ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଲାଦାମାଲା ଗ୍ରାମରେ ଅଜଣା ରୋଗକୁ ନେଇ ଆତଙ୍କ : ସ୍ୱାସ୍ଥ୍ୟ ବିଭାଗ ଦୃଷ୍ଟି ଦେବାକୁ ଦାବୀ 

ଲାଦାମାଲା ଗ୍ରାମରେ ଅଜଣା ରୋଗକୁ ନେଇ ଆତଙ୍କ : ସ୍ୱାସ୍ଥ୍ୟ ବିଭାଗ ଦୃଷ୍ଟି ଦେବାକୁ ଦାବୀ 

କନ୍ଧମାଳ: 28/09:(ମନିସ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ବ୍ଲକ ସିମନବାଡି ପଞ୍ଚାୟତ ଲାଦାମାଲା ଗ୍ରାମରେ ଅଜଣା ରୋଗକୁ ନେଇ ଆତଙ୍କ ଖେଳିଯାଇଛି। ପ୍ରଥମେ ଜ୍ୱର କିଛିଦିନ ହେବା ପରେ ଦେହରେ ପାଣି ଫୋଟକା ହେବା ସହ ତାହା ଫାଟିଯାଇ ଦେହସାରା ଘା ହେଇଯାଉଛି। ପ୍ରଚଣ୍ଡ ଯନ୍ତ୍ରଣାରେ ରୋଗୀ ନାହିଁ ନ ଥିବା କଷ୍ଟ ଭୋଗୁଛନ୍ତି। ଏଭଳି ଦିନେ କି ଦୁଇ ଦିନ ନୁହଁ ପ୍ରାୟ ମାସେ ହେଲା ଉକ୍ତ ଅଞ୍ଚଳରେ ଜଣକ ପରେ ଜଣଙ୍କୁ ଏହି ରୋଗରେ ପୀଡିତ ହେଉଥିବା ଗ୍ରାମବାସୀ କହିଛନ୍ତି। ସେମାନେ ଏହି ରୋଗ ସମ୍ପର୍କରେ କିଛି ଅନୁଭୂତି ନ ଥିବା ଓ ଅଞ୍ଚଳରେ ଏଭଳି ପ୍ରଥମଥର ପାଇଁ ହେଉଥିବାରୁ ତାହା ଅଜଣା ରୋଗ ବୋଲି କହିଛନ୍ତି। ଅର୍ଥାଭାବ ଯୋଗୁଁ ଲୋକେ ଡାକ୍ତରଖାନା ଯାଇ ପାରୁ ନାହାନ୍ତି। କିଛି ଲୋକ ଏହି ଅଜଣା ରୋଗକୁ ବସନ୍ତ, ମିଳିମିଳା ଭାବି ଘରୋଇ ଚିକିତ୍ସା କରୁଛନ୍ତି। କିଛି ଲୋକ ଝଡାଫୁଙ୍କା କରି ପୂଜାର୍ଚ୍ଚନା କରୁଥିବା ମଧ୍ୟ ଦେଖାଯାଇଛି। ଉକ୍ତ ଅଞ୍ଚଳରେ ଦୀର୍ଘ ଦିନ ହେଲା ପାଇପ ଯୋଗେ ଜଳ ଯୋଗାଣ କରାଯିବା ପାଇଁ ପାଇପ ବିଛାଯାଇଥିଲେ ସୁଦ୍ଧା ଜଳ ଯୋଗାଣ କରାଯାଉ ନାହିଁ, ଯାହା ଫଳରେ ଲୋକେ ନିକଟସ୍ଥ ଚୁଆଁ ପାଣିରେ ଗାଧୋଇବା ସହ ପିଇବା ପାଇଁ କୂଅ ପାଣି ବ୍ୟବହାର କରୁଥିବା ଗ୍ରାମର ଜଳେଶ୍ୱର ପ୍ରଧାନ, ପରମେ ପ୍ରଧାନ, ରଞ୍ଜନ ଦିଗାଲ ପ୍ରମୁଖ କହିଛନ୍ତି। ଏନେଇ ସିମନବାଡି ସ୍ବାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରର ଇନଚାର୍ଜ ଡାକ୍ତର ଅବିନାଶ ମଲ୍ଲିକ କହିଛନ୍ତି ଯେ, ଉକ୍ତ ଅଞ୍ଚଳରେ ଯେଉଁମାନେ ଚର୍ମ ଜନିତ ରୋଗି ସେମାନଙ୍କୁ ଚିକିତ୍ସା କରାଯାଉଛି। ଯୋଉଟା ଏଠି ସମ୍ଭବ ହେଉନି ସେମାନଙ୍କୁ ଅନ୍ୟତ୍ର ଚିକିତ୍ସା ପାଇଁ ପଠାଯାଉଛି କିନ୍ତୁ ଲାଦାମାଲା ଗ୍ରାମରେ ବହୁ ଶିଶୁଙ୍କୁ ଏଭଳି ରୋଗ ହୋଇଥିବା ତାଙ୍କ ନିକଟରେ କୌଣସି ଖବର ନ ଥିବା କହିଛନ୍ତି। ଭ୍ରାମ୍ୟମାଣ ଚିକିତ୍ସା ଦଳର ଡାକ୍ତର ଅମ୍ବିକା ପ୍ରସାଦ ଶତପଥି କହିଛନ୍ତି ଯେ, ଏବେ ଚାରିଆଡେ ଏଭଳି କାଛୁ କୁଣ୍ଡିଆ ରୋଗ ଚାଲିଛି ତେଣୁ ଏହା କୌଣସି ଅଜଣା ରୋଗ ନୁହଁ । ଡାକ୍ତର ଖାନାରେ ପହଞ୍ଚିଲେ ସହଜରେ ରୋଗି ଭଲ ହୋଇପାରିବ ବୋଲି ସେ କହିଛନ୍ତି। ରୋଗକୁ ନେଇ କେହି ଭୟଭୀତ ନ ହେବାକୁ ସେ ପରାମର୍ଶ ଦେଇଛନ୍ତି।

କନ୍ଧମାଳ ଜିଲ୍ଲାରୁ ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ

Related posts

ରାଇରଙ୍ଗପୁରରେ ଜଙ୍ଗଲ ଅଧିକାର ଆଇନ ଉପରେ ତାଲିମ ଶିବିର 

Sunil Chandra Nayak

କାମାକ୍ଷନଗର ଆଳତୁମାର ଐତିହାସିକ ରଜ ମହୋତ୍ସବ ପାଇଁ ଆରମ୍ଭ ହେଲା ତ୍ରୟୋଦଶ ରଜ ମହୋତ୍ସବ ପ୍ରସ୍ତୁତି ବୈଠକ

ଡଙ୍ଗା ସିଲ ଠୁଁ ବିଜାପଦର ରାସ୍ତା ଓ ସଂଯୋଗକାରୀ ବ୍ରିଜ ନିର୍ମାଣ କରିବାକୁ ଦାବୀ

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort