ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଭିନ୍ନକ୍ଷମ ଶିକ୍ଷକଙ୍କୁ ଆକ୍ରମଣ ମାମଲା, ଚର୍ଚ୍ଚା ରେ ପୋଲିସ ଅପରାଧୀଙ୍କୁ ସୁରକ୍ଷା ଦେଉଛି କି ?

ବଲାଙ୍ଗୀର ଜିଲ୍ଲାର ଦେଓଗାଁ ଵ୍ଳକର ଵଡଵାହାଲ ଗ୍ରାମର ଭିନ୍ନକ୍ଷମ ଶିକ୍ଷକ କିଶୋର ସାହୁଙ୍କୁ ମରଣାନ୍ତକ ଆକ୍ରମଣ। ଆକ୍ରମଣ ଜଣେ ଭିନ୍ନକ୍ଷମ ଶିକ୍ଷକ କୁ। ମରଣାନ୍ତକ ଆକ୍ରମଣ କରାଯାଇଥିବା ବେଳେ ଆକ୍ରମଣକାରୀ ମାନଙ୍କୁ ପୋଲିସ ଏ ପର୍ଯ୍ୟନ୍ତ ଗିରଫ କରି ପାରି ନାହିଁ । ଏହି ଭିନ୍ନକ୍ଷମ ଶିକ୍ଷକ ବିଷୟ ରେ ଵିଭିନ ପତ୍ର ପତ୍ରିକା ରେ ପ୍ରକାଶ ପାଇଥିଲେ ମଧ୍ୟ ପୋଲିସ ର କାର୍ଯ୍ୟାନୁଷ୍ଠାନ ଶୁନ ଅପରାଧୀ କୁ ଘଣ୍ଟ ଘୋଡାଉଛି ପୋଲିସ। ଏଠି ଜନସାଧାରଣ ରେ ପ୍ରଶ୍ନ ଉଠୁଛି ଅପରାଧୀ ମାନେ କାହାର ଛତ୍ରଛାୟା ତଲେ ? ଏପରିକି ଭିନ୍ନକ୍ଷମ ଶିକ୍ଷକ ଜଣକ ମାନବାଧିକାର କମିଶନର ଦ୍ୱାରସ୍ଥ ହୋଇଥିଲେ ମଧ୍ୟ ଫଳ ଶୁନ୍ ହୋଇଛି । ବଲାଙ୍ଗୀର ଜିଲ୍ଲା ତୁଷୁରା ଥାନ୍ତ ଅନ୍ତର୍ଗତ ବଡବାହାଲ ଗ୍ରାମର ଏହି ଭିନ୍ନକ୍ଷମ ଶିକ୍ଷକ କିଶୋର କୁମାର ସାହୁ(୩୫)ଙ୍କୁ ବାଇକ୍ ରେ ତୁଷୁରା ଯାଉଥିବା ସମୟରେ ଗ୍ରାମର କିଛି ଯୁବକ ମରଣାନ୍ତକ ଆକ୍ରମଣ କରିଥିଲେ । ତେବେ ଏ ସଂକ୍ରାନ୍ତରେ ଭିନ୍ନକ୍ଷମ ଶିକ୍ଷକ ଜଣକ ତୁଷରା ଥାନରେ ଲିଖିତ ଅଭିଯୋଗ କରିଥିଲେ । ଏହା ହେଉଛି ଗତ ମେ ମାସର ଘଟଣା । ଆଜକୁ ଦୀର୍ଘ ୬ ମାସ ହେଲା ଏ ଘଟଣାରେ ସଂପୃକ୍ତ ଅପରାଧୀ ମାନଙ୍କୁ ଧରିବାରେ ପୋଲିସ ବିଫଳ ହୋଇଛି । ଭିନ୍ନକ୍ଷମ ଶିକ୍ଷକ ଜଣକ ପୋଲିସ ଠାରୁ ଆରମ୍ଭ କରି ଜିଲ୍ଲାପାଳ ଏପରିକି ମାନବାଧିକାର କମିଶନଙ୍କ ଦ୍ୱାରସ୍ଥ ହୋଇ ସାରିଲେଣି । କୁଆଡେ ପୋଲିସ ଅପରାଧୀ ମାନଙ୍କୁ ଘଣ୍ଟ ଘୋଡାଉ ଥିବା ଅଭିଯୋଗ ହେଉଛି । ତେଣୁ ବଲାଙ୍ଗୀର ଜିଲ୍ଲା ପ୍ରଶାସନ,ରାଜ୍ୟ ସରକାର ତୁରନ୍ତ ପଦକ୍ଷେପ ଗ୍ରହଣ କରିବା ପାଇଁ ଜନସାଧାରଣ ରେ ଚର୍ଚ୍ଚା ଜୋର ଧରିଛି । ପୋଲିସ ର କାର୍ଯ୍ୟକଳାପ ନେଇ ଭିନ୍ନକ୍ଷମ ଶିକ୍ଷକ କିଶୋର ସାହୁ ଙ୍କର ପରିବାର ମାନସିକ ଭାରସାମ୍ୟ ହରାଇ ଵସିଲେଣି,ଆଗାମୀ ଦିନରେ ନ୍ୟାୟ ନପାଇଲେ ପରିବାର ପକ୍ଷରୁ ଜିଲ୍ଲାପାଳ ଙ୍କର ଅଫିସ ସାମାନା ରେ ଧାରଣା ଦେଵେ ଵୋଲି ଗଣମାଧ୍ୟମ ପ୍ରତିନିଧିମାନଙ୍କର ଆଗରେ ପ୍ରକାଶ କରିଛନ୍ତି ।

ବଲାଙ୍ଗୀର ରୁ ଦୁର୍ଯ୍ୟୋଧନ ବର୍ଗେ ଙ୍କ ରିପୋର୍ଟ 

Related posts

ହାତୀଦାନ୍ତ ବନ ବିଭାଗ ଯନ୍ତାରେ ୫ ବନ ତସ୍କରୀ; ୪ ଖଣ୍ଡ ହାତୀ ଦାନ୍ତ ଜଵତ

ମକା ବୋଝେଇ ଟ୍ରକ ଚୋରୀ ଅଭିଯୋଗ, ଟ୍ରକ ଜବତ

Sunil Chandra Nayak

ଏ ଏସ୍ ଆଇ ଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର 

masiha

Leave a Comment

error: Content is protected !!