ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନଦୀରେ ବୁଡି ମହିଳା ନିଖୋଜ 

ନଦୀରେ ବୁଡି ମହିଳା ନିଖୋଜ 

ଡାବୁଗାଁ, ୪/୯ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ଅଧୀନ ଉମୁରାହାଣ୍ଡି ଗ୍ରାମ ନିକଟ ଅଙ୍ଗୀ ନଦୀରେ ବୁଧବାର ଅପରାହ୍ନରେ ଜଣେ ମହିଳା ଭାସି ଯାଇ ନିଖୋଜ ହୋଇଯାଇଛି | ସୂଚନାଯୋଗ୍ୟ:- ଡାବୁଗାଁ ବ୍ଲକ ଅଧୀନ ଉମୁରାହାଣ୍ଡି ଗ୍ରାମର ହରି ଭତ୍ରା ଙ୍କ ସ୍ତ୍ରୀ ମୁକ୍ତା ଭତ୍ରା ସୁଭଦ୍ରା ଯୋଜନାରେ ସହାୟତା ରାଶି ପାଇବା ନିମନ୍ତେ ନିଜର ଆଧାର ପରିଚୟ ପତ୍ରରେ ମୋବାଇଲ ନମ୍ବର ଲିଙ୍କ କରିବା ପାଇଁ ବୁଧବାର ଅପରାହ୍ନ ପ୍ରାୟ ୧ ଘ. ସମୟରେ ଘରୁ ବାହାରି ଆସି ଗ୍ରାମ ପାଖ ଅଙ୍ଗୀ ନଦୀ ପାର ହେଉଥିବା ବେଳେ ଗୋଡ ଖସି ଯାଇ ଭାସି ଯାଇଥିଲେ | ପ୍ରାୟ ୨ ଘ ସମୟରେ ସେହି ଗ୍ରାମର ଜଣେ ଲୋକ ନିଜ ଜମିକୁ ଫସଲ ଦେଖିବାକୁ ଆସିଥିଲେ | ନଦୀ କଡରେ ବୁଲିବା ସନାୟରେ ନଦୀରେ ମହିଳା ଭାସୁଥିବା ଦେଖି ଗ୍ରାମବାସୀ ଓ ପରିବାର ଲୋକ ଙ୍କୁ ଖବର ଦେଇଥିଲେ | ଅପରାହ୍ନ ୪ ଘ. ସମୟରେ ଡାବୁଗାଁ ଅଗ୍ନିସମ କେନ୍ଦ୍ରକୁ ଖବର ଦେଇଥିଲେ | ଖବର ପାଇ ଅଗ୍ନିସମ କେନ୍ଦ୍ର କର୍ମଚାରୀ ମାନେ ପହଞ୍ଚି ଖୋଜାଖୋଜି କରିଥିଲେ କିନ୍ତୁ ମହିଳା ଙ୍କ ସନ୍ଧାନ ମିଳି ନଥିଲା | ରାତ୍ରି ହେବାରୁ ଅଗ୍ନିସମ କର୍ମଚାରୀ ମାନେ ଖୋଜିବା ବନ୍ଦ କରିଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ଜୁନାଗଡ଼ରେ ବ୍ଲକ୍ ସ୍ତରୀୟ “ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ୨୦୨୬-୨୭” (ପ୍ରଥମ ପର୍ଯ୍ୟାୟ) ଅନୁଷ୍ଠିତ

Sunil Chandra Nayak

କୋକସରା ବ୍ଲକ ସ୍ତରୀୟ ବାଳ ବୈଜ୍ଞାନିକ ପ୍ରଦର୍ଶନି ମେଳା, ୯୧ ପ୍ରକଳ୍ପ ପ୍ରଦର୍ଶିତ

Sunil Chandra Nayak

ରାଜ୍ୟସ୍ତରୀୟ “ସୁରଭି “ତର୍କରେ ସୌମ୍ୟ ପ୍ରଥମ 

Sunil Chandra Nayak

Leave a Comment

error: Content is protected !!