ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କେଶବଚନ୍ଦ୍ର ପାଣିଗ୍ରାହୀଙ୍କ ଦେହାନ୍ତରେ ସୀମାନ୍ତ ମହାବିଦ୍ୟାଳୟରେ ଶୋକସଭା

କେଶବଚନ୍ଦ୍ର ପାଣିଗ୍ରାହୀଙ୍କ ଦେହାନ୍ତରେ ସୀମାନ୍ତ ମହାବିଦ୍ୟାଳୟରେ ଶୋକସଭା

ଆଦ୍ୟ ତା ୧୮/୦୪/୨୦୨୪ ରିଖରେ ସ୍ଥାନୀୟ ସୀମାନ୍ତ ମହାବିଦ୍ୟାଳୟରେ ସୀମାନ୍ତ ଶିକ୍ଷା ବିକାଶର ଜାଗ୍ରତ ପ୍ରହରୀ ତଥା ସୀମାନ୍ତ ଶିକ୍ଷା ବିକାଶ ସମିତିର ପ୍ରତିଷ୍ଠାତା ସଦସ୍ୟ ଶ୍ରୀଯୁକ୍ତ କେଶବ ଚନ୍ଦ୍ର ପାଣିଗ୍ରାହୀଙ୍କ ଦେହାନ୍ତରେ ଏକ ଶୋକସଭା ଅନୁଷ୍ଠିତ ହୋଇ ଯାଇଛି।ଅଧ୍ୟକ୍ଷ ଡ଼ଃ ବୁଦ୍ଧଦେବ କରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଶୋକସଭାରେ ମହାବିଦ୍ୟାଳୟର ସମସ୍ତ କର୍ମଚାରୀଙ୍କ ସହିତ ପ୍ରଶାସନିକ ମୁଖ୍ୟ ଶ୍ରୀଯୁକ୍ତ ପ୍ରଦ୍ୟୁତ କୁମାର ,କର୍ମଚାରୀ ସଂଘର ସଭାପତି ପ୍ରାଧ୍ୟାପକ ଡ଼ଃ ଅଶୋକ ଶର୍ମା,ସମ୍ପାଦକ ପ୍ରାଧ୍ୟାପକ ଡ଼ଃ ପ୍ରବୀର କୁମାର ପଟ୍ଟନାୟକ ପ୍ରମୁଖ ମଞ୍ଚାସିନ ଥିଲେ।ଅଧ୍ୟକ୍ଷ ଡ଼ଃ ବୁଦ୍ଧଦେବ କର ସ୍ବର୍ଗତ ପାଣିଗ୍ରାହୀଙ୍କର ସୀମାନ୍ତ କଲେଜକୁ ଅବଦାନ ସହିତ ସେ ସମୟରେ ସୀମାନ୍ତବର୍ତୀ ଅଞ୍ଚଳରେ ଶିକ୍ଷା ଭିତ୍ତିଭୂମିକୁ ସୁଦୃଢ଼ କରିବାପାଇଁ ସ୍ବର୍ଗତ ପରେଶ ବସା ଓ ଅନ୍ୟ ସାଥୀମାନଙ୍କ ସହ ମିଶି ଯେଉଁ ପରିଶ୍ରମ,ନିଷ୍ଠା ,ତ୍ୟାଗ ଓ ଏକାଗ୍ରତା ପ୍ରଦର୍ଶନ କରିଥିଲେ ତାର ସ୍ମୃତିଚାରଣ କରିଥିଲେ।ଅନ୍ୟମାନଙ୍କ ମଧ୍ୟରେ ସୀମାନ୍ତ ମହାବିଦ୍ୟାଳୟରେ କାର୍ଯ୍ୟକାଳ ଆରମ୍ଭକରି ଶେଷ କରିବାକୁ ଯାଉଥିବା ପ୍ରାଧ୍ୟାପକ ପ୍ରଦ୍ୟୁତ କୁମାର ,ବରିଷ୍ଠ ବିଜ୍ଞାନାଗାର ସହାୟକ ଶ୍ରୀଯୁକ୍ତ ବିଶ୍ୱନାଥ ମହାନ୍ତ,ଶ୍ରୀଯୁକ୍ତ ପ୍ରଦ୍ୟୁମ୍ନ ବସା କାର୍ଯ୍ୟକାଳ ଭିତରେ ସ୍ବର୍ଗତ ପାଣିଗ୍ରାହୀଙ୍କ ସହ ବିତିଥିବା ଦିନ ଓ ଘଟଣାର ସ୍ମୃତିଚାରଣ କରିବା ସଙ୍ଗେ ସଙ୍ଗେ ସୀମାନ୍ତ ଶିକ୍ଷାସମିତି ଓ ସୀମାନ୍ତ ମହାବିଦ୍ୟାଳୟ ଜଣେ ଦକ୍ଷ ସଙ୍ଗଠକ,ଭଦ୍ର,ନମ୍ର ଓ ଉଦାରବାଦୀ ବ୍ୟକ୍ତିତ୍ୱଙ୍କୁ ହରାଇଲା ବୋଲି ବକ୍ତବ୍ୟରଖିଥିଲେ।ସ୍ବର୍ଗତ ପାଣିଗ୍ରାହୀଙ୍କ ନିଧନରେ ସୀମାନ୍ତ ଅଞ୍ଚଳର ଶିକ୍ଷାବିତ୍ ,ବୁଦ୍ଧିଜୀବି ଓ ସ୍ଥାନୀୟ ଜନସାଧାରଣଙ୍କ ଭିତରେ ଶୋକର ଛାୟା ଖେଳିଯାଇଛି।ତାଙ୍କ ଅମର ଆତ୍ମାର ସଦଗତି ପାଇଁ ଈଶ୍ୱରଙ୍କ ନିକଟରେ ସୀମାନ୍ତ ମହାବିଦ୍ୟାଳୟର ସମସ୍ତ କର୍ମଚାରୀ ବିନମ୍ର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି।

ରାଜ କିଶୋର ବାରିକ୍ ଙ୍କ ରିପୋର୍ଟ୍ 

Related posts

କୋଇଡା ପୋଲିସ ପ୍ରଶାସନ ଆନୁକୁଲ୍ୟରେ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ 

masiha

ବାଲ୍ମିକୀ ଜୟନ୍ତୀ ସମାରୋହ ଅନୁଷ୍ଠିତ

Sunil Chandra Nayak

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଉତ୍କଳ ଯାଦବ ମହାସଭା ପ୍ରତିନିଧି ମଣ୍ଡଳୀ 

masiha

Leave a Comment

error: Content is protected !!