ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କେନ୍ଦ୍ରୀୟ ସଂଚାର ବ୍ୟୁର ଜୟପୁର ଶାଖା ପକ୍ଷରୁ ଅମୃତ ମହୋତ୍ସବ ଶୋଭାଯାତ୍ରା ଅନୁଷ୍ଠିତ

ନବରଙ୍ଗପୁର—(ମସିହା) ସ୍ୱାଧୀନତାର 75 ବର୍ଷ ଉପଲକ୍ଷେ ନବରଙ୍ଗପୁର ଠାରେ କେନ୍ଦ୍ରୀୟ ସଂଚାର ବ୍ୟୁର ଜୟପୁର ଶାଖା ପକ୍ଷରୁ ଆଜାଦି କା ଅମୃତ ମହୋତ୍ସବ ଓ ମିଶନ ଲାଇଫ ସମ୍ପର୍କିତ ସଚେତନତା ଓ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି ।ବିଧାୟକ ନିତ୍ୟାନନ୍ଦ ଗଣ୍ଡ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମ କୁ ଶୁଭାରମ୍ଭ କରିଥିଲେ ।ଏହି ଶୋଭାଯାତ୍ରାରେ ଆଜାଦି କା ଅମୃତ ମହୋତ୍ସବ ପାଳନର ଲକ୍ଷ ଓ ଉଦ୍ଧେଶ୍ୟର କେନ୍ଦ୍ର ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମ ,ପ୍ଲାଷ୍ଟିକ ବର୍ଜନ କରିବା,ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ଏହିପରି ସଚେତନ କରାଯାଇଥିଲା ।ପୌରପାଳିକା ଅଧକ୍ଷ କୁନୁ ନାୟକ ପ୍ରମୁଖ ଯୋଗଦେଇଥିଲେ ।ଏହି ଅବସରରେ ସମସ୍ତ ଶୋଭାଯାତ୍ରାକାରୀ ବିଭିନ୍ନ ପ୍ରତିଯୋଗିତା ମାନ ଅନୁଷ୍ଠିତ ହୋଇଥିଲା ।ମହିଳା ମାନଙ୍କ ମଧ୍ୟରେ ରଙ୍ଗାଲି,ମ୍ୟୁଜିକାଲ ଚେୟାର,କୁଇଜ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ।କେନ୍ଦ୍ରୀୟ ସଂଚାର ବ୍ୟୁର ଜୟପୁର ଶାଖା ପକ୍ଷରୁ ଅଧିକାରୀ ଜ୍ୟୋତିରଞ୍ଜନ ପଟ୍ଟନାୟକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିୟୁଜ୍

Related posts

ତୁମକୁ ପାରୁନି ତ ଭୁଲି : ସଙ୍ଗୀତର ଅନ୍ଯନ୍ଯ କାର୍ଯ୍ୟକ୍ରମ ଆସନ୍ତା ମଇ ୨୪ରେ …..

JCI demands DGP to make public the list of nodal officers for redressal of problems of journalists

masiha

ହାଇଓ୍ବା ଗାଡି ପଛପଟେ ଧକାହୋଇ ବାଇକ ଚାଳକ ଗୁରୁତର, କଟକ ସ୍ଥାନାନ୍ତର

Sunil Chandra Nayak

Leave a Comment

error: Content is protected !!