ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ବିଦ୍ୟୁତ ତାର ଚୋରି ଓ ହତ୍ୟା ଘଟଣା ର ସମସ୍ତ ଅଭିଯୁକ୍ତ ନିର୍ଦୋଷରେ ଖଲାସ

ବିଦ୍ୟୁତ ତାର ଚୋରି ଓ ହତ୍ୟା ଘଟଣା ର ସମସ୍ତ ଅଭିଯୁକ୍ତ ନିର୍ଦୋଷରେ ଖଲାସ

 ନବରଙ୍ଗପୁର:(୨୪|୧୦)(ରବି ନାରାୟଣ ମହାନ୍ତି)ନବରଙ୍ଗପୁର ଜିଲ୍ଲା ଓ ଦୌରା ଜଜ ମାନ୍ୟବର ବିଚାରପତି ଶ୍ରୀ ସୁବ୍ରତ ମହାନ୍ତି ଏକ ବିଦ୍ୟୁତ ତାର ଚୋରି ଓ ହତ୍ୟା ଘଟଣା ର ବିଚାରଣା କରି ଉପଯୁକ୍ତ ସାକ୍ଷ୍ୟ ପ୍ରମାଣ ଅଭାବରୁ ସମସ୍ତ ଅଭିଯୁକ୍ତଙ୍କୁ ନିର୍ଦୋଷ ରେ ଖଲାସ କରିଛନ୍ତି । ସୂଚନା ଅନୁଯାୟୀ ,ଝରୀଗାଁ ଥାନା ଅନ୍ତର୍ଗତ ଛୁଟାଗୁଡା ଡିଏନକେ ୟୁଭି ୫୧ ଗ୍ରାମର ଜୟନ୍ତ ମାଲାକାର ଗତ ୨୦/୦୯/୨୦୨୩ ତାରିଖ ଦିନ କୋଡ଼ିଙ୍ଗା ଥାନାରେ କେସ ନମ୍ବର ୧୯୬/୨୩ ପ୍ରକାରେ ଏକ ଲିଖିତ ଅଭିଯୋଗ କରିଥିଲେ ଯେ ତାଙ୍କ ଭାଇ ରାଜା ମାଲାକାର ଗତ ତା୧୭/୦୯/୨୦୨୩ ରିଖ ଦିନ ସକାଳ ପ୍ରାୟ ୧୦ ଘଣ୍ଟା ସମୟରେ ବାହାରକୁ ଯାଇ ଆଉ ଫେରିନାହାନ୍ତି l ଘଟଣା ର ତଦନ୍ତ କରି ପୋଲିସ କେ. ରମେଶ ରାଓ,ବିଦ୍ୟାଧର ଗୌଡ଼,କୈଳାସ ଭାଟ,ଯତୀଶ ଭତ୍ରା,ଲକ୍ଷ୍ମଣ ଭତରା ଓ କାର୍ତ୍ତିକ ଗୌଡ଼ କୁ ଭାରତୀୟ ପିଙ୍ଗଳ କୋର୍ଡ ର ଧାରା ୩୦୨ ପ୍ରକାରେ ଗିରଫ କରି କୋର୍ଟ ଚାଲାଣ କରିଥିଲେ l ପୋଲିସ ତଦନ୍ତ ସମୟରେ ଉକ୍ତ ଧାରା ପରିବର୍ତ୍ତିତ ହୋଇ ଭାରତୀୟ ପିଙ୍ଗଳ କୋର୍ଡ ର ଧାରା ୩୦୪,୨୦୧,୩୪ ଓ ବିଦ୍ୟୁତ ଧାରା ର ଦଫା ୧୩୫,୧୩୬,୧୩୯ ରେ ରୂପାନ୍ତରିତ ହୋଇ କୋର୍ଟ ରେ କେସ ନମ୍ବର ସି ଟି ୧୪/୨୪ କେସ ପ୍ରକାରେ କେସ ଦାୟର କରାଯାଇ ବିଚାରଣା କରାଯାଇଥିଲା* l *ସମସ୍ତ ୧୦ ଜଣଙ୍କ ସାକ୍ଷୀ ପ୍ରମାଣ କୁ ଭିତ୍ତି କରି ମାନ୍ୟବର ଜିଲ୍ଲା ଦୌରା ଜଜ ଶ୍ରୀ ସୁବ୍ରତ ମହାନ୍ତି ସମସ୍ତ ଅଭିଯୁକ୍ତଙ୍କୁ ନିର୍ଦୋଷରେ ଖଲାସ କରିଛନ୍ତି* l*ଅଭିଯୁକ୍ତ ଙ୍କ ପକ୍ଷରୁ ମାମଲା କୁ ବରିଷ୍ଠ ଆଇନଜୀବି ନରସିଂହ ତ୍ରିପାଠୀ, ଗୋପାଳ ନାୟକ ପ୍ରଫୁଲ୍ଲ ସିଂ, ଶେକ ବାବା ଅଲିଶା, ଶ୍ରୀକାନ୍ତ କୁମାର ପଣ୍ଡା, ସଞ୍ଜୀବ ଭକ୍ତ ପ୍ରମୁଖ ମାମଲା କୁ ପରିଚାଳନା କରୁଥିଲେ* l

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ଶିମିଳିପାଳ ଅଭୟାରଣ୍ୟରେ ସଶସ୍ତ୍ର ଜଙ୍ଗଲ ମାଫିଆଙ୍କ ଗୁଳିରେ ନିରସ୍ତ୍ର ଲାଠି ଧାରି ବନ ବିଭାଗର ମୁଣ୍ଡ ଗଡିଲା ; ଗଣଶିକ୍ଷା ବିଭାଗ ମନ୍ତ୍ରୀଙ୍କ ପ୍ରତିକ୍ରିୟା

Sunil Chandra Nayak

ବାଣପୁର ଥାନା ଅଞ୍ଚଳରେ ବିବାହିତା ମହିଳାଙ୍କୁ ଜୋର୍ ଜବରଦସ୍ତି ବଳାତ୍କାର କରିବା ସହିତ ଓ ତାଙ୍କର ଆପତ୍ତିଜନକ ଫୋଟୋ ଓ ଭିଡିଓ ସୋସିଆଲ ମିଡିଆରେ ଅପଲୋଡ଼ କରି ଯୁବକ ଗିରଫ !!!

Sunil Chandra Nayak

ନବାବିବାହିତା ସ୍ତ୍ରୀ ନିଖୋଜ, ଥାନାରେ ଏତଲା

Sunil Chandra Nayak

Leave a Comment

error: Content is protected !!