ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପୂର୍ବତନ ସାଂସଦ ନିରଞ୍ଜନ ବିଶି ଙ୍କ କଡ଼ା ପ୍ରତିବାଦ – ରାଉରକେଲା ଷ୍ଟିଲ ପ୍ଲାଣ୍ଟ ରେ ୪୦% କର୍ମଚାରୀ କାଟିବା ପ୍ରସ୍ତାବ ତୁରନ୍ତ ରଦ୍ଦ କରାଯାଉ 

ପୂର୍ବତନ ସାଂସଦ ନିରଞ୍ଜନ ବିଶି ଙ୍କ କଡ଼ା ପ୍ରତିବାଦ – ରାଉରକେଲା ଷ୍ଟିଲ ପ୍ଲାଣ୍ଟ ରେ ୪୦% କର୍ମଚାରୀ କାଟିବା ପ୍ରସ୍ତାବ ତୁରନ୍ତ ରଦ୍ଦ କରାଯାଉ 

 ଶ୍ରମିକଙ୍କ ଜୀବିକା ସୁରକ୍ଷା, ୟୁନିଅନ ସହ ଆଲୋଚନା ଓ ଆର ଏସ ପି ବିକାଶ ରୋଡମ୍ୟାପ ଦାବି

ନୂଆଦିଲ୍ଲୀ / ଭୁବନେଶ୍ୱର, ୨୭ ଏପ୍ରିଲ:–  ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ରାଉରକେଲା ଷ୍ଟିଲ ପ୍ଲାଣ୍ଟ ରେ ପ୍ରସ୍ତାବିତ ୪୦ ଶତାଂଶ କର୍ମଚାରୀ ଓ ଠିକା ଶ୍ରମିକ କମାଣ ନିଷ୍ପତ୍ତିକୁ କଡ଼ା ଭାବେ ବିରୋଧ କରିଛନ୍ତି।

କେନ୍ଦ୍ରୀୟ ଇସ୍ପାତ ମନ୍ତ୍ରୀ ଏଚ ଡ଼ି କୁମାର ସ୍ୱାମୀ ଙ୍କୁ ପଠାଯାଇଥିବା ପତ୍ରରେ ସେ କହିଛନ୍ତି ଯେ, ଏହା ଫଳରେ ପଶ୍ଚିମ ଓଡ଼ିଶାରେ ଗଭୀର ଚିନ୍ତା ଓ ଅସନ୍ତୋଷ ସୃଷ୍ଟି ହୋଇଛି।

ସେ କହିଛନ୍ତି, ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟ ଅଞ୍ଚଳର ଅର୍ଥନୀତିର ମୂଳ ଆଧାର। ଏପରି କର୍ମଚାରୀ କମାଣ ଚାକିରି, ଶିଳ୍ପ ଶାନ୍ତି, ପରିବହନ ଓ ଛୋଟ ବ୍ୟବସାୟକୁ ପ୍ରଭାବିତ କରିବ। ସେ ରାଉରକେଲା ଶ୍ରମିକ ସଂଘ ସହ ସମସ୍ତ ଶ୍ରମିକ ସଂଗଠନ ସହ ଆଲୋଚନା ଦାବି କରି ବିଭାଗୀୟ କେନ୍ଦ୍ର ମନ୍ତ୍ରୀ କୁ ଜଣାଇଛନ୍ତି।

Related posts

ଅମର୍ଦ୍ଦାରୋଡ଼ରେ ମା’ ବାସନ୍ତୀଙ୍କ ମହାଷ୍ଟମୀ ଓ ନବମୀ ପୂଜା ଆଶୀର୍ବାଦ ଭିକ୍ଷା କଲେ ମନ୍ତ୍ରୀ

masiha

ମାଁ ମାଣିକେଶ୍ବରୀ ଗ୍ରାମାଞ୍ଚଳ ସାମ୍ବାଦିକ ସଂଘ ଥୁଆମୂଳ ରାମପୁର ବ୍ଳକର ବୈଠକ ଅନୁଷ୍ଠିତ

Sunil Chandra Nayak

ଶ୍ରୀ ସତ୍ୟସାଇ ବାବାଙ୍କ ଜନ୍ମ ଶତବାର୍ଷିକୀ କାର୍ଯ୍ୟକ୍ରମ ଆସନ୍ତା ୨୩ରେ….

Sunil Chandra Nayak

Leave a Comment

error: Content is protected !!