ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମାତାଞ୍ଜଳୀ ସୋସିଓ ସ୍ପିରିଚୁଆଲ ଟ୍ରଷ୍ଟ ପକ୍ଷରୁ ଟଙ୍କ ତୋରାଣି ବଣ୍ଟନ 

ମାତାଞ୍ଜଳୀ ସୋସିଓ ସ୍ପିରିଚୁଆଲ ଟ୍ରଷ୍ଟ ପକ୍ଷରୁ ଟଙ୍କ ତୋରାଣି ବଣ୍ଟନ 

ରାଉରକେଲା: ମାତାଞ୍ଜଳୀ ସୋସିଓ ସ୍ପିରିଚୁଆଲ ଟ୍ରଷ୍ଟ ପକ୍ଷରୁ ସେକ୍ଟର ୭/୧୭ ଛକଠାରେ ଟଙ୍କ ତୋରାଣି ବଣ୍ଟନ କରାଯାଇଥିଲା। ଅନୁଷ୍ଠାନର ମ୍ୟାନେଜିଂ ଟ୍ରଷ୍ଟି ଇଂ ଆଲୋକ ରଞ୍ଜନ ମଲ୍ଲିକ ଙ୍କ ଆବାହକତ୍ଵରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଆରଏସପି ର ପ୍ରାକ୍ତନ ନିର୍ବାହୀ ନିର୍ଦ୍ଦେଶକ ପ୍ରଦୀପ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ଏହି ଅବସରରେ ସହରର ପ୍ରାୟ ଦୁଇ ହଜାରରୁ ଉର୍ଦ୍ଧ୍ଵ ପଥଚାରୀ ଙ୍କୁ ଟଙ୍କତୋରାଣୀ ବଣ୍ଟନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଟ୍ରଷ୍ଟି ଡ ଦେବାଶିଷ ପଟ୍ଟନାୟକ,ଡ଼ଃ ଅବନୀ କୁମାର ଦାଶ, ରାମକୃଷ୍ଣ ତ୍ରିପାଠୀ, ବିରଞ୍ଚି କୁମାର ବେହେରା, ପ୍ରିୟବ୍ରତ ସାମଲ, ପ୍ରଦୀପ କୁମାର ପଣ୍ଡା, ଅରବିନ୍ଦ ଦାଶ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଟଙ୍କ ତୋରାଣି କୁ ପ୍ରସ୍ତୁତ କରିବାରେ ସନ୍ତୋଷ କୁମାର ପାଣିଗ୍ରାହୀ ଓରଫ୍ ମିଟୁ ନନା ପ୍ରସ୍ତୁତ କରିଥିବା ବେଳେ ସର୍ବଶ୍ରୀ ବ୍ରଜେନ୍ଦ୍ର ଦାଶ, ଜଗନ୍ନାଥ ରାଉତ,ନିହାରିକା ବସ୍ତିଆ, କୁଞ୍ଜବିହାରୀ ରାଉତ,ଭୋଳେଶ୍ବର ବେହେରା ଓ ଅନ୍ୟାନ୍ୟ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ସଶକ୍ତ ମହିଳା ଓ ସାହିତ୍ୟ କ୍ଷେତ୍ର ରେ ନାରୀ ମାନଙ୍କ ଅବଦାନ କୁ ନେଇ  ଅବସର ପ୍ରାପ୍ତ ସରକାରୀ କର୍ମଚାରୀ ସଂଘ , କଳାହାଣ୍ଡି ପକ୍ଷରୁ ଆଲୋଚନା ପର୍ବ ଓ କବିତା ଆସର

masiha

ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଆଇନ ସଚେତନତା ଶିବିର

Sunil Chandra Nayak

ଏସବିଆଇ ଓ ରାମକି ଫାଉଣ୍ଡେସନ ପକ୍ଷରୁ ମାଗଣା ଶିଶୁ ରୋଗ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ

masiha

Leave a Comment

error: Content is protected !!