ବଡ ଏକାଦଶୀ ଅବସରରେ ଧର୍ମଗଡ ଶ୍ୟାମ ପରିବାର ପକ୍ଷରୁ ବାବା ଖଟ୍ଟୁ ଶ୍ୟାମଜୀ ଙ୍କ ପବିତ୍ର ଜନ୍ମଦିନ ପାଳନ
ଆଜି ବଡ ଏକାଦଶୀ ବାବା ଖଟ୍ଟୁଶ୍ୟାମଜୀ ଙ୍କ ପବିତ୍ର ଜନ୍ମଦିନ ଅବସରରେ ଧର୍ମଗଡ ଶ୍ୟାମ ପରିବାର ପକ୍ଷରୁ ଧୁମ୍ ଧାମରେ ପାଳନ କରାଯାଇଥିଲା।
ସ୍ଥାନୀୟ ଜଗନ୍ନାଥ ମନ୍ଦିର ରୁ ଭବ୍ୟ ନିଶାନ ଶୋଭାଯାତ୍ରା ଏକ ଆଧ୍ୟାତ୍ମିକ ପରିବେଶରେ ଧର୍ମଗଡ ସହର ପରିକ୍ରମା କରିଥିଲା। ଶ୍ୟାମ ପରିବାର ର ସୁନିତା ଅଗ୍ରୱାଲ ଙ୍କ ନେତୃତ୍ଵରେ ସାରଳା ବାଇ ଅଗ୍ରୱାଲ, ଅଳକା ଦାଗା, ମୀନା ତାୟଲ, ସୁଶୀଳା ସିଂଘଲ, ରିତା ଅଗ୍ରୱାଲ, ସୁମନ ଅଗ୍ରୱାଲ, ରିଧି ଅଗ୍ରୱାଲ ପ୍ରମୁଖ ଖଟ୍ଟୁ ଶ୍ୟାମଜୀ ବାବା ଙ୍କ ଗୁଣଗାନ ସହ ଭଜନ କୀର୍ତ୍ତନ କରିଥଲେ।
ସର୍ବଶ୍ରୀ କିଶୋର ଅଗ୍ରୱାଲ, ସଚିନ ସିଂଘଲ, ମଦନ ଜୈନ, ସୁବାସ ଅଗ୍ରୱାଲ, କପିଲ ଅଗ୍ରୱାଲ, ରତନ ଅଗ୍ରୱାଲ, ଅନୁପ ଅଗ୍ରୱାଲ ପ୍ରମୁଖ ଏହି ଧାର୍ମିକ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।