ଜଳଙ୍ଗ ଚଣ୍ଡୀ ପୀଠରେ ଦୁର୍ଗାପୂଜା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ
ବାଲେଶ୍ଵର,୧୧/୧୦/୨୩ – ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ଜଳଙ୍ଗ-ଗଣ୍ଡିବେଡ ଗ୍ରାମରେ ଥିବା ଚଣ୍ଡୀ ମନ୍ଦିରରେ ପ୍ରତିବର୍ଷ ପରି ଏବର୍ଷ ମଧ୍ୟ ପାରମ୍ପରିକ ରୀତିନୀତି ଓ ଶାନ୍ତି ଶୃଙ୍ଖଳାର ଦୁର୍ଗାପୂଜା ଓ ଦଶହରା ପର୍ବ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ଅଧ୍ୟକ୍ଷତା ଅଧ୍ୟକ୍ଷତା କରିଥିଲେ ଟ୍ରଷ୍ଟି ପ୍ରଫୁଲ୍ଲ କୁମାର ଦାସ । କିଭଳି ଶାନ୍ତି ଶୃଙ୍ଖଳାର ସହିତ ଦୁର୍ଗାପୂଜା ଓ ଦଶହରା କାର୍ଯ୍ୟକ୍ରମ ଶେଷ ହେବ ସେଥି ନିମନ୍ତେ ଶାନ୍ତି କମିଟି ଗଠନ କରାଯାଇ ଏକ ପୂର୍ଣ୍ଣାଙ୍ଗ ଖସଡ଼ା ପ୍ରସ୍ତୁତି କରାଯାଇଛି । ସେହି ଅନୁସାରେ ମା’ ଙ୍କ ର ସମସ୍ତ ପୂଜାର୍ଚ୍ଚନା ହେଵ । ଏହି ଅବସରରେ ମଆର୍ବଲରେ ତିଆରି ରାମ, ଲକ୍ଷ୍ମଣ ଓ ସୀତାଙ୍କ ମୂର୍ତ୍ତି ଜୟ ହନୁମାନ ମନ୍ଦିରରେ ପ୍ରାଣ ପ୍ରତିଷ୍ଠା କରାଯିବ । ଖଇରା ସତ୍ୟସାଇ ସଙ୍ଗଠନ, ଟ୍ରଷ୍ଟ ବୋର୍ଡ ସଦସ୍ୟ ଓ ଗ୍ରାମବାସୀଙ୍କ ମିଳିତ ସହଯୋଗରେ ମନ୍ଦିର ପରିସରରେ ବୃକ୍ଷ ରୋପଣ କରାଯିବା ସହିତ ସଫାସୁତୁରା ମଧ୍ୟ କରାଯାଇଥିଲା । ଏଥିରେ ଅନନ୍ତ ପ୍ରସାଦ ନାୟକ, ସୁଶାନ୍ତ ମହାପାତ୍ର, ଅନନ୍ତ ପଣ୍ଡା, କୈଳାସ ରଣା, ବନବିହାରୀ ରଣା, ପ୍ରଦୀପ ବେହେରା ଓ ଦୀପକ ବାରିକ ପ୍ରମୁଖ ସାମିଲ ଥିଲେ ।।