ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପଞ୍ଚୁକର ସ୍ପର୍ଶରେ ଚଳଚଞ୍ଚଳ ପଦ୍ମପୋଖରୀ ଗାଁ

ପଞ୍ଚୁକର ସ୍ପର୍ଶରେ ଚଳଚଞ୍ଚଳ ପଦ୍ମପୋଖରୀ ଗାଁ

କାମାକ୍ଷାନଗର(ମନିସ)1/11/25 – ପରଜଙ୍ଗ ବ୍ଲକ ଜୟପୁରାକାଟେଣୀ ପଞ୍ଚାୟତ ଅନ୍ତର୍ଗତ ପଦ୍ମପୋଖରୀ ଗାଁରେ ମହାଆଡମ୍ବରରେ ଆରମ୍ଭ ହୋଇଛି କାର୍ତ୍ତିକେଶ୍ୱର ପୂଜା। ପଞ୍ଚୁକର ସ୍ପର୍ଶରେ ଚଳଚଞ୍ଚଳ ହୋଇଛି ସମଗ୍ର ଗାଁ। ଗଣପର୍ବ କାର୍ତ୍ତିକେଶ୍ୱର ପୂଜା ଗାଁରେ ଭାଇଚାରା ଏବଂ ଏକତା ସୂତ୍ରରେ ସମସ୍ତଙ୍କୁ ବାନ୍ଧି ରଖିଛି। ଗାଁ ନିକଟ ବେତାଳି ନାଳରୁ ନୀତି ଓ ବିଧି ମୁତାବକ ବିଶାଳ କଳସ ଶୋଭାଯାତ୍ରାରେ ଗାଁ ପରିକ୍ରମା ହୋଇଥିଲା। ଭଜନ, କୀର୍ତ୍ତନ ସାଙ୍ଗକୁ ହରିବୋଲ ଓ ହୁଳହୁଳିରେ ଗାଁର ପରିବେଶ ପ୍ରକମ୍ପିତ ହୋଇ ଉଠିଥିଲା। ପଞ୍ଚୁକର ପାଞ୍ଚ ଦିନ ଗାଁ ପରିବେଶ ବେଶ ନିଆରା ଲାଗିଥାଏ। ଭଳିକି ଭଳି ମେଢ଼ ଏବଂ ରଙ୍ଗ ବେରଙ୍ଗର ଲାଇଟ ଗାଁ ପରିବେଶକୁ ଅତି ମନଲୋଭା କରିଛି।

ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ନୂଆପଡ଼ା ରେ ୨୦୨୫ ପାଇଁ ଅନ୍ତିମ ଭୋଟର୍ ତାଲିକା ପ୍ରକାଶିତ 

masiha

ଆନ୍ତର୍ଜାତୀୟ ମହିଳା ଦିବସ ୨୦୨୪ ପାଳିତ

masiha

ହାତିବନ୍ଧା ଗ୍ରାମ ପଞ୍ଚାୟତକୁ ଜାତୀୟ ପଞ୍ଚାୟତ ପୁରସ୍କାର

Leave a Comment

error: Content is protected !!