ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ୱାଇ.ଏମ.ଏଫ.ଆଇ ଓ ୟୁନିଟେକ ପକ୍ଷରୁ ମେଧାବୀ ଛାତ୍ର ଛାତ୍ରୀଙ୍କୁ ସମ୍ବର୍ଦ୍ଧନା

ୱାଇ.ଏମ.ଏଫ.ଆଇ ଓ ୟୁନିଟେକ ପକ୍ଷରୁ ମେଧାବୀ ଛାତ୍ର ଛାତ୍ରୀଙ୍କୁ ସମ୍ବର୍ଦ୍ଧନା

ରାଉରକେଲା:- ୟୁଥ ମୁଭମେଣ୍ଟ ଫେଡେରେସନ ଅଫ ଇଣ୍ଡିଆ ଓ ‘ୟୁନିଟେକ’ ର ମିଳିତ ସହଯୋଗ ରେ ଚଳିତ ବର୍ଷ ବିଭିନ୍ନ ବୋର୍ଡ ପରୀକ୍ଷାରେ ଉତୀର୍ଣ୍ଣ ହୋଇଥିବା ମେଧାବୀ ଛାତ୍ର ଛାତ୍ରୀଙ୍କୁ ଛେଣ୍ଡ ସ୍ଥିତ ରିମ୍ସ ଅଡ଼ିଟୋରିୟମ ଠାରେ ସମ୍ବର୍ଦ୍ଧିତ କରାଯାଇଛି l ଏଥିରେ ଶିଳ୍ପପତି ତଥା ଲେଖକ ଇଂ ରାଜେନ୍ଦ୍ର ପ୍ରସାଦ ଗୁପ୍ତା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ l ୟୁନିଟେକ ଗ୍ରୁପର ଅଧ୍ୟକ୍ଷ ନରେଶ ଆର୍ଯ୍ୟ ମୁଖ୍ୟବକ୍ତା ଓ ସମ୍ମାନିତ ଅତିଥି ଭାବେ ସମାଜସେବୀ କମଲ ଅଗ୍ରୱାଲ ଓ ୟୁନିଟେକ ର ନିର୍ଦ୍ଦେଶକ ହର୍ଷ ଆର୍ଯ୍ୟ ଯୋଗ ଦେଇ ଛାତ୍ର ଛାତ୍ରୀ ଙ୍କୁ ଉତ୍ସାହିତ କରିଥିଲେ l ୱାଇ.ଏମ.ଏଫ.ଆଇ ର ଅଧ୍ୟକ୍ଷ ଇଂ ନଳିନୀ କାନ୍ତ ଧର ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଓ ସାଧାରଣ ସମ୍ପାଦକ ବିବେକାନନ୍ଦ ଦାସ ଙ୍କ ତତ୍ୱାବଧାନରେ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା l ସିବିଏସସି, ଆଇ.ସି.ଏସ.ସି ଓ ଓଡିଶା ବୋର୍ଡ ରୁ ଉତୀର୍ଣ୍ଣ ହୋଇଥିବା ଦଶମ ଓ ଦ୍ୱାଦଶ ଶ୍ରେଣୀର ଶତାଧିକ ଛାତ୍ର ଛାତ୍ରୀ ଏବଂ ସେମାନଙ୍କ ଅଭିଭାବକ ମାନେ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ l

ଅତିଥି ମାନଙ୍କସହ ସମାଜସେବୀ ସୁବାଷ ବାପୁଡିଆଙ୍କୁ ମଧ୍ୟ ଉତ୍ତରୀୟ, ପୁଷ୍ପଗୁଚ୍ଛ ଓ ଟ୍ରଫି ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା l

କେତେକ ଛାତ୍ର ଛାତ୍ରୀ ସେମାନଙ୍କ ସଫଳତାର କାହାଣୀ ବଖାଣି ଥିଲେ l କାର୍ଯ୍ୟକ୍ରମକୁ ଅମିତାଭ ମିତ୍ର ସଂଯୋଜନା କରିଥିଲେ l ଆଶା ଆର୍ଯ୍ୟ ଓ ଅନିତା ଅଗ୍ରୱାଲ ଙ୍କ ସମେତ ବହୁ ମାନ୍ୟ ଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ l କାର୍ଯ୍ୟକ୍ରମ ପରିଚାଳନାରେ ଅକ୍ଷୟ ଧଳ, ଅମର ବର୍ମା, କୁନିଆ ବାରିକ, ଗ୍ରେସୀ ଡାଭିଡ଼, ପ୍ରିୟଙ୍କା, ରଶ୍ମିତା, ମୀରା, ଜୁହି, ସଂଗୀତାଙ୍କ ସମେତ ଅନୁଷ୍ଠାନର ସ୍ବେଛାସେବୀ ମାନେ ସହଯୋଗ କରିଥିଲେ l ଶେଷରେ ସମ୍ପାଦକ ଶ୍ରୀ ଦାସ ଧନ୍ୟବାଦ ଅର୍ପଣ କରିଥିଲେ।

ରାଉଲକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଧାଙ୍ଗିଡିମୁତା ପଞ୍ଚାୟତରେ ବାଦାମ ପାହାଡ଼ ଗୋଷ୍ଠୀ ସ୍ବାସ୍ଯକେନ୍ଦ୍ର ତରଫରୁ ମେଲେରିଆ ଓ ଡେଙ୍ଗୁ ନିୟନ୍ତ୍ରଣ ପାଇଁ ମଶା ଲାର୍ଭା , ମଶା ତେଲ ସିଞ୍ଚନ ଓ ସଫେଇ

masiha

ଡାବୁଗାଁ ସ୍ୱାସ୍ଥ୍ୟ କେନ୍ଦ୍ର ରେ ସୁସ୍ଥ ନାରୀ ସଶକ୍ତ ପରିବାର ଅଭିଯାନରେ ସ୍ୱାସ୍ଥ୍ୟ ଶିବିର ଓ ରକ୍ତ ଦାନ ଶିବିର ଅନୁଷ୍ଠିତ

Sunil Chandra Nayak

କୋଣାର୍କ ଉତ୍ସବରେ ଓମ ପ୍ରକାଶ ଙ୍କ ଇନ୍ଦ୍ରଲାଟ ମନ୍ଦିର

Sunil Chandra Nayak

Leave a Comment

error: Content is protected !!