ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସାଥୀ ଦିବାକର ନାୟକଙ୍କ ବିୟୋଗରେ ସିପିଆଇର ଶୋକ 

ସାଥୀ ଦିବାକର ନାୟକଙ୍କ ବିୟୋଗରେ ସିପିଆଇର ଶୋକ 

ରାଉରକେଲା: ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ପୂର୍ବତନ ରାଜ୍ୟ ସମ୍ପାଦକ, ପାର୍ଟି ମୁଖପତ୍ର ନୂଆ ଦୁନିଆର ପୁର୍ଵତନ ସମ୍ପାଦକ, ଛାତ୍ର ଜୀବନରେ ଏଆଇଏସ୍ଏଫ୍ ର ଟାଣୁଆ ନେତା,ଏଆଇଟିୟୁସିର ପୁର୍ବତନ ରାଜ୍ଯ ଉପସଭାପତି, ମାର୍କସଵାଦୀ ଦର୍ଶନର ଜ୍ଞାନୀ, ଜୀବନର ଶେଷ ସମୟ ପର୍ଯ୍ୟନ୍ତ ଜଣେ ସଚ୍ଚା କମ୍ୟୁନିଷ୍ଟ, ସମସ୍ତ ଙ୍କ ହୃଦୟ ରେ ଥିବା ପ୍ରିୟ ନେତା କମ୍ରେଡ୍ ଦିବାକର ନାୟକଙ୍କର ଗତକାଲି ରାତ୍ର ୧୧ଟା ୩୦ରେ ରାଜ୍ଯ କାର୍ଯ୍ୟାଳୟ ଭଗବତୀ ଭଵନଠାରେ ଅକାଳ ବିୟୋଗ ଘଟିଛି। କମ୍ରେଡ୍ ଦିବାକର ନାୟକ ଥିଲେ ଜଣେ ଦରଦୀ ମଣିଷ । ଶତାଧିକ ଜନଆନ୍ଦୋଳନ ସେଥିଲେ ଜନନାୟକ । ତାଙ୍କର ବିୟୋଗରେ ସିପିଆଇ ରାଜ୍ୟ ସମ୍ପାଦକ ମଣ୍ଡଳୀ ସଭ୍ୟ ଅଶୋକ କୁମାର ଦାସ, ଜିଲ୍ଲା ସମ୍ପାଦକ ପ୍ରଦୋଷ କୁମାର ମହାନ୍ତି, ଜୋନ ସମ୍ପାଦକ ସଦାନନ୍ଦ ସାହୁ, ରାଜେନ୍ଦ୍ର ନାୟକ, ସନ୍ତୋଷ ଆଚାର୍ଯ୍ୟ, ଦଶରୁ କିଶନ, ଅନୁପମ ଦତ୍ତ ପ୍ରମୁଖ ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇବା ସହ ଶୋକ ସନ୍ତପ୍ତ ପରିବାର ପ୍ରତି ସମବେଦନା ଜଣାଇଛନ୍ତି । ଲାଲ ସଲାମ ଜଣାଇଥିଲେ। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ରାଜନଗରରେ କାର୍ ଦୁର୍ଘଟଣାରେ ଶଣ୍ଢର ମୃତ୍ଵ୍ୟ,ନଦୀରେ ଫିଙ୍ଗିଲେ ବଜରଂଗ ଦଳ

masiha

ସଦର ଥାନା ଅଧିକାରୀଙ୍କୁ ଭେଟିଲା ରାଷ୍ଟ୍ରୀୟ ପତ୍ରକାର ସଂଘ 

masiha

ଡବ୍ଲ୍ୟୁ ଓ ଡି ସି ଅଧ୍ୟକ୍ଷ ଓ ସି ଓ ଙ୍କ ଥୁଆମୂଳ ରାମପୁର ବ୍ଳକ ଗସ୍ତ

Sunil Chandra Nayak

Leave a Comment

error: Content is protected !!