ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଵିଜାତଳା ବ୍ଳକ! ସର୍ପାଘାତରେ ଷଷ୍ଠ ଶ୍ରେଣୀ ଛାତ୍ରୀ ଗୁରୁତର

ଵିଜାତଳା ବ୍ଳକ!

ସର୍ପାଘାତରେ ଷଷ୍ଠ ଶ୍ରେଣୀ ଛାତ୍ରୀ ଗୁରୁତର

ରାଇରଙ୍ଗପୁର – ୪/୦୮ ମୟୂରଭଂଜ ଜିଲ୍ଲାର ଵିଜାତଳା ବ୍ଳକର ଏସଏସଡି ହାଇସ୍କୁଲ ଆବାସିକ ରେ ରହୁଥିବା ଵାଘିଆଟାଙ୍ଗର ଉପ୍ରା ବିଦ୍ୟାଳୟର ଷଷ୍ଠ ଶ୍ରେଣୀର ଛାତ୍ରୀ ସୁମିତ୍ରା ସୋରେନ ସ୍କୁଲ ପରିସରରେ ଏକ ସର୍ପାଘାତରେ ପିଡିତ ଥିବା ଥିବା ଜଣାଯାଇଛି ।ସୂଚନା ଯୋଗ୍ୟ ଅପରାହ୍ନ ୩ ଟା ପାଖା ପାଖି ସମୟରେ ସ୍କୂଲ ସମ୍ମୁଖରେ ଥିବା ଏକ ଖଜୁରୀ ଗଛ ପାଖକୁ ଯାଇଥିବା ସମୟରେ ସାପ କାମୁଡାରେ ଶିକାର ହୋଇଥିଲେ ।ତାଙ୍କୁ ସଙ୍ଗେ ସଙ୍ଗେ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟକୁ ଅଣାଯାଇ ଥିଲା ।ତାଙ୍କର ସ୍ବାସ୍ଥ୍ୟ ଅବସ୍ଥା ସ୍ଥିର ଅଛି ଏବଂ ଶିଘ୍ର ଆରୋଗ୍ୟ ହେଉଛନ୍ତି ।ଖବର ପାଇ ରାଇରଙ୍ଗପୁର ଉପଜିଲ୍ଲାପାଳ ଉଗ୍ରସେନ ଓରାମ,ଆଇପିଏଲ ମଙ୍ଗଳ ଅଧିକାରୀ ଜ୍ଞାନେନ୍ଦ୍ର ସାମଲ,ଉପଖଣ୍ଡ ମଙ୍ଗଳ ଅଧିକାରୀ କମଳାକାନ୍ତ ସ୍ଵାଇଁ ,ବିଜାତଳା ବିଇଓ , ବିଜାତଳା ଏସ ଏସଡି ସ୍କୁଲରସ୍କୁଲପ୍ରଧାନ ଶିକ୍ଷୟତ୍ରୀ ପ୍ରମୁଖ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟରେ ପହଞ୍ଚି ଛାତ୍ରୀର ସ୍ଵାସ୍ଥ୍ୟ ଅବସ୍ଥା ବୁଝାବୁଝି କରୁଛନ୍ତି ।

ରାଇରଙ୍ଗପୁରରୁ ଅକ୍ଷୟ ବିଶ୍ବାଳ

Related posts

ପୋଷ୍ଟକାର୍ଡ ମାଧ୍ୟମରେ କନିଷ୍ଠ ଶିକ୍ଷକଙ୍କ ଚୁକ୍ତିଭିତ୍ତିକ ଉଛେଦ ଦାବୀ

Sunil Chandra Nayak

ଅସରାଏ ବର୍ଷା ରେ ଆଣ୍ଠୁଏ ପାଣି ଲୋକେ ହନ୍ତସନ୍ତ

Sunil Chandra Nayak

ରାଜ୍ୟ ସ୍ତରୀୟ ପାଣି ପଞ୍ଚାୟତ ସମାରୋହ ପକ୍ଷ ଉଦଯାପିତ

Sunil Chandra Nayak

Leave a Comment

error: Content is protected !!