ଅବସର କାଳିନ ବିଦାୟ ସମ୍ଭର୍ଦ୍ଧନା
ବନ୍ଧୁଗାଁ ତା ୩୦/୬/୨୪, ଆଜି ଏକ ଏମିତି ଦୁଃଖଭରା ବିଷୟ କି ଛାତ୍ରଛାତ୍ରୀଙ୍କ ପାଇଁ ଜଣେ ଶିକ୍ଷକ ତାଙ୍କ ଜୀବନର ଅଧା ବର୍ଷ କେବଳ ଅର୍ଥାତ ୩୬ ବର୍ଷ ବିନା ସ୍ୱାର୍ଥରେ ବିତାଇ ଦେଇଥିବାର ଦେଖିବାକୁ ମିଳିଛି I ଏ ହେଉଛି ଜଣେ ଶିକ୍ଷକଙ୍କ ବିଷୟ I ଶିକ୍ଷକ ଜଣକ ହେଲେ ସର୍ବେସ୍ୱର ସାମନ୍ତ ରୟ, ତାଙ୍କ ଜୀବନରେ ପ୍ରଥମେ ବନ୍ଧୁଗାଁ ବ୍ଲକର କାନାଗାଁ ପଞ୍ଚାୟତର ସାବଡାମ ଗ୍ରାମର ପ୍ରାଥମିକ ବିଦ୍ୟାଳୟ ଠାରେ ତା, ୨୯:୨:୧୯୮୯ ରେ ନିଯୁକ୍ତି ପାଇ ଶିକ୍ଷକ ଭାବରେ ତାଙ୍କରି ଜୀବନ ଆରମ୍ଭ ହୋଇଥିଲା I ସେଠାରୁ ମାତ୍ରକ ୬ ମାସ ପିଲାଙ୍କୁ ଶିକ୍ଷା ଦେବା ପରେ ତା, ୨୯:୮:୮୯ ରେ ବଦଳି ହୋଇ ୩୦:୮:୮୯ ରେ ଯୋଗଦାନ ଦେଇ ୩ ବର୍ଷ ୪ ମାସ ପର୍ଯ୍ୟନ୍ତ କେଶଭଦ୍ରା ସରକାରୀ ପ୍ରାଥମିକ ବିଦ୍ୟାଳୟ ଠାରେ ଦାୟୀତ୍ୱ ତୁଳାଇଥିଲେ I ପରେ ୧୮:୭:୯୩ ରୁ ୧୭:୮:୯୮ ପର୍ଯ୍ୟନ୍ତ ବନ୍ଧୁଗାଁ ଶିକ୍ଷା କାର୍ଯ୍ୟାଳୟ ଠାରେ କାର୍ଯ୍ୟରତ ଭାବରେ ବିତାଇଥିଲେ I ୧୮:୮:୯୮ ରୁ ୩୦:୬:୨୦୦୦ ପର୍ଯ୍ୟନ୍ତ ସରକାରୀ ଉଚ୍ଚ ବିଦ୍ୟାଳୟ ବନ୍ଧୁଗାଁ ଠାରେ ଶିକ୍ଷକ ଭାବରେ ଦାୟୀତ୍ୱକୁ ତୋରାନିତ ଭାବରେ ତୁଳାଇ ଥିଲେ I ଓ ଏହାପରେ ୧୮:୮:୨୦୦୦ ରିଖରୁ ୨୦:୬:୨୦୦୨ ପର୍ଯ୍ୟନ୍ତ ସରକାରୀ କାନାଗାଁ ଉଚ୍ଚ ବିଦ୍ୟାଳୟ ଠାରେ ବଦଳି ହୋଇଥିଲେ ଓ ୨୧:୬:୨୦୦୨ ରୁ ୩୦:୬:୨୪ ପର୍ଯ୍ୟନ୍ତ କେ. ଜାଗୁଗୁଡା ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ଆଦର୍ଶ ପ୍ରଧାନ ଶିକ୍ଷକ ଓ ନିଜ କ୍ଳଷ୍ଟରର ସିଆରସିସି ମଧ୍ୟ ୫ ବର୍ଷ ଦାୟୀତ୍ୱ ରହିଥିଲେ ଓ ପ୍ରଧାନ ଶିକ୍ଷକ ଭାବରେ ୨୨ ବର୍ଷ ନିଜର ଶିକ୍ଷାର ଦାୟୀତ୍ୱକୁ ତୁଳାଇ ଥିଲେ ଓ ୩୦:୬:୨୪ ରିଖ ରେ ତାଙ୍କେ ତାଙ୍କର ଅବଶର ପତ୍ର