ଲକ ସ୍ତରୀୟ ଦୁଇ ଆଞ୍ଚଳିକ କମିଟି ତେରେସିଂହା ଓ ସାନଡୁଙ୍ଗୁରୀଗୁଡା ଆଞ୍ଚଳିକ ସମସ୍ତ କୈବର୍ତ୍ତ କେଉଁଟ ସମାଜ ଜାତି ଭାଇ ମାନେ ଉପସ୍ଥିତ ଥିଲେ । ଧବଲେଶ୍ବର ଦଣ୍ଡସେନାଙ୍କ ଅଧ୍ୟକ୍ଷତାରେ ତେରେସିଂହା ଆଞ୍ଚଳିକ ସଭାପତି ହୃଦାନନ୍ଦ ମଲ୍ଲିକ, ସଂପାଦକ ସପ୍ତଋଷି ମଲ୍ଲିକ ଏବଂ ସାନଡୁଙ୍ଗୁରି ଗୁଡା ଅଞ୍ଚଳ ସଭାପତି ଅଗସ୍ତି ବୁଡେକ, ସଂପାଦକ କିଶୋର ଚନ୍ଦ୍ର ନାଏକ ଓ ସମସ୍ତ ଜାତି ଭାଇ ଉପସ୍ଥିତ ଥିଲେ । ନୂଆଖାଇ ଭେଟଘାଟ ମହାଆଡମ୍ବରରେ ଅନୁଷ୍ଠିତ ହୋଇଯାଇଛି। ଆୟୋଜିତ କାର୍ଯ୍ୟକ୍ରମରେ କର୍ଲାମୁଣ୍ଡା ବ୍ଲକ ସଂଯୋଜକ ସୁଶାନ୍ତ ମଲ୍ଲିକ ମୁଖ୍ୟ ଅତିଥି, ଦାମ୍ବୋଦର ନାଏକ, ପଦ୍ମନାଭ ନାଏକ, ସନାତନ ନାଏକ, ସାଧୁ ନାଏକ, ଗଣ୍ତାରାମ ନାଏକ ପ୍ରମୁଖ ନୂଆଖାଇ ଭେଟ ଘାଟ ଓ ସମାଜ ସଂସ୍କାର ଉପରେ ଆଲୋଚନା କରିଥିଲେ। ଏଥିରେ ତେରେସିଂହା, ସାନଡୁଙ୍ଗୁରିଗୁଡ଼ା, ବିନ୍ଧାଣୀ, ପୁଟିଗାଁ, ସରଗୁଲମାଲପଡା, ବେଲପଡ଼ା, ରିଷିଡ଼ା, ପୌରକେଲା, ଖରଝୁରା, ତାଲକୁନା, ଡୁମ୍ବେରଗୁଡ଼ା, ସିରପୁର, ଭାନପୁର, କତେଶିର, କଶୃପଡା, ଘଟସରା, ବିନେକେଲା, ବହଳମୁଣ୍ତା, କର୍ଲାମୁଣ୍ଡା ର ପ୍ରମୁଖ ଶତାଧିକ ଜାତି ଭାଇ ଉପସ୍ଥିତ ରହି ସାଙ୍ଗଠନିକ ଓ ନୂଆଖାଇ ଭେଟଘାଟ ଆବାହକ ତଥା ପ୍ରତିନିଧି ସଙ୍ଗଠନ କୁ ବଢାଇବା ଦିଗରେ ପ୍ରତି ମାସରେ ବୈଠକ କରି ଗାଁ ଗାଁ ବୁଲି ସଙ୍ଗଠନ କୁ ମଜବୁତ କରିବା ପାଇଁ ସ୍ଥିର କରିଥିଲେ I

Related posts

ରାଇରଙ୍ଗପୁରସ୍ଥ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ତ୍ରୀଦିଵସୀୟ ବାର୍ଷିକ କ୍ରୀଡା ଉତ୍ସଵ ଶୁଭ ଉଦ୍ଘାଟନ

Sunil Chandra Nayak

ଶତାୟୁ,ପି ଏମ୍ ଶ୍ରୀ ବି.ବି.ସରକାରୀ ଉଚ୍ଚ ବିଦ୍ୟାଳୟ, ଢେଙ୍କାନାଳରେ ଗୁରୁ ଦିବସ ପାଳନ ଅବସରରେ ପ୍ରାକ୍ତନ ଓ ବର୍ତ୍ତମାନର ଛାତ୍ର- ଶିକ୍ଷକ ସମ୍ମିଳନୀ -୨୦୨୫ ଅନୁଷ୍ଠିତ 

Sunil Chandra Nayak

ଜିଲ୍ଲା କଂଗ୍ରେସର ସାଧାରଣ ସମ୍ପାଦକ ଭାବେ ମନୋନୀତ ହେଲେ ରାଜେନ୍ଦ୍ର ନାଏକ, ବିଭିନ୍ନ ମହଲରୁ ଶୁଭେଚ୍ଛା

masiha

Leave a Comment

error: Content is protected !!