ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶିକ୍ଷକ ଅଭାବ, ଶିକ୍ଷାଦାନ ବ୍ୟାହାତ , ଶିକ୍ଷକ ନିଯୁକ୍ତି ନେଇ ଜିଲ୍ଲା ପ୍ରଶାସନର ଦ୍ବାରସ୍ଥ ହେଲେ ଗ୍ରାମବାସୀ 

ଢେଙ୍କାନାଳ, ୦୮.୦୫.୨୦୨୩ – ଢେଙ୍କାନାଳ ଜିଲ୍ଲା ଓଡାପଡା ବ୍ଲକ୍ ଅନ୍ତର୍ଗତ ଦିନବନ୍ଧୁପୁର ଅଂଚଳ ଉଚ୍ଚ ବିଦ୍ୟାଳୟରେ ଶିକ୍ଷକ ଅଭାବ ଯୋଗୁଁ ଶିକ୍ଷାଦାନ ଗୁରୁତର ଭାବେ ବାଧାପ୍ରାପ୍ତ ହୋଇଛି । ଉଭୟ ନବମ ଓ ଦଶମ ଶ୍ରେଣୀରେ ୧୧୦ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି । ପାଠପଢା ନିମନ୍ତେ ୮ଜଣ ଶିକ୍ଷକଙ୍କ ମଧ୍ୟରୁ ୪ଜଣ ଅବସର ନେଇଛନ୍ତି । ଦୁଇଜଣ ବିଜ୍ଞାନ ଶିକ୍ଷକ, ଜଣେ ହିନ୍ଦି ଶିକ୍ଷକ ଓ ଜଣେ ଲେଖାଏଁ କ୍ରୀଡା ଓ କଳା ଶିକ୍ଷକ ରହିଛନ୍ତି । କଳା ଶିକ୍ଷକଙ୍କର ଜୁନ୍ ୩୦ରେ ଅବସର ହେବାର ଅଛି । ତେବେ ତିନିଜଣ ଶିକ୍ଷକରେ ବିଦ୍ୟାଳୟର ଶିକ୍ଷାଦାନ ଆହୁରି ଅସୁବିଧା ସୃଷ୍ଟି କରିବ । ବିଦ୍ୟାଳୟରେ ଦୁଇଜଣ କଳା ଶିକ୍ଷକ ନିଯୁକ୍ତି କରିବା ପାଇଁ କଳାଙ୍ଗ ଗ୍ରାମପଂଚାୟତ ସରପଂଚ ବିଶ୍ଵରଞ୍ଜନ ନାୟକ, ଶିଶିର କୁମାର ସାମଲ, ଆଦିକନ୍ଦ କାଣ୍ଡିଆ, ରମେଶ ସାମଲ, ଅକ୍ଷୟ ସାମଲ ପ୍ରମୁଖ ଦିନବନ୍ଧୁପୁରର ଗ୍ରାମବାସୀମାନେ ସୋମବାର ଜିଲ୍ଲାପାଳ ଓ ଜିଲ୍ଲା ଶିକ୍ଷାଧ୍ୟାକାରୀଙ୍କୁ ଭେଟି ସମସ୍ୟା ସମ୍ପର୍କରେ ଅବଗତ କରିବା ସହିତ ତୁରନ୍ତ ଶିକ୍ଷକ ନିଯୁକ୍ତି କରିବାକୁ ଲିଖତ ଭାବେ ଜଣାଇଛନ୍ତି ।

ଶୁଭମ୍ ପାଣି ଙ୍କ ରିପୋର