ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଇରଙ୍ଗପୁର ଥାନା ପରିସରରେ ଆମ ପୁଲିସ ସମିତି ବୈଠକ ଅନୁଷ୍ଠିତ

ମୟୂରଭଞ୍ଜ ତା/୨୬/୦୨/୨୦୨୩ରିଖ (ମସିହା) ରାଇରଙ୍ଗପୁର ସହରାଞ୍ଚଳ ଥାନାରେ ଆମ ପୁଲିସ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି। ରାଇରଙ୍ଗପୁର ଟାଉନ ଥାନା ଅଧିକାରୀ ସ୍ବର୍ଣ୍ଣଲତା ମିଞ୍ଜ ଉକ୍ତ ବୈଠକର ସଭାପତିତ୍ବ କରିଥିଲେ। ଏଥିରେ ରାଇରଙ୍ଗପୁର ସହରର ଟ୍ରାଫିକ ସମସ୍ୟା ଯଥା ଗୋରୁମହିଷାଣୀ ଛକ,ଗୋଲେଇ ଛକ,ବଜାର ମଧ୍ୟରେ ଗୁରୁତର ଟ୍ରାଫିକ ସମସ୍ୟା ଉପରେ ଆଲୋଚନା କରାଯାଇଥିଲା।ଯାନବାହନ ଗୁଡ଼ିକର ପାର୍କିଂ ପାଇଁ ବିଭିନ୍ନ ସମସ୍ୟା ଉପରେ ଆଲୋକପାତ କରାଯାଇ ଥିଲା । ପାର୍କିଂବ୍ୟବସ୍ଥାକୁ ନେଇ ସଦସ୍ୟ ମାନଙ୍କ ସହିତ ଆଲୋଚନା କରିଥିଲେ।ଟ୍ରାଫିକ ଏବଂ ପାର୍କିଂ ଠିକ ରହିଲେ ଦୁର୍ଘଟଣାକୁ ରୋକାଯାଇ ପାରିବ।ତେଣୁ ବାହନ ଚାଳକ ଏବଂ ସହରବାସୀ ସଚେତନ ହେବା ଅତ୍ୟନ୍ତ ଆବଶ୍ୟକ ବୋଲି ସେ କହିଥିଲେ।ଉକ୍ତ ବୈଠକରେ ରାଇରଙ୍ଗପୁର ଥାନାର ଏ ଏସ ଆଇ ଡମ୍ବରୁଧର ମହାନ୍ତ, ଏଏସଆଇ ଆଲୋକ ସିଂ ,ଅନିଲ କୁମାର ମହାନ୍ତ,ପୁରୁଷୋତମ ମହାନ୍ତ,ସାନ୍ତନୁ କୁମାର ସାହୁ,ସଂଜୀବ କୁମାର ରାମ,ଶୁପଦ ମହାନ୍ତ,ଅମର ପ୍ରଧାନ ଦେଓ ହେମ୍ବ୍ରମ୍,ମନୋଜ କୁମାର ଦାସ,ଶୁଶାନ୍ତ ମହାନ୍ତ,ରଣଜିତ ସିଂହ ଓ ଭୁପତି ରାଉତ ପ୍ରମୁଖ ଉପସ୍ଥିତଥିଲେ |ଆଗାମୀ ଦିନରେ ଏକ ବଡଧରଣର ବୈଠକ ହେବ ବୋଲି ସୂଚନା ଦେଇଥିଲେ |ଶେଷରେ ଡମ୍ବରୁଧର ମହାନ୍ତ ସମସ୍ତଙ୍କୁ ଧନ୍ୟବାଦ ଦେଇ ସଭାକାର୍ଯ୍ୟ ସମାପ୍ତ ହୋଇଥିଲା 

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ଵାଳ ଙ୍କ ରିପୋର୍ଟ 

Related posts

ଓଡ଼ିଶା ଡ୍ରାଇଭର ମହାସଂଘକୁ ସମର୍ଥନ ଜଣାଇ ବନ୍ଧୁଗାଁ ଡ୍ରାଇଭର ସଂଘ ତରଫରୁ ଷ୍ଟିରିଙ୍ଗ ଛାଡ ଆନ୍ଦୋଳନ

Sunil Chandra Nayak

ନବରଙ୍ଗପୁରଠାରେ ଜିଲାପାଳ ଏବଂ ଆରକ୍ଷୀ ଅଧିକ୍ଷକଙ୍କ ଙ୍କ ଯୁଗ୍ମ ଅଧ୍ୟକ୍ଷତାରେ ଏକ ଜନଶୁଣାଣି ଶିବିର ଅନୁଷ୍ଠିତ

Sunil Chandra Nayak

କଲ୍ୟାଣସିଂପୁର ବ୍ଲକରେ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ 

masiha

Leave a Comment

error: Content is protected !!