ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କୋକସରା ଠାରେ ମା ଠାକୁରାଣୀଙ୍କ ଚୈତ୍ର ଯାତ୍ରା ଆରମ୍ଭ

କୋକସରା ଠାରେ ମା ଠାକୁରାଣୀଙ୍କ ଚୈତ୍ର ଯାତ୍ରା ଆରମ୍ଭ

କୋକସରା,୧୬/୪ // କଳାହାଣ୍ଡି ଜିଲ୍ଲା କୋକସରା ଗ୍ରାମର ଅଧିଷ୍ଠାତ୍ରୀ ଦେବୀ ମା ଠାକୁରାଣୀଙ୍କ ଚୈତ୍ରଯାତ୍ରା ପାଇଁ ଚଳଚଞ୍ଚଳ ହୋଇଉଠିଛି ଗାଁ ଦାଣ୍ଡ ।ସୋମବାର ସକାଳୁ ଗ୍ରାମ ଠାକୁରାଣୀଙ୍କ ମୁଖ୍ୟ ପୁଜକ ନନ୍ଦକିଶୋର ଧରୁଆଙ୍କ ଘରୁ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା ପରେ ମାଆଙ୍କ ଘଟ କଳସକୁ ପ୍ରଥମେ ଗାଁ ଗୌନ୍ତିଆ ହେମନ୍ତ ପ୍ରଧାନୀ, ବିଘ୍ନ ରାଜ ପ୍ରଧାନୀ ଓ ଗଣ୍ଡା ଗୋବର୍ଦ୍ଧନ ବାଗଙ୍କ ଘରକୁ ନେଇ ପୂଜାର୍ଚ୍ଚନା କରିବା ବିଧି ଅନୁସାରେ ନିୟମ ରହିଛି। ସେଠାରେ ପୂଜା ପାଇବା ପରେ ମାଆଙ୍କ ଘଟ ନଗର ପରିକ୍ରମାରେ ବାହାରିଥିଲା। ମହିଳା ଶ୍ରଦ୍ଧାଳୁ ମାନେ ନିଜ ନିଜର ଦାଣ୍ଡ ଦୁଆରକୁ ଲିପାପୋଛା କରିବା, ଝୋଟି ଦେଇ ମୁଆଁ, ନଡ଼ିଆ, ଧୂପ ଦୀପ ଦେଇ ମାଆଙ୍କ ସଦୃଶ କଳସକୁ ବନ୍ଦାପନା କରି ସ୍ୱାଗତ କରି ପରିବାର ପାଇଁ ମଙ୍ଗଳ କାମନା କରିଥିଲେ। ଦୁଇ ଦିନ ଧରି ଗ୍ରାମ ପରିକ୍ରମା ପରେ ମଙ୍ଗଳବାର ଦିନ ମାଆଙ୍କ ଏହି ଘଟ ଯାତ୍ରା ଶେଷ ହେବ । କୋକସରା ଗ୍ରାମର ଅଧୀଷ୍ଠାତ୍ରୀ ଦେବୀ ହେଉଛନ୍ତି ମା ଠାକୁରାଣୀ । ମା ଠାକୁରାଣୀଙ୍କ ଉପରେ ଗ୍ରାମବାସୀଙ୍କର ରହିଛି ଅଗାଢ ଆସ୍ଥା ଓ ବିଶ୍ୱାସ । ବର୍ଷ ତମାମ ଭକ୍ତ ମାନଙ୍କୁ ମା ନିଜ ମନ୍ଦିରରେ ଦର୍ଶନ ଦେଉଥିବା ବେଳେ ମା’ଙ୍କ ଚୈତ୍ର ପର୍ବ ସମୟରେ କିନ୍ତୁ ମା ଙ୍କ ପ୍ରତିମା ସ୍ଵରୂପ ଘଟ (କଳସୀ)ମନ୍ଦିରରୁ ବାହାରି ନଗର ପରିକ୍ରମା ପୂର୍ବକ ଭକ୍ତଙ୍କ ଦୁଆର ମୁହଁରେ ଦର୍ଶନ ଦେଇଥାନ୍ତି ମା ଠାକୁରାଣୀ। ଏହିପର୍ବ ସମୟରେ ଦୁଇ ଜଣ କୁଆଁରୀ କନ୍ୟା ମାନଙ୍କ ଦ୍ଵାରା ମାଁ ଠାକୁରାଣୀଙ୍କ ଘଟ ବୁହା ହୋଇ ସହରର ସମସ୍ତ ଘରକୁ ଘର ପରିକ୍ରମା କରା ଯାଇଥାଏ।