ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ମହିଳାଙ୍କ ଆତ୍ମହତ୍ୟା !  ମୃତା ମହିଳା ଙ୍କ ଭାଇ ଆଣିଲେ ହତ୍ଯା ଅଭିଯୋଗ

ମହିଳାଙ୍କ ଆତ୍ମହତ୍ୟା !  ମୃତା ମହିଳା ଙ୍କ ଭାଇ ଆଣିଲେ ହତ୍ଯା ଅଭିଯୋଗ

ଥୁଆମୂଳ ରାମପୁର:୨୮/୦୯ – (ମନିସ):- ମହିଳା ଜଣକ ଓଢଣୀ ଦେଇ ଆତ୍ମହତ୍ୟା କରିଥିବା ଏକ ଅଭାବନୀୟ ଘଟଣା ଜଣାପଡିଛି। ଘଟଣା ଟି ଘଟିଛି କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର କର୍ଲାପାଟ ଥାନା ଅନ୍ତର୍ଗତ ଭିଜିଗୁଡା ଗ୍ରାମରେ। ଏହି ଗ୍ରାମର ମଳୟ ନାଏକ ୮ ଆଠ ବର୍ଷ ତଳେ କାଶୀପୁର ବ୍ଳକ ଅଡାଜୋର ଗ୍ରାମର କାଞ୍ଚନ ନାଏକ (୩୦)ଙ୍କୁ ବିବାହ କରିଥିଲେ। ତାଙ୍କର ୨ ଗୋଟି ସନ୍ତାନ ରହିଛନ୍ତି, ହେଲେ ପରିବାରର କୌଣସି କାରଣରୁ ଗତ ୨୭/୦୯/୨୦୨୩ ତାରିଖ ଦିନ ଘରେ କାଞ୍ଚନ ନାଏକ ଓଢଣୀ ଦେଇ ଆତ୍ମହତ୍ୟା କରିଥିବା ଜଣାପଡିଥିଲା ତେବେ ମୃତା କାଞ୍ଚନ ନାଏକ ଙ୍କ ପରିବାର ଲୋକେ ଏହାକୁ ଅସ୍ବୀକାର କରି ଝିଅର ମୃତ୍ଯୁ ଘଟଣା କୁ ନେଇ ଏହା ଏହାକୁ ହତ୍ୟା ଅଭିଯୋଗ ଆଣିଛନ୍ତି। ଏହି ଘଟଣା କୁ ନେଇ କର୍ଲାପାଟ ଥାନାରେ ଅଭିଯୋଗ କରିଥିଲେ, ଖବର ପାଇ ଥାନା ଅଧିକାରୀ ଶ୍ରୀ ବିଜୟରାଜ୍ ମାଝୀ ଓ ଏଏସ ଆଇ ଅଜୟ ନାଏକ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଜବତଙ୍କ କରି ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ବ୍ଯବଛେଦ ପାଇଁ ପଠାଇଥିଲେ। ଶବ ବ୍ଯବଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରି ଏସଂକ୍ରାନ୍ତରେ ଏକ ମାମଲା ଋଜୁ କରି କର୍ଲାପାଟ ଥାନା ଅଧିକାରୀ ବିଜୟରାଜ ମାଝୀ ଏହାର ତଦନ୍ତ ଭାର ନେଇଥିବା ସୂଚନାରୁ ଜଣାପଡିଛି।

ଥୁଆମୂଳ ରାମପୁର ବ୍ଳକରୁ ବଳଭଦ୍ର ବାଗଙ୍କ ରିପୋର୍ଟ

Related posts

ରାଇରଙ୍ଗପୁର ଅବକାରୀ ବିଭାଗ ତରଫରୁ ବିଭିନ୍ନ ସ୍ଥାନରେ ଚଢାଉ;୪୯ ଲି ଦେଶୀ ମଦ ଜବତ ସହ ୩ ଜଣଙ୍କ ନାମରେ ମାମଲା ରୁଜୁ

ଦ୍ଵାରଶୁଣି ଘାଟି ରାସ୍ତାରେ ଗୋ ବୋଝେଇ କଣ୍ଟେନର ଦୁର୍ଘଟଣା ଗ୍ରସ୍ତ – ବହୁ ସଂଖ୍ୟାରେ ନିରିହ ଗୋରୁ ମୃତ

masiha

ମୁନିଗୁଡା ରେଞ୍ଜ ଠାରେ ବାଘ ଛାଲ ସହ ୨ ଦେଶି ବନ୍ଧୁକ ଜବତ, ଜଣେ ଗିରଫ 

masiha

Leave a Comment

error: Content is protected !!