ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ରାଉରକେଲା ରଘୁନାଥପାଲି ପୋଲିସ୍ ଦ୍ବାରା ୩ ବାଇକ ଚୋରଙ୍କ ଗିରଫ୍ ସମେତ ୧୬ଟି ବାଇକ୍ ଜବତ

ରାଉରକେଲା ରଘୁନାଥପାଲି ପୋଲିସ୍ ଦ୍ବାରା ୩ ବାଇକ ଚୋରଙ୍କ ଗିରଫ୍ ସମେତ ୧୬ଟି ବାଇକ୍ ଜବତ

ରାଉରକେଲା ୨୧/୮, ରାଉରକେଲା ପୋଲିସ୍ ଜିଲ୍ଲାର ରଘୁନାଥପାଲି ଥାନା ପକ୍ଷରୁ ତଦନ୍ତ ସମୟରେ ୩ ବାଇକ୍ ଚୋରଙ୍କୁ ଗିରଫ କରିବା ସହ ୧୬ଟି ବାଇକ୍ ଜବତ୍ କରିଛି। ତିନି ଚୋରଙ୍କ ବିରୁଦ୍ଧରେ ରଘୁନାଥପାଲ୍ଲୀ ଥାନା କେସ୍ ନମ୍ବର ୪୫୫/ ତାରିଖ ୧୮-୮-୨୦୨୫ ରୁଜୁ କରାଯାଇ ବିଏନ୍ଏସ୍ ଧାରା ୩୦୩(୨)ରେ ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି। 

  ସୂଚନା ଅନୁସାରେ ଏହି ୩ ଅଭିଯୁକ୍ତ ରାଉରକେଲାର ଜଗଦାରୁ କୋଇଡା ପର୍ଯ୍ୟନ୍ତ ବାଇକ ଚୋରି କରି ଝାଡ଼ଖଣ୍ଡ ଏବଂ ଅନ୍ୟାନ୍ୟ ସ୍ଥାନରେ ବିକ୍ରି କରୁଥିବା ଅଭିଯୋଗ ହୋଇଥିଲା। ଏହି ତିନି ଅଭିଯୁକ୍ତ ହେଲେ ଜଗଦା ସି ବ୍ଲକର ଶଙ୍କର ଲୋହାର ଓରଫ୍ ସୋନୁ (୩୬), କୋଇଡା ଭଞ୍ଜପାଲିର ରବି ଲୋହାର (୨୧) ଏବଂ କୋଇଡା ଆଜାଦ୍ ବସ୍ତିର ପଣ୍ଡା ମହାକୁଡ (୩୨)। ଘଟଣାର ଅଧିକ ତଦନ୍ତ ଜାରି ରହିଛି । ଆଜି ରାଉରକେଲା ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ରାଉରକେଲା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ରାଜକିଶୋର ମିଶ୍ର ଏହି ସୂଚନା ଦେଇଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ରାଜକିଶୋର ମିଶ୍ରଙ୍କ ସମେତ ଜୋନ-୨ ଡିଏସପି ଅମରେନ୍ଦ୍ର ସାଣ୍ଡ, ରଘୁନାଥପାଲ୍ଲୀ ଥାନା ଅଧିକାରୀ ରାଜେନ୍ଦ୍ର ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ।

        ଏହି ଅଭିଯୁକ୍ତମାନଙ୍କ ବିରୋଧରେ ବିଭିନ୍ନ ଥାନାରେ ମାମଲା ରହିଥିବା ପୋଲିସ୍ ପକ୍ଷରୁ ସୂଚନା ଦିଆଯାଇଛି। ସେଥିମଧ୍ୟରୁ ରଘୁନାଥପାଲି ଥାନାର କେସ୍ ନମ୍ବର-୪୫୫/୨୦୨୫, କେସ୍ ନମ୍ବର-୪୬୦/୨୫, କେସ୍ ନମ୍ବର-୩୧୨/୨୫। ଟାଙ୍ଗରପାଲି ଥାନାର କେସ୍ ନମ୍ବର-୬୦/୨୫, କେସ୍ ନମ୍ବର ନମ୍ବର-୧୬୭/୨୫, କେସ୍ ନମ୍ବର-୧୬୭/୨୪ ଏବଂ କେସ୍ ନମ୍ବର-୩୧୨/୨୪ ଅନ୍ତର୍ଭୁକ୍ତ। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ବାଦାମ ପାହାଡ଼ ଅଂଚଳରେ ଅବକାରୀ ବିଭାଗର ଚଢାଉ* ୮୭ ଲିଟରଦେଶୀ ରନ୍ଧା ମଦ ଜବତ ସହ ୫ ଜଣଙ୍କୁ ଗିରଫ

masiha

ନିରିହ ଲୋକଙ୍କୁ ହନୁମାନ ମୁଦ୍ରା ଓ ୨/୩ ବର୍ଷରେ ଟଙ୍କା ଦୁଇଗୁଣ ତିନିଗୁଣା ପ୍ରଲୋଭନ ଦେଖାଉଥିବା ୩ ଜଣ ଠକଙ୍କୁ କୋର୍ଟ ଚାଲାଣ ନେଇ ଏସଡିପିଓଙ୍କ ଖବରଦାତା ସମ୍ମିଳନୀ

Sunil Chandra Nayak

ପାଟଣାଗଡ ପାର୍ସଲ ବୋମା ବିସ୍ଫୋରଣ ମାମଲା । ଶେଷହେଲା ବିତର୍କ , ୨୮ ରେ ରାୟ ପ୍ରକାଶ ଦିନ ଧାର୍ଯ୍ୟ

masiha

Leave a Comment

error: Content is protected !!