ତେବେ ଆଶ୍ଚର୍ଯ୍ୟର ବିଷୟ ଯେ ମା ଙ୍କ ଯାତ୍ରା ର ଦିନେ ପୂର୍ବରୁ ମାଙ୍କ ଘଟ (କଳସୀ) କୁ କେଉଁ କୁଆଁରୀ କନ୍ୟା ଧାରଣ କରିବେ ତାହା ଉପରେ ଦେବୀଙ୍କ ମୂଖ୍ୟ ପୂଜକଙ୍କୁ ସ୍ଵପ୍ନାଦେଶ ହୋଇ ଥାଏ, ତାପରେ ପୂଜକସେହି ଘରକୁ ଯାଇ କିଶୋରୀ ମାନଙ୍କୁ ମନ୍ଦିରକୁ ନେଇ ଆସନ୍ତି । ଏହା ପରେ ମା’ଙ୍କ ମନ୍ଦିରରେ ପୂଜାର୍ଚ୍ଚନା ପରେ ମାଙ୍କ ଶିରାଙ୍କ ଦେହରେ କାଳିଶି ରୂପରେ ମାଙ୍କ ଆବିର୍ଭାବ ହୋଇଥାଏ। ଏହା ପରେ ମା ଙ୍କ ଘଟ ନଗର ପରିକ୍ରମା ଅଭିମୁଖେ ବାହାରିଥାଏ । ଏହି ସମୟରେ ମାଙ୍କ ଦର୍ଶନ କଲେ ସମସ୍ତ ମନସ୍କାମନା ପୁର୍ଣ୍ଣ ହୁଏ ବୋଲି ବିଶ୍ୱାସ ରହିଛି।ମଙ୍ଗଳବାର ମା ଙ୍କ ଘଟ ଯାତ୍ରା ନଗର ପରିକ୍ରମା ସାରି ମୁଖ୍ୟ ମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିବ। ପରେ ମାନସିକ ଧାରୀ ଭକ୍ତ ମାନେ ଶୁକ୍ଳ ଭୋଗ ସହ ରକ୍ତ ଭୋଗ ମା ଙ୍କ ନିକଟରେ ଅର୍ପଣ କରିବେ। ଚୈତ୍ର ଯାତ୍ରାରେ ମା ଙ୍କ ପୁଜକ ଦିଲୀପ ଧରୁଆ, ଦିଲୁ ସିଂ ଧରୁଆ, ଶିରା ଅନୀଲ ରାଉତ, ସେବକ ପୁରୁଷୋତ୍ତମ ନାଏକ, ପରମାନନ୍ଦ ରାଉତ, କେଦାର ମାଝୀ, ବିଜୟ ରାଉତ, ଜଳନ୍ଧର ନାଏକ, ରାମ ପ୍ରସାଦ ନାଏକ ସମେତ ମହିଳା ମାନେ ଠାକୁରାଣୀ ଘଟ ଯାତ୍ରାରେ ସହଯୋଗ କରିଥିଲେ।

ମସିହା ନିୟୁଜ୍ ସର୍ଭିସ୍ 

Related posts

ଗୋଲାମୁଣ୍ଡା ବ୍ଲକରେ ବିଦାୟୀକାଳୀନ ସମ୍ବର୍ଦ୍ଧନା ସଭା

Sunil Chandra Nayak

ଭାରତୀୟ ମଜଦୂର ସଂଘ ର ବାର୍ଷିକ ସମ୍ମିଳନୀ 

masiha

ଭବାନୀପାଟଣା ଠାରେ ଶିଶୁ ଶ୍ରମିକ ନିରାକରଣ ସଚେତନତା ଶୋଭାଯାତ୍ରା 

Sunil Chandra Nayak

Leave a Comment

error: Content is protected !!