ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସିଲ ହେଲା କାମାକ୍ଷାନଗର ରେଙ୍ଗାଳି ବାମ ବନ୍ଧ କେନାଲ କାର୍ଯ୍ୟାଳୟ

ସିଲ ହେଲା କାମାକ୍ଷାନଗର ରେଙ୍ଗାଳି ବାମ ବନ୍ଧ କେନାଲ କାର୍ଯ୍ୟାଳୟ

କାମାକ୍ଷାନଗର – ସିଲ ହେଲା ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ରେଙ୍ଗାଳି ବାମ ବନ୍ଧ କେନାଲ କାର୍ଯ୍ୟାଳୟ । କଟକ କମର୍ସିଆଲ୍ କୋର୍ଟଙ୍କ କଡ଼ା ନିର୍ଦ୍ଦେଶକ୍ରମେ ଅଧିକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ସିଲ୍ କରାଯାଇଛି । କାର୍ଯ୍ୟାଳୟ ସିଲ କରିବା ପାଇଁ ପହଞ୍ଚିଛନ୍ତି ବିଭାଗୀୟ ଅଧିକାରୀ। ରାଜଲକ୍ଷ୍ମୀ କନଷ୍ଟ୍ରକସନ ଠିକା ସଂସ୍ଥାର ବକେୟା ଅର୍ଥ ପଇଠ କରିବାରେ ବିଫଳ ହେବାରୁ ରେଙ୍ଗାଳି ବାମ ବନ୍ଧ କେନାଲ କାର୍ଯ୍ୟାଳୟକୁ ସିଲ କରିବା ପାଇଁ ନିର୍ଦେଶ ଦେଇଛନ୍ତି କୋର୍ଟ ।ମିଳିଥିବା ସୂଚନା ଅନୁଯାଇ ‘ରାଜଲକ୍ଷ୍ମୀ କନଷ୍ଟ୍ରକସନ’ ନାମକ ଏକ ଠିକା ସଂସ୍ଥା କାମାକ୍ଷାନଗର ଅଞ୍ଚଳରେ ୨୦୦୪ ମସିହାରେ ପ୍ରାୟ ୯ କୋଟି ଟଙ୍କାର କେନାଲ କାମ କରିବା ପାଇଁ ଚୁକ୍ତି କରିଥିଲା। ତେବେ କାମ ଚାଲିଥିବା ସମୟରେ ବିଭାଗ ପକ୍ଷରୁ ସମ୍ପୂର୍ଣ୍ଣ ସାଇଟ୍ ଯୋଗାଇ ଦିଆଯାଇ ନପାରିବାରୁ ବିଭାଗ ନିଜ ଆଡୁ କାମଟିକୁ ବନ୍ଦ କରିଦେଇଥିଲା। ଏହାସହ ଠିକାଦାରଙ୍କ ପ୍ରାପ୍ୟକୁ ମଧ୍ୟ ଅଟକାଇ ଦିଆଯାଇଥିଲା। 

ଠିକାଦାର ଜଣକ ନିଜର ହକ୍ ପାଇଁ ଆର୍ବିଟ୍ରେସନର ସହାୟତା ନେଇଥିଲେ। ଯେଉଁଠାରେ କମ୍ପାନୀ କର୍ତ୍ତୃପକ୍ଷ ଦୁଇଟି କାମ ବାବଦକୁ ପ୍ରାୟ ୫୨ ଲକ୍ଷ ଏବଂ ୨୯ ଲକ୍ଷ ଟଙ୍କା ବକେୟା ରହିଥିଲା। ଯାହା ବର୍ତ୍ତମାନ ପ୍ରାୟ ୩କୋଟିରୁ ଉର୍ଦ୍ଧ୍ୱ ହେବ ବୋଲି କମ୍ପାନୀ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ଏହାକୁ ବିରୋଧ କରି ଜଳସେଚନ ବିଭାଗ ଜିଲ୍ଲା କୋର୍ଟ, ହାଇକୋର୍ଟ ଏବଂ ପରିଶେଷରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ମଧ୍ୟ ସବୁଠି ସେମାନେ ବିଫଳ ହୋଇଥିଲେ। ତେବେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ୱେ ବିଭାଗ ଟଙ୍କା ପଇଠ ନକରିବାରୁ ଏବଂ ଅଫିସକୁ ଆସୁଥିବା କର୍ମଚାରୀଙ୍କୁ ଦୁର୍ବ୍ୟବହାର କରିବା ଅଭିଯୋଗ ହେବା ପରେ, ମାମଲାଟି କଟକ କମର୍ସିଆଲ୍ କୋର୍ଟକୁ ଯାଇଥିଲା। ଦୁଇ ବର୍ଷ ଧରି ମାମଲା ଚାଲିବା ପରେ ଆଜି ଅଧିକାରୀଙ୍କ ଉପସ୍ଥିତିରେ ଏହି ଅଫିସଟିକୁ ଆଟାଚମେଣ୍ଟ ବା ସିଲ୍ କରାଯାଇଛି ।

ପ୍ରହ୍ଲାଦ ମୁଦୁଲି ଙ୍କ ରିପୋର୍ଟ୍ 

Related posts

ସାଧୁତା ସମ୍ମାନ – ୨୦୨୪ ପାଇଲେ ଯୁବ ସମାଜସେବୀ ସରୋଜ ବାରିକ 

masiha

ବଦଦିନ ପାଳନ ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲା ସ୍ତରୀୟ ଶାନ୍ତି କମିଟି ବୈଠକ ଅନୁଷ୍ଠିତ

Sunil Chandra Nayak

ମିଲେଟ୍ ମିଶନ କାର୍ଯ୍ୟକ୍ଷମ ଲାଗି ‘ଜନ ମଙ୍ଗଳ ‘କୁ ଓ ଏଲ୍ ଏଚ୍ ଏବଂ ହିନ୍ଦୋଳ ବ୍ଲକ୍ ଅଧ୍ୟକ୍ଷା ଙ୍କ ନିର୍ଭର ପ୍ରତିଶୃତି 

Sunil Chandra Nayak

Leave a Comment

error: Content is protected !!