ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାସ୍ତାକଡ଼ରେ ଥିବା ଅଚଳ ଟ୍ରକକୁ ପିଟିଲା ଟ୍ରଲର, ଡ୍ରାଇଭର ମୃତ

ରାସ୍ତାକଡ଼ରେ ଥିବା ଅଚଳ ଟ୍ରକକୁ ପିଟିଲା ଟ୍ରଲର, ଡ୍ରାଇଭର ମୃତ

ଲାଞ୍ଜିଗଡ଼, ୦୫/୧୦(ମନିସ)- ରାସ୍ତାକଡ଼ରେ ଅଚଳ ହୋଇ ପଡିଥିବା ଏକ ଟ୍ରକକୁ ଡାହାଣପଟୁ ଜୋରରେ ଧକ୍କା ଦେବାରୁ ଟ୍ରକରେ ବସିଥିବା ଡ୍ରାଇଭରଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ମୃତ ଡ୍ରାଇଭରଙ୍କ ନାମ ବଲାଙ୍ଗୀର ଜିଲ୍ଲା ଗୋହିରାମୁଣ୍ଡାର ବାରୁକା ଧରୁଆ ଓ ସେ ଖରିଆର ରୋଡ଼ରୁ ଏକ ଚାଉଳ ବୋଝେଇ ଟ୍ରକ ନେଇ ଯାଉଥିବାବେଳେ ଭବାନୀପାଟଣା-ରାୟଗଡା ୬ ନମ୍ବର ରାଜ୍ୟ ରାଜପଥ କଦଳୀଘାଟି ଛକ ନିକଟରେ ଅଚଳ ହୋଇପଡ଼ିଥିଲା। ଏହି ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ଟ୍ରକରେ ଥିବା ଡ୍ରାଇଭର ଜଣଙ୍କ ଦେହ ସମ୍ପୂର୍ଣ୍ଣ ଭାବେ ଖଣ୍ଡ ବିଖଣ୍ଡିତ ହୋଇଯାଇଥିଲା। ଦୁର୍ଘଟଣା ଘଟାଇ ଟ୍ରଲରଟି ଓଲଟି ପଡ଼ିଥିବାବେଳେ ଡ୍ରାଇଭର ଫେରାର ମାରିଥିଲା। ଖବର ପାଇ ନର୍ଲା ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିବାବେଳେ ବେଶ କିଛି ସମୟ ଯାଏଁ ରାସ୍ତା ଅବରୋଧ ହୋଇଥିଲା। ଏହାପରେ ପୁଲିସ ଉପସ୍ଥିତିରେ ଖଣ୍ଡ ବିଖଣ୍ଡିତ ଶବ ଜବତ କରିବା ସହିତ ଭବାନୀପାଟଣାକୁ ବ୍ୟବଚ୍ଛେଦ ପାଇଁ ପଠାଇଛି। ଏନେଇ ନର୍ଲା ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ କରୁଥିବା ଜଣାପଡିଛି। 

ସୁଶୀଲ କୁମାର ବାଗ ଙ୍କ ରିପୋର୍ଟ୍ 

Related posts

ମହାଭାରତ ପଡ଼ିଆ ଠାରେ କୋକସରା ବ୍ଲକ ସ୍ତରୀୟ ସଂକୀର୍ତ୍ତନ ମଣ୍ଡଳୀର କର୍ମକର୍ତ୍ତା ଚୟନ

Sunil Chandra Nayak

ଶ୍ରାବଣ ମାସରେ ଶୁଖିଲା ପଡିଛି ପୋଖରୀ

Sunil Chandra Nayak

ଲୋକସାହିତ୍ୟ କଳାହାଣ୍ଡି ଜନଜୀବନର ଏକ ଓ ଅଭିନ୍ନ ଅଙ୍ଗ

Sunil Chandra Nayak

Leave a Comment

error: Content is protected !!