ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସାପ ଚୋଟରେ ମହିଳା ମୃତ

ବନ୍ଧୁଗାଁ ତା,୧୪।୦୭।୨୩, // କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକ କୋମ୍ଭୁଗାଣ୍ଡା ପଞ୍ଚାୟତ ଅନ୍ତର୍ଗତ ବଡମାତୁର ଗ୍ରାମ ଠାରେ ସାପ କାମୁଡାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ସିଏ ହେଲେ ୱାଲସି ପୀଡ଼ିକା(୪୧) ବୋଲି ଜଣା ପଡିଛି ।ମହିଳାଙ୍କ ସ୍ଵାମୀ ମୁଗୁରି ପିଡିକା ଦାଦନ ଖଟିବାକୁ ରାଜ୍ୟ ବାହାରକୁ ୫ ମାସ ହେଲାଣି ଯାଇଥିବାରୁ ତାଙ୍କ ଦିଅର ଲାଚେୟା ପିଡିକା ବନ୍ଧୁଗାଁ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ଶବ ବ୍ୟବଛେଦ କରାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି । ଅପରାହ୍ନ ଚାରିଟା ବେଳେ ନିଜ ଘର ଠାରୁ ଦୁଇ ସହ ମିଟର ଦୁର ଚାଷ ଜମୀରେ ଥିବା କୁଡିଆରେ ମହିଳା ଜଣକ ଲିପା ପୋଛା କରୁଥିବା ବେଳେ ତାଙ୍କ ଡାହାଣ ହାତକୁ ସାପଟି ଆସି ଚୋଟ ମାରି ଘର ଭିତରକୁ ପସି ଯାଇଥିଲା । ମହିଳା ଜଣକ ପାଟି କରିବାରୁ ଚାଷ ଜମୀରେ କାମ କରୁଥିବା ଲୋକେ ଆସି ସାପଟିକୁ କାଢି ମାରି ଦେଇଥିଲେ । ଅପରାହ୍ନରରେ ପ୍ରବଳ ବର୍ଷା ହେବାରୁ ତାଙ୍କୁ ଡାକ୍ତର ଖାନା ଆଣି ନପାରି ସମ୍ପର୍କିୟ ଲୋକେ ଭଗବାନଙ୍କ ଭରଷାରେ ରହିଗଲେ । ତାହାର କେତେ ସମୟ ପରେ ମହିଳାଙ୍କ ମୃତ୍ୟୁ ହୋଇଥିଲା । ତାଙ୍କର ୩ ପିଲାଛୁଆ ବର୍ତ୍ତମାନ କେଉଁ ପ୍ରକାର ଭାବରେ ରହିବେ ଚିନ୍ତାର କାରଣ ପାଲିଟିଛି I

ବନ୍ଧୁଗାଁ ରୁ ସଂଜୀବ କୁମାର ବାଙ୍ଗାରି ଙ୍କ ରିପୋର୍ଟ 

Related posts

ଡାବୁଗାଁରେ ହୋମ ଭୋଟିଂ କାର୍ଯ୍ୟକ୍ରମ 

masiha

ନୂତନ ଛାତ୍ରଛାତ୍ରୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା 

masiha

ଡ଼ାବୁଗାଁ ରେ ତ୍ରିରଙ୍ଗା ଯାତ୍ରା ଅନୁଷ୍ଠିତ 

masiha

Leave a Comment

error: Content is protected !!