ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଦ୍ୟାଳୟ ସମ୍ମୁଖରେ ଗାତ ଖୋଳି ଛାଡି ଦେଇଛି ଠିକାଦାର :ବିପଦ ରେ ଛାତ୍ରଛାତ୍ରୀ 

ବିଦ୍ୟାଳୟ ସମ୍ମୁଖରେ ଗାତ ଖୋଳି ଛାଡି ଦେଇଛି ଠିକାଦାର :ବିପଦ ରେ ଛାତ୍ରଛାତ୍ରୀ 

ତେନ୍ତୁଳିଖୁଣ୍ଟି 28 09 23 ଦାୟିତ୍ୱହୀନ ପାଇପ ଲାଇନ କାମ ନେଇଥିବା ଠିକାଦାର ତାର ଜ୍ୱଳନ୍ତ ଉଦାହରଣ ଖାତିଗୁଡା ସ୍ଥିତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସମ୍ମୁଖରେ ଦେଖିବାକୁ ମିଳିବ। ସହଜରେ ତ ପାଇପ ଲାଇନ ବିଛାଇବା ନାଁ ରେ ରାସ୍ତା ଖୋଳି ସମସ୍ତ ଗ୍ରାମୀରାସ୍ତା ଓ ମୁଖ୍ୟ ରାସ୍ତା ବିପଦପୂର୍ଣ୍ଣ କରି ଛାଡି ଦେଇଛି। ବାରମ୍ବାର ଗଣ ମାଧ୍ୟମରେ ତଥା ଉଚ୍ଚ କର୍ତ୍ତୃପକ୍ଷ ଙ୍କ ଦୃଷ୍ଟି ଆକର୍ଷଣ ପରେ ମଧ୍ୟ ନିର୍ବିକାର ଠିକାଦାର କମ୍ପାନୀ। ଯେଉଁ ରାସ୍ତା ର ଖବର ପ୍ରକାଶିତ ହେଉଛି ତାକୁ ନାମକୁ ମାତ୍ର ମରାମତି କରି ନିଜ ଦାୟିତ୍ୱ ସାରି ଦେଉଛି। ରାସ୍ତା ଖୋଳି ସାମାନ୍ୟ ମାଟି ପକାଇ ଛାଡି ଦେଇ ଥିବା ଯୋଗୁଁ କେତେବେଳେ ପି ଡିଏସ ସାମଗ୍ରୀ ଟ୍ରକ ଫସି ରହୁଛି ତ କେତେବେଳେ ଆମ୍ବୁଲାନ୍ସ , ଚାଷ କରିବାକୁ ଯାଉଥିବା ଟ୍ରାକ୍ଟ   ଗତ ଶନିବାର ରୁ ପାଇପ ଜଏଂଟ ଚେକିଂ କରିବାକୁ ଖାତିଗୁଡା ସ୍ଥିତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଗେଟ ଠାରୁ ମାତ୍ର ଚାରି ହାତ ଦୂରରେ ବିରାଟ ତିନି ଫୁଟ ର ଗାତ ଖୋଳି ଛାଡି ଦେଇଛନ୍ତି । ଉକ୍ତ ଗର୍ତ୍ତ କୁ ଚିହ୍ନଟ ପାଇଁ କୌଣସି ବାଧକ ରଖା ଯାଇନି,ମାତ୍ର ଗୋଟିଏ ରିବନ ବାନ୍ଧି ଛାଡି ଦେଇଛନ୍ତି। ଏହି ରାସ୍ତ ଅ ଦେଇ ଛାତ୍ରୀ ଛାତ୍ର ବିଦ୍ୟାଳୟ କୁ ଅସନ୍ତାନ ଯାଆନ୍ତି । ବିଦ୍ୟାଳୟ କର୍ତ୍ତୃପକ୍ଷ ଏହି ଗର୍ତ୍ତ ପାଇଁ ଚିନ୍ତାରେ ।ଯଦି କୌଣସି ପିଲା ଦୌଡ଼ି ଘରକୁ ଯିବା ବା ଆସିବା ବେଳେ ଗର୍ତ୍ତ ରେ ପଡିଲେ ବଦନାମ ହେବେ ସେମାନେ। ଏଣୁ ସପ୍ତାହେ ହେଲାଣି ସାବଧାନ ହୋଇ ରହୁଛନ୍ତି। କିନ୍ତୁ ଆଜି ଛୁଟି ଦିନରେ ଖେଳୁଥିବା ବେଳେ ଅଙ୍ଗନବାଡି ଛାତ୍ରୀ ଟି ଖସି ଯାଇଥିଲା କାନ୍ଦିବାରୁ ତାକୁଉଦ୍ଧାର କରିବାକୁ ଯାଇ ତା ଭାଇ ମଧ୍ୟ ଫସି ଯାଇଥିଲା । ପରେ ପାଖରେ ଥିବା ବାସିନ୍ଦା ଉଭୟଙ୍କୁ ବାହାର କରିଥିଲେ। ଏଭଳିସ୍ଥିତି ଆଉ ଯେଭଳି ନ ଘଟିବ ସେଥିପାଇଁ ପଦକ୍ଷେପ ନେବାକୁ ସାଧାରଣ ରେ ଦାବୀ ହେଉଛି।

ଗୋବର୍ଦ୍ଧନ ସାହୁ ,ତେନ୍ତୁଳିଖୁଣ୍ଟି

Related posts

ମୋ ଘର ଯୋଜନା ର ହିତାଧିକାରୀଙ୍କୁ ଘର ଋଣ ଚେକ ପ୍ରଦାନ

Sunil Chandra Nayak

ଦାଦନ ଗଡରେ ବଢି ଚାଲିଛି ଦାଦନ ମୃତ୍ୟୁ ! ନିଦାବିଷ୍ଣୁ ଶ୍ରମ ବିଭାଗ

masiha

ସମ୍ବଲପୁର ରାଲି ଗଣ୍ଡଗୋଳ ଘଟଣା ପ୍ରତିବାଦକୁ ନେଇ ଦେବସେନା ପକ୍ଷରୁ ରାଜ୍ୟପାଳଙ୍କୁ ସ୍ମାରକପତ୍ର 

Sunil Chandra Nayak

Leave a Comment

error: Content is protected !!