ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବଡ଼ ଜାମବିଲା ଛକ ଠାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଜଣେ ମୃତ ଦୁଇ ଗୁରୁତର ଆହତ , ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର

ମୟୂରଭଞ୍ଜ -୧/୧/୨୦୨୩ (ମସିହା) ମୟୂରଭଞ୍ଜ ଜିଲ୍ଲା ବିଶୋଇ ଥାନା ଅନ୍ତର୍ଗତ ଅସନା ପଞ୍ଚାୟତର ବଡ଼ ଜାମବିଲା ଛକ ଠାରେ ରବିବାର ସନ୍ଧ୍ୟା ସମୟରେ ଏକ କାର ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ଫଳରେ ଘଟଣାସ୍ଥଳରେ ହିଁ କାର ରେ ବସି ଥିବା ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ବାଇକ୍ ଚାଳକ ସାଙ୍ଗରେ ସାଙ୍ଗରେ ବସି ଥିବା ଆରୋହୀ ଦୁହେଁ ଗୁରୁତର ଆହତ ସହ ଅଳ୍ପକେ ବର୍ତ୍ତିଛନ୍ତି କାର ଡ଼୍ରାଇଭର।

             ସୂଚନା ମୁତାବକ ଆଜି ରବିବାର ସନ୍ଧ୍ୟା ସମୟରେ କେନ୍ଦୁଝର ପଟୁ OD 02 O 9734 ନମ୍ବର ର ଏକ କାର ଦୃର୍ତ ଗତିରେ ବିଶୋଇ ପଟକୁ ଆସୁଥିବା ସମୟରେ ନୂତନ ବର୍ଷ ପାଳନ କରି ସୁଲେଇପାଟ ଡେମ୍ ରୁ ଦୁଇ ଜଣ ବାଇକ୍ ଯୋଗେ ନିଜ ଘରକୁ ଫେରୁଥିବା ସମୟରେ ବଡ଼ ଜାମବିଲା ଛକ ଠାରେ କାର ସଙ୍ଗରେ ମୁହାଁମୁହିଁ ହୋଇଥିଲେ ଫଳରେ କାର ଓ ବାଇକ୍ ମଧ୍ୟରେ ଜୋରସୋରରେ ଧକ୍କା ହୋଇଥିଲା। ଧକ୍କା ଏତେ ଜୋରରେ ହୋଇଥିଲା ଯେ,କାର ଓ ବାଇକ୍ ରାସ୍ତା ବାହାରକୁ ବାହାରି ଯାଇଥିଲେ। ଫଳରେ କାର ରେ ବସି ଥିବା ଜଣଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିବା ବେଳେ ବାଇକ୍ ଚାଳକ ସହିତ ବାଇକ୍ ଆରୋହୀ ଗୁରୁତର ଆହତ ହୋଇଛନ୍ତି। ଗୁରୁତର ମାନଙ୍କୁ ପ୍ରଥମେ ମଣଦା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଆଣି ପରେ ତାଙ୍କ ସ୍ଵାସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ ଥିବାରୁ ସଙ୍ଗେ ସଙ୍ଗେ ଆମ୍ବୁଲାନ୍ସ ସେବା ଯୋଗେ ବାରିପଦା ସ୍ଥିତ ରଘୁନାଥ ମେଡିକାଲ କୁ ଚିକିତ୍ସା ପାଇଁ ପଠେଇ ଦେଇଥିବା ସୁଚନା ମିଳିଛି। ଗୁରୁତର ଦୁଇ ଜଣ ବୁଢାନ କିସ୍କୁ ଓ ସୁରେନ୍ଦ୍ର କିସ୍କୁ ସ୍ଥାନୀୟ ଅର୍ଜୁନବିଲାର ବୋଲି ଜଣା ପଡ଼ିଥିବା ବେଳେ କାର ଡ୍ରାଇଭର ଓ ମୃତ୍ୟୁକ ଜଣକର ଖବର ଲେଖା ହେବା ପର୍ଯ୍ୟନ୍ତ ପରିଚୟ ମିଳିପାରିନାହିଁ। ଉକ୍ତ ଘଟଣାର ଖବର ପାଇ ବିଶୋଇ ପୋଲିସ ଓ ମଣଦା ଫାଣ୍ଡି ପୋଲିସ ଘଟଣାସ୍ଥଳରେ ପହଂଚି ଘଟଣାର ତଦନ୍ତ ଜାରି ରଖିଛନ୍ତି।

 ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ନୂଆପାରା ପୋଖରୀ ଖନନରେ ଦୁର୍ନୀତି , ମେସିନ୍ ଲଗାଇ ୧୦ ଲକ୍ଷରୁ ଉର୍ଦ୍ଧ୍ବ ଉଠାଣ ,ଭିଜିଲାନ୍ସ ତଦନ୍ତ ଦାବୀ

Sunil Chandra Nayak

ଅବ୍ୟବସ୍ଥା ଘେରରେ ରିଷିଡା ବସ୍ ଷ୍ଟାଣ୍ଡ

masiha

ଭାରତୀୟ ଜନତା ପାର୍ଟିର ର “ଗାଁ କୁ ଚାଲ ଅଭିଯାନ ଆରମ୍ଭ

masiha

Leave a Comment

error: Content is protected !!