ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଧର୍ମଗଡ ତାଲୁକ ଆଇନ ସେବା ସମିତି ତରଫରୁ ଅନ୍ତର୍ଜାତୀୟ ଶ୍ରମିକ ଦିବସ ପାଳିତ

ଧର୍ମଗଡ ତାଲୁକ ଆଇନ ସେବା ସମିତି ତରଫରୁ ଅନ୍ତର୍ଜାତୀୟ ଶ୍ରମିକ ଦିବସ ପାଳିତ 

 ତାଲୁକ ଆଇନ ସେବା ସମିତି ଧର୍ମଗଡ ଦ୍ୱାରା ସ୍ଥାନୀୟ ସିଭିଲ କୋର୍ଟ ପରିସରରେ ଅତିରିକ୍ତ ଜିଲ୍ଲା ଜଜ୍ ତଥା ତାଲୁକ ଆଇନ ସେବା ସମିତିର ଅଧ୍ୟକ୍ଷ ଶ୍ରୀ ସୁରେଶ ଚନ୍ଦ୍ର ପ୍ରଧାନ ଙ୍କ ଅଧ୍ୟକ୍ଷତା ରେ ଅନ୍ତର୍ଜାତୀୟ ଶ୍ରମିକ ଦିବସ ପାଳିତ ହୋଇଯାଇଛି I ଏହି କାର୍ଯ୍ୟକ୍ରମ ରେ ସମ୍ନାନିତ ଅତିଥି ଭାବରେ ବରିଷ୍ଠ ଦେୱାନୀ ବିଚାରପତି ଇପ୍ସି ମହାନ୍ତି, ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ବିଚାରପତି ଶ୍ରୀଚନ୍ଦନ ସେଠି, ଅତିରିକ୍ତ କନିଷ୍ଠ ଯନ୍ତ୍ରୀ କରୁଣାକର ମୁର୍ମୁ, ବି. ଏସ. ଏସ. ଓ ଦମୟନ୍ତୀ ନାଏକ, ବରିଷ୍ଠ ଆଇନଜୀବୀ ଚିନ୍ତାମଣି ପାତ୍ର, ସରକାରୀ ଓକିଲ ରାଜେନ୍ଦ୍ର ମୁନି , ଆଇନଜୀବୀ ତଥା ସଦସ୍ୟା ତାଳୁକ ଆଇନ ସେବା ସମିତି, ସଂଯୁକ୍ତା ପଣ୍ଡା, ସାଧାରଣ ସମ୍ପାଦକ, ଜନ କଲ୍ୟାଣ ଶ୍ରମିକ ସଂଘ, କଳାହାଣ୍ଡି, ମୁପୀନ୍ଦ୍ର ସୁନା ପ୍ରମୁଖ ମଞ୍ଚାସିନ ଥିଲେ । ଦେଶର ପ୍ରଗତିରେ ଶ୍ରମିକ ମାନଙ୍କର ଅବଦାନ ଅତୁଳନୀୟ, ଶ୍ରମିକ ମାନେ ନିଜ ଅଧିକାର ବିଷୟରେ ଜାଣିବା ନିତ୍ୟାନ୍ତ ଜରୁରୀ ବୋଲି ତାଳୁକ ଆଇନ ସେବା ସମିତି ର ଅଧ୍ୟକ୍ଷ ଶ୍ରୀ ପ୍ରଧାନ ପ୍ରକାଶ କରିଥିଲେ ଓ ସଭା ରେ ଉପସ୍ଥିତ ଶ୍ରମିକ ମାନଙ୍କୁ ଶ୍ରମିକ ମାନଙ୍କ ପାଇଁ ଅଭିନୀତ ଅଧିନିୟମ ଉପରେ ବୁଝାଇଥିଲେ।ଏହି ପରିପେକ୍ଷୀ ରେ ସାଧାରଣ ସମ୍ପାଦକ ଶ୍ରୀ ସୁନା ଶ୍ରମିକ ମାନଙ୍କପାଇଁ ସରକାରଙ୍କ ତରଫରୁ ଦିଆଯାଉଥିବା ବିଭିନ୍ନ ଯୋଜନା ଉପରେ ଆଲୋଚନା କରିଥିଲା ଓ ଶ୍ରମିକ ମାନେ ସମ୍ମୁଖୀନ୍ନ ହେଉଥିବା ସୁବିଧା ଅସୁବିଧା ଉପରେ ଆଲୋଚନା କରିଥିଲେ। ଉକ୍ତ କାର୍ଯ୍ୟକ୍ରମ କୁ ସଂଯୁକ୍ତା ପଣ୍ଡା ପରିଚାଳନା କରିଥିବା ବେଳେ ସରକାରୀ ଓକିଲ ରାଜେନ୍ଦ୍ର ମୁନି ଧନ୍ୟବାଦ ଅର୍ପଣ କରିଥିଲେ। ଏହି ସଭାରେ ସ୍ଥାନୀୟ ଶ୍ରମିକ ସଙ୍ଘ ର ଶ୍ରମିକମାନେ ବହୁମାତ୍ରାରେ ଉପସ୍ଥିତ ଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ସଂକ୍ରାନ୍ତି ନିମନ୍ତେ ପ୍ରସାଦ ସେବନ ବ୍ୟବସ୍ଥା     

Sunil Chandra Nayak

ଅବସର ଭବନରେ ବିଶ୍ଵ ବୟୋଜ୍ୟେଷ୍ଠ ଦିବସ ପାଳନ 

Sunil Chandra Nayak

ବ୍ଲକ ସ୍ତରୀୟ କୃଷକ ସଚେତନ କାର୍ଯ୍ୟକ୍ରମ

Leave a Comment

error: Content is protected !!