ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସର୍ଗିଗୁଡ଼ା ଏବଂ କୁଚାଗାଁରେ ଉଦ୍ଘାଟିତ ହେଲା ସମବାୟ ସମିତି

ଜୟପାଟଣା:୧୪/୦୭/୨୩ଗ୍ରାମାଞ୍ଚଳ ଜନସାଧାରଣଙ୍କର ଆର୍ଥିକ ମାନଦଣ୍ଡ କୃଷି ଉପରେ ନିର୍ଭରଶୀଳ । ଆମ ରାଜ୍ୟରେ ଶତକଡା ୮୦ଭାଗ ଜନସାଧାରଣ ଗ୍ରାମାଞ୍ଚଳରେ ବସବାସ କରନ୍ତି । ବିଶେଷ କରି ଏମାନେ କୃଷିକାର୍ଯ୍ୟ ସହିତ ଜଡିତ ହୋଇଥାଆନ୍ତି । ଗ୍ରାମାଞ୍ଚଳର କୃଷକ ମାନଙ୍କର ଆର୍ଥିକ ପରିସ୍ଥିତି ସୁଦୃଢ଼ କରିବା ପାଇଁ କୃଷି ସମବାୟ ସମିତି ଗଠନ ହୋଇଥିଲା । ୧୯୬୬-୬୭ ମସିହାରେ ଆରମ୍ଭ ହୋଇଥିବା ସବୁଜ ବିପ୍ଲବ ଫଳରେ ଆଜି ଆମ ଦେଶ ଖାଦ୍ୟ ପଦାର୍ଥ ଉତ୍ପାଦନ କ୍ଷେତ୍ରରେ ସ୍ୱାବଲମ୍ବନଶୀଳ ହୋଇପାରିଅଛି । ଫଳରେ ଖାଦ୍ୟ ପଦାର୍ଥ କୃଷି ଉତ୍ପାଦନ ବୃଦ୍ଧି କରିବା ପାଇଁ ଦେଶର କୃଷି ଗବେଷଣା କେନ୍ଦ୍ରମାନଙ୍କରୁ ବିଭିନ୍ନ ପ୍ରକାର ଅଧିକ ଉତ୍ପାଦନକ୍ଷମ ବିହନ ଓ କୃଷି କୌଶଳ ଉଦ୍ଭାବନ ହେଲେ ମଧ୍ୟ ଏହି ଉନ୍ନତ ଚାଷ ପ୍ରଣାଳୀ ବ୍ୟୟସାପେକ୍ଷ । ସାରା, ଶସ୍ୟ ସଂରକ୍ଷଣ ଉନ୍ନତ କୃଷି ଯନ୍ତ୍ରପାତି ଶୁଷ୍କ ଅଞ୍ଚଳରେ ଉନ୍ନତ କୃଷି ପଦ୍ଧତି ଅବଲମ୍ବନ ନିମିତ୍ତ ଅଧିକ ଅର୍ଥ ଲଗାଣ ଅପରିହାର୍ଯ୍ୟ । ଗାଁ ଗହଳରେ କ୍ଷୁଦ୍ର, ନାମମାତ୍ର ଚାଷୀମାନେ ଏହି ଉନ୍ନତ ଚାଷ ପ୍ରଣାଳୀ ଅବଲମ୍ବନ କରିବା ପାଇଁ ସକ୍ଷମ ନୁହନ୍ତି । ଏଣୁ ଖାଦ୍ୟ ଉତ୍ପାଦନ ବୃଦ୍ଧିକୁ ଆହୁରି ତ୍ୱରାନ୍ୱିତ କରିବା ପାଇଁ ଚାଷୀମନଙ୍କୁ ଅଳ୍ପ ସୁଧରେ ଋଣ ଠିକ୍ ସମୟରେ ଯୋଗାଇ ଦେବା ଅପରିହାର୍ଯ୍ୟ ହୋଇପଡିଛି । ଏହି ଗୁରୁଦାୟିତ୍ଵ ଦେଶର ସମବାୟ ବିଭାଗକୁ ମୁଖ୍ୟତଃ ସମର୍ପଣ କରାଯାଇଛି । ଗ୍ରାମ୍ୟ ଉନ୍ନୟନର ଦ୍ଵିତୀୟ ପଦକ୍ଷେପ ହେଉଛି ଶ୍ଵେତ ବିପ୍ଲବ, ଏହାଦ୍ଵାରା କ୍ଷୁଦ୍ରଚାଷୀଠାରୁ ଆରମ୍ଭ କରି ଜମିହୀନ ବେକାର ଗାମ୍ୟ ଯୁବକମାନେ ମଧ୍ୟ କର୍ମ ସଂସ୍ଥାନ ପାଇପାରିବେ । ଗ୍ରାମାଞ୍ଚଳରେ ଚାଷୀଭାଇମାନେ ସମବାୟ ଦୁଗ୍ଧ ଉତ୍ପାଦନ ସଂଘ ପ୍ରତିଷ୍ଠା କରି ଲାଭବାନ ହୋଇପାରିବେ । ସମବାୟ ବିଭାଗ ସର୍ବଦା ଦୁର୍ବଳକୁ ଆତ୍ମରକ୍ଷା କରିବାରେ ସହାୟକ ହୋଇସାରିଛି, ଖାଉଟି ଦ୍ରବ୍ୟର ସଂଗ୍ରହ ଓ ସୁଷମ ବଣ୍ଟନ ଗ୍ରାମାଞ୍ଚଳରେ ସମବାୟ ଅନୁଷ୍ଠାନ ମାଧ୍ୟମରେ ବହୁ ପରିମାଣରେ ହୋଇଥାଏ । ଗ୍ରାମ୍ୟ ଉନ୍ନୟନ ନିମିତ୍ତ ଯେଉଁସବୁ ବ୍ୟବସ୍ଥା ରହିଛି ତାହାର ସୁଫଳ ସମବାୟ ମାଧ୍ୟମରେ ଲୋକଙ୍କ ପାଖରେ ସହଜରେ ପହଞ୍ଚିପାରିବ । ଗ୍ରାମାଞ୍ଚଳରେ ସମବାୟ ହିଁ ଏକମାତ୍ର ଅନୁଷ୍ଠାନ ଯାହାର ମାଧ୍ୟମରେ ଆର୍ଥିକ ଦୁର୍ବଳ ଲୋକମାନଙ୍କର ସ୍ଵାର୍ଥ ସୁରକ୍ଷା ହୋଇପାରିବ ।

ସମବାୟ ଅନୁଷ୍ଠାନ ଏକ ସ୍ଵତଃପ୍ରବୃତ୍ତ ସଂଘବଦ୍ଧ, ଗଣତାନ୍ତ୍ରିକ ପଦ୍ଧତିରେ ପରିଚାଳିତ, ନିରପେକ୍ଷ ଅନୁଷ୍ଠାନ । ମିତବ୍ୟୟିତା ସେବା ମନୋଭାବ ନୀତି ଉପରେ ନିର୍ଭର କରି ଏହା ପରିଚାଳିତ ହୋଇଥାଏ । 

କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ଏକ କୃଷି ପ୍ରଧାନ ଅଞ୍ଚଳର । ଏହାକୁ ଲକ୍ଷ କରି ଆଜି ବ୍ଲକର ସର୍ଗିଗୁଡ଼ା ଏବଂ କୁଚାଗାଁ ଠାରେ କୃଷି ସମବାୟ ସମିତି କାର୍ଯ୍ୟାଳୟର ଉଦ୍ଘାଟନ ହୋଇ ଯାଇଛି । ସ୍ଥାନୀୟ ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ ଦିଶାରୀ ଏହାକୁ ଉଦ୍ଘାଟନ କରିଛନ୍ତି । ସର୍ଗିଗୁଡ଼ା ସରପଞ୍ଚ ମନ୍ଦାକିନୀ ଠାକୁରଙ୍କର ନେତୃତ୍ୱରେ କାର୍ଯ୍ୟକ୍ରମର ସଫଳ ଆୟୋଜନ ହୋଇଥିଲା । କୁଚାଗାଁରେ ମଧ୍ୟ ଲାଞ୍ଜିଗଡ଼ ବିଧାୟକ ଶ୍ରୀ ଦିଶାରୀ କୃଷି ସମବାୟ ସମିତିର ଉଦ୍ଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଜୟପାଟଣା ବ୍ଲକ ପେକ୍ସ ସଭାପତି ରବିନ ସିଂଦେଓ ଯୋଗଦେଇଥିଲେ । କୁଚାଗାଁ ସରପଞ୍ଚ ଅଷ୍ଟମୀ ଦୁର୍ଗାଙ୍କର ନେତୃତ୍ୱରେ କାର୍ଯ୍ୟକ୍ରମର ଆୟୋଜନ ହୋଇଥିଲା ।

ଜଗମୋହନ ପଟ୍ଟନାୟକ, ବରିଷ୍ଠ ସାମ୍ବାଦିକ

Related posts

ଝାରମୁଣ୍ଡାରେ ବ୍ଲକ ସ୍ତରୀୟ ଆଦିବାସୀ ସମ୍ମିଳନୀ l ମଦ ଛାଡ଼ ପାଠ ପଢ଼ ମନ୍ତ୍ର ଦେଲେ ରାଜ୍ୟସଭା ସାଂସଦ 

masiha

ଗୋପବନ୍ଧୁ ପାଠାଗାରରେ ବିଶ୍ବ ସ୍ବାସ୍ଥ୍ୟ ଦିବସ ପାଳିତ

Sunil Chandra Nayak

କାମୃଗୁରୁ’ଙ୍କ ସ୍ମୃତୀ ଦିବସ ଅବସର ରେ ମାନସିକ ସ୍ବାସ୍ଥ୍ୟ ଶିକ୍ଷା ନେଇ ବୈଠକ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!