ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କେଗାଁ ମଣ୍ଡଳରେ “ମନ କି ବାତ” କାର୍ଯ୍ୟକ୍ରମର ସଫଳ ରୂପାୟନ ଶତ ପ୍ରତିଶତ ସଫଳତାର ସହ ଅଂଶଗ୍ରହଣ

କେଗାଁ ମଣ୍ଡଳରେ “ମନ କି ବାତ” କାର୍ଯ୍ୟକ୍ରମର ସଫଳ ରୂପାୟନ ଶତ ପ୍ରତିଶତ ସଫଳତାର ସହ ଅଂଶଗ୍ରହଣ

ଗୋଲାମୁଣ୍ଡା,୨୭।୦୪( ମ ନି ସ): ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ କେଗାଁ ମଣ୍ଡଳରେ ପ୍ରଧାନମନ୍ତ୍ରୀଙ୍କ ‘ମନ କି ବାତ’ କାର୍ଯ୍ୟକ୍ରମର ୧୩୩ତମ ଅଧ୍ୟାୟକୁ ଶତ ପ୍ରତିଶତ ସଫଳତାର ସହ ଲୋକମାନେ ଶୁଣିଛନ୍ତି ଏବଂ ଦେଖିଛନ୍ତି। ଭାରତୀୟ ଜନତା ପାର୍ଟି କେଗାଁ ମଣ୍ଡଳର ପ୍ରଭାରୀ ଦାୟିତ୍ୱରେ ଥିବା ଗୋଲାମୁଣ୍ଡା ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦଙ୍କ ନେତୃତ୍ୱରେ ଏହି ମଣ୍ଡଳର ୪୧ଟି ବୁଥରେ ଶତ ପ୍ରତିଶତ କାର୍ଯ୍ୟକ୍ରମ ସଫଳ ହୋଇଛି।

ସୂଚନାମତେ, ଜିଲ୍ଲା ରେ ପାଞ୍ଚଗୋଟି ନିର୍ବାଚନ ମଣ୍ଡଳୀ ରହିଥିବା ବେଳେ ଲାଞ୍ଜିଗଡ଼ ନିର୍ବାଚନ ମଣ୍ଡଳୀ ରେ ୨୯୬ ଟି ବୁଥ ଓ ଜୁନାଗଡ଼ ୨୭୫,ଭବାନୀପାଟଣା ୨୬୯,ନର୍ଲା ୨୭୯,ଧର୍ମଗଡ଼ ୨୯୪ ସମୁଦାୟ ୧୪୧୩ଟି ବୁଥ ରହିଛି ।ଏହି ପରିପ୍ରେକ୍ଷୀରେ ଜୁନାଗଡ଼ ନିର୍ବାଚନ ମଣ୍ଡଳୀ ର ଗୋଲାମୁଣ୍ଡା ବ୍ଲକ ରେ ୧୧୩ଗୋଟି ବୁଥ ରହିଛି । ଗୋଲାମୁଣ୍ଡା ମଣ୍ଡଳ ରେ ୩୫ଗୋଟି ବୁଥ , ଦଶପୁର ମଣ୍ଡଳ ୩୭ଗୋଟି ବୁଥ ଓ କେଗାଁ ମଣ୍ଡଳ ରେ ୪୧ଗୋଟି ବୁଥ ରହିଛି । ଗୋଲାମୁଣ୍ଡା ବ୍ଲକ କେଗାଁ ମଣ୍ଡଳରେ ସର୍ବମୋଟ ୧୦ଟି ଗ୍ରାମ ପଞ୍ଚାୟତ ଏବଂ ୪୧ଟି ବୁଥ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୧୩୩ତମ “ମନ କି ବାତ” କାର୍ଯ୍ୟକ୍ରମକୁ ଏହି ୪୧ଟି ଯାକ ବୁଥରେ ଶହେ ପ୍ରତିଶତ କାର୍ଯ୍ୟକାରୀ କରାଯାଇଛି। ଏହି ଅଞ୍ଚଳର ସମସ୍ତ ଜନସାଧାରଣ ଓ ବିଜେପିର ସମସ୍ତ କାର୍ଯ୍ୟକର୍ତ୍ତା ନିଷ୍ଠାର ସହିତ ଏହି କାର୍ଯ୍ୟକ୍ରମକୁ ଶୁଣିବା ଓ ଦେଖିବା ସହ ଏହାକୁ ସରଳ ଆପ୍‌ରେ ମଧ୍ୟ ସବିଶେଷ ସୂଚନା ଓ ଫଟୋ ଅପଲୋଡ୍ କରିଛନ୍ତି। ଏନେଇ ଏହି ସଫଳତା ପଛରେ ଆମ ଦଳର ସାଙ୍ଗଠନିକ ଶକ୍ତି ଓ କାର୍ଯ୍ୟକର୍ତ୍ତାଙ୍କ ଉତ୍ସର୍ଗୀକୃତ ଭାବନାକୁ ପ୍ରତିଫଳିତ କରୁଛି ବୋଲି ଶ୍ରୀ ମହାନନ୍ଦ ମତ ପ୍ରକାଶ କରିଛନ୍ତି। ଏନେଇ ମଣ୍ଡଳ ପ୍ରଭାରୀ ତଥା ରାଜ୍ୟ ଯୁବ କାର୍ଯ୍ୟ କାରିଣୀ ସଦସ୍ୟ ବିନ୍ଦୁ ମହାନନ୍ଦ, ମଣ୍ଡଳ ସଭାପତି ଜୟକୃଷ୍ଣ ସାହୁ, ମଣ୍ଡଳ ସାଧାରଣ ସମ୍ପାଦକ ଜୟନ୍ତ ସିଂ ଓ ମନୋଜ ଅଗ୍ରୱାଲ,ବରିଷ୍ଠ ବିଜେପି ଯୁବ କାର୍ଯ୍ୟକର୍ତ୍ତା ବିଶିକେଶନ ଜ୍ୟୋତିଷ ପ୍ରମୁଖ ଗଣମାଧ୍ୟମ କୁ ସୂଚନା ଦେଇଛନ୍ତି । ଏହି କାର୍ଯ୍ୟକ୍ରମ ଦେଖିବା ଓ ଶୁଣିବା ପରେ ଏହି ଅଞ୍ଚଳର ଜନସାଧାରଣ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ବେଶ୍ ପ୍ରଶଂସା କରିଛନ୍ତି।

ଦାମୋଦର ଦାସ ଙ୍କ ରିପୋର୍ଟ୍ 

Related posts

ଓୟୁଜେ କଟକ ଜିଲ୍ଲା ସଭାପତି ବିଶିଷ୍ଟ ସାମ୍ବାଦିକ ପ୍ରଫୁଲ୍ଲ ମହାନ୍ତିଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା

Sunil Chandra Nayak

ନାଗରିକ ସୁରକ୍ଷା କମିଟି ଆହ୍ୱାନରେ ପଥପ୍ରାନ୍ତ କବିତା ପାଠୋତ୍ସବ, ଅଗଷ୍ଟ ୨୦ ମହା କନଭେନସନ କୁ ସଫଳ କରିବାକୁ ଆହ୍ୱାନ

Sunil Chandra Nayak

ଜିଲ୍ଲାପ୍ରଶାସନ ଓ ପୈାରପାଳିକା ପକ୍ଷରୁ ଦୋକାନୀ ମାନଙ୍କୁ ଓଡ଼ିଆ ରେ ଲେଖିବାପାଇଁ ସଚେତନତା 

Sunil Chandra Nayak

Leave a Comment

error: Content is protected !!