ପାଇ ଆଜି ଆବଶର ପ୍ରଦାନ କରିଛନ୍ତି I ଏହି ତାଙ୍କର ୩୬ ବର୍ଷ ଶିକ୍ଷକ ଜୀବନରେ ବନ୍ଧୁଗାଁର ସରକାରୀ କ୍ୱାଟରରେ ନିଜ ଧର୍ମ ପତ୍ନୀ ଓ ନିଜ ଝିଅ ସହ ରହି ପ୍ରତ୍ୟକ ଦିନ ତାଙ୍କ ବିଦ୍ୟାଳୟ କୁ ଯିବା ଆସିବ ନିତି ଅବ୍ୟାସ ହୋଇଯାଇଥିଲା I ବନ୍ଧୁଗାଁ ବ୍ଲକର ପାଣି ପଵନ ଛାଡି ଅନ୍ୟତ୍ର ଯିବା ପାଇଁ ମନକୁ ମାନିଲା ନାହିଁ ଓ ଏଠାକାର ଲୋକଙ୍କ ମନ ବୃତ୍ତି ଭଲ ଓ ଏହି ଅଞ୍ଚଳରେ ମୋତେ ଅଧିକ ଲୋକେ ନିଜ ଅଞ୍ଚଳର ଶିକ୍ଷକ ଭାବରେ ସନ୍ନମାନ ଦେଉଥିଲେ I ଏତିକି ବିଦ୍ୟାଳୟ ମାନଙ୍କରେ ସରକାର ବଦଳି କରିଥିଲେ ହେଁ ମୁଁ ଗୋଟିଏ ବିଦ୍ୟାଳୟ ରୁ ଅନ୍ୟ ବିଦ୍ୟାଳୟ କୁ ବଦଳି ହୋଇ ଯାଇଛି କିନ୍ତୁ ମୁଁ ଯେଉଁ ବିଦ୍ୟାଳୟ ଠାରେ ଶିକ୍ଷକ ଭାବରେ ଦାୟୀତ୍ୱ ମିଳିଛି ତାକୁ ମୁଁ ନିଷ୍ଠାପର ଓ ନିସ୍ଵାର୍ଥ ପର ଭାବରେ ସୂଚାରୁ ରୂପରେ ପ୍ରଧାନ ଶିକ୍ଷକ ହଉ କି ସାଧାରଣ ଶିକ୍ଷକ ହେଉ ମୁଁ ଦାୟୀତ୍ୱ ତୁଲେଇ ଆସିଛି I ମୋ ଜୀବନରେ ଶିକ୍ଷକ ଭାବରେ ନିଯୁକ୍ତି ପାଇଥିବାରୁ ନିଜକୁ ଗର୍ବ ଓ ଧନ୍ୟ ମନେ କରୁଛି I କାରଣ ମୋତେ ସରକାର ବହୁ ସ୍କୁଲକୁ ବଦଳୀ କରିଥିଲେ କିନ୍ତୁ ମୋ ପାଇଁ ସମସ୍ତ ସ୍କୁଲ ଓ ମୋ ସ୍କୁଲରେ ପାଠ ପଡୁଥିବା ଛାତ୍ରଛାତ୍ରୀ ଏକା ପରି ହିଁ ଭାବି ମୁଁ ସେମାନଙ୍କୁ ଉଚିତ ମାର୍ଗ ଓ ଶିକ୍ଷା ପ୍ରଦାନ କରିବାରେ ସଫଳ ହୋଇଛି I ମୁଁ ଯେବେ ୪ ବର୍ଷ ଶିକ୍ଷକତାରେ ହୋଇଥିଲା ମୁଁ ଭାବିଲି କି ମୋ ପରିବାର ମ ଗାଁରେ ଅଛନ୍ତି କିନ୍ତୁ ବର୍ତ୍ତମାନ ମୋ ବିଦ୍ୟାଳୟର ଛାତ୍ରଛାତ୍ରୀ ହିଁ ମର ନିକଟତମ ପରିବାର ଭାବରେ ମାନି ଛାତ୍ରଛାତ୍ରୀଙ୍କୁ ବହୁତ ଭଲ ପାଉଥିଲେ I ମୋ ଠାରୁ ପାଠ ପଡି ଶିକ୍ଷା ଅର୍ଜନ କରି ବହୁ ଛାତ୍ରଛାତ୍ରୀ ବର୍ତ୍ତମାନ ବାହାରେ ରହି କିଏ ପାଠ ପଡୁଛନ୍ତି ତ କିଏ ନିଜ ନିଜ ପସନ୍ଦ ଅନୁଯାଇ ଉଚ୍ଚ ଶିକ୍ଷା ଲାଭ କରି ବାହାର ସହର ଓ ଗ୍ରାମ ମାନଙ୍କରେ ନିଯୁକ୍ତି ପାଇ ନିଜ ନିଜ ଦାୟୀତ୍ୱକୁ ତୁଳାଇଥିବାର ଦେଖି ମୁଁ ଧନ୍ୟ ମନେ କରୁଛି ବଲି ଆଜିର ଆବଶର କାଳିନ ସମ୍ଭର୍ଦ୍ଧନା ସଭାରେ ନିଜର ମନ୍ତବ୍ୟକୁ ଦୁଃଖ ସହ ରଖିଥିଲେ I ଆଜିର ଏହି ଆବଶର ବିଦାୟ କାଳିନ ସମ୍ଭଦ୍ଧନା ସରକାରୀ ଉଚ୍ଚ ବିଦ୍ୟାଳୟ କେ. ଜାଗୁଗୁଡା ଠାରେ ପ୍ରଧାନ ଶିକ୍ଷକ ପ୍ରମୋଦ କୁମାର ପରିଡାଙ୍କ ଦ୍ୱାରା ଆୟୋଜନ କୋରାଯାଇଥିଲା I ଏଥିରେ ଜାଗୁଗୁଡା କ୍ଳଷ୍ଟରର ସିଆରସିସି ଭାବରେ ଦାୟୀତ୍ୱକୁ ୫ ବର୍ଷ ତୁଳାଇ ଥିଲେ ତାଙ୍କର ଜୀବନରେ ନିଜର ବିଦ୍ୟାଳୟର ଅନେକ ଛାତ୍ରଛାତ୍ରୀ ନବଦୟ ପରୀକ୍ଷା ଉତୀର୍ଣ୍ଣ ହୋଉଥିଲେ ଓ ଓଡିଶା ଆଦର୍ସ ବିଦ୍ୟାଳୟ ପାଇଁ ମଧ୍ୟ ପରୀକ୍ଷା ଦେଇ ଉତ୍ତର୍ଣ୍ଣ ହୋଇ ପାରୁଥିଲେ ଏହିପରି ଭାବରେ ତାଙ୍କର ଶିକ୍ଷା ଛାତ୍ରଛାତ୍ରୀ ବେଶ ବୁଝିବାରେ ସହଜ ହୋଇପାରୁଥିଲା I ଆଜି ସେପରି ଶିକ୍ଷକ ଛାତ୍ରଛାତ୍ରୀଙ୍କୁ ଛାଡି ସବୁଦିନ ପାଇଁ ଅବଶୋର ନେଇଥିବାର ଜାଣି ଦୁଃଖରେ କାନ୍ଦୁଥିବା ମନକୁ ଦୁଃଖରେ ରଖିଥିବାର ଦେଖିବାକୁ ମିଳିଥିଲା I ତାଙ୍କର ଆବଶର ସମ୍ଭରର୍ଦ୍ଧନା କାର୍ଯ୍ୟକ୍ରମରେ ବିଦ୍ୟାଳୟ ର ଅଧ୍ୟକ୍ଷା ରାଜେନ୍ଦ୍ର କାଲପା, ବନ୍ଧୁଗାଁ ବ୍ଲକର ପୂର୍ବତନ ଶିକ୍ଷା ଅଧିକାରୀ ଶ୍ରୀ ପ୍ରଫୁଲ କୁମାର ମିଶ୍ର, ବନ୍ଧୁଗାଁ ବ୍ଲକର ଶିକ୍ଷକ ସଙ୍ଘର ସଭାପତି ମନୋଜ ବାଗ, ଆବଶର ତଥା ଶିକ୍ଷକ ସଙ୍ଘର ପୂର୍ବତନ ସମ୍ଫାଦକ ଶ୍ରୀ ଭାବଗ୍ରାହି ମୁଦୁଲି ଙ୍କ ସହ ୪୫ ଜଣ ଶିକ୍ଷକ ଓ କେ.ଜାଗୁଗୁଡା ଗ୍ରାମର ଗ୍ରାମବାସୀ ଉପସ୍ଥିତ ରହିଥିଲେ I ଏଥିରେ ପରିଚାଳନା କରିଥିଲେ ଶିକ୍ଷକ ଶ୍ରୀ ଜଗନ୍ନାଥ ଜେନା ଓ ସାରଥୀ ରାଜୁ, ସହଯୋଗୀ ଥିଲେ କିଛି ଶିକ୍ଷକ ଗଣ I
ସଂଜୀବ କୁମାର ବାଙ୍ଗାରି ଙ୍କ ରିପୋର୍ଟ୍


