ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଭାରତ ବନ୍ଦକୁ ସମର୍ଥନ, ଏସଟି ଏସସି ମିଳିତ ମଞ୍ଚ ପକ୍ଷରୁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ଭାରତ ବନ୍ଦକୁ ସମର୍ଥନ, ଏସଟି ଏସସି ମିଳିତ ମଞ୍ଚ ପକ୍ଷରୁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

କୋକସରା,୧୮/୮ // ଆସନ୍ତା ୨୧ ତାରିଖରେ ସର୍ବୋଚ୍ଚ ନ୍ୟାୟାଳୟଙ୍କ ଏସ.ଟି, ଏସ.ସି ବର୍ଗଙ୍କ ଆରକ୍ଷଣ ଭିତରେ କ୍ରିମିଲେୟର ସୃଷ୍ଟି କରିବା ରାୟ ପ୍ରତିବାଦରେ କୋକସରା ବ୍ଲକ ଏସ.ଟି, ଏସ.ସି ବର୍ଗ ମିଳିତ ମଞ୍ଚ ପକ୍ଷରୁ ରବିବାର କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ବ୍ଲକ ଆସିବାସୀ ସଙ୍ଘ ସଭାପତି ହେମନ୍ତ ମାଝୀ ଓ ଅଳ ଓଡିଶା ସିଡ୍ୟୁଲ କାଷ୍ଟ ଫେଡରେସନର ଆବାହକ ଗୋବର୍ଦ୍ଧନ ବାଗଙ୍କ ନେତୃତ୍ୱରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ଆସନ୍ତା ୨୧ତାରିଖରେ ଭାରତ ବନ୍ଦ ଡାକରାକୁ ଉଭୟ ଏସ.ଟି, ଏସ.ସି ବର୍ଗଙ୍କ ପକ୍ଷରୁ ପ୍ରତିବାଦ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏହି ପ୍ରସ୍ତୁତି ବୈଠକରେ ଆଦିବାସୀ ସଙ୍ଘର ପୂର୍ବତନ ଜିଲ୍ଲା ସଭାପତି ପଦ୍ମ କିଶୋର ପୁଝାରି, ପୂର୍ବତନ ଜିଲ୍ଲା ଉପ ସଭାପତି ନୀଳକଣ୍ଠ ମାଝୀ, ଜିଲ୍ଲା ବଂଜାରା ସମାଜ ସଭାପତି ଯଶୋବନ୍ତ ସିଂ ନାଏକ, ଗରୁଡ଼ଧ୍ଵଜ ମାଝୀ, କ୍ଷିତିରାମ ପାତ୍ର, ଘନଶ୍ୟାମ ନାଏକ, ମନୋରଞ୍ଜନ ବାଣୁଆ, ଜୟଲାଲ ନାଏକ, ବାହାଦୂର ମାଝୀ, ଦୈତାରି ଭୋଇ, ଧର୍ମାନନ୍ଦ ନେଗି, ରତନ ମାଝୀ, ଚୈତନ୍ୟ ମାଝୀ, ମଧୁବନ ପାତ୍ର, ସନ୍ତୋଷ ମାଝୀ, ଚଳାଡୋଳା ପାତ୍ର,ଯତୀନ୍ଦ୍ର ମାଝୀ ସମେତ ଅଳ ଓଡିଶା ସିଡ୍ୟୁଲ କାଷ୍ଟ ଫେଡରେସନର ବ୍ଲକ ସଭାପତି କିଶୋର ନାଏକ, ସମ୍ପାଦକ ପ୍ରବୀଣ ପାଣିଗ୍ରାହୀ, ଗରୁଡ଼ ବାଗ, ଅଶ୍ୱିନ ମହାନନ୍ଦ, ଟିକିଚନ୍ଦ୍ର ଧ. ମାଝୀ, ମୋହନ ମାଝୀ ପ୍ରମୁଖ ଉପସ୍ଥିତ ଥିଲେ।

ମସିହା ନିୟୁଜ୍ ସର୍ଭିସ୍ 

Related posts

ଆଦିସ୍କନ୍ଧ ସମାଜର ୨୬ତମ ବାର୍ଷିକ ସମ୍ମିଳନୀ

ସ୍ୱର୍ଗତ ଭି. ସୁଜ୍ଞାନୀ କୁମାର ଦେଓଙ୍କ ୮୯ତମ ଜନ୍ମବାର୍ଷିକୀ ପାଳିତ 

Sunil Chandra Nayak

ପୂଜ୍ୟ ଯୋଗାଚାର୍ଯ୍ୟ ରାପର୍ତି ରାମ ପ୍ରଭୁ ଜୀ ମହାରାଜଙ୍କ ଶତ ବାର୍ଷିକ ଜନ୍ମ ଜୟନ୍ତୀ ଉତ୍ସବରେ ଆଧ୍ୟାତ୍ମିକ ସହ ବସ୍ତ୍ରଦାନ କାର୍ଯ୍ୟକ୍ରମ

masiha

Leave a Comment

error: Content is protected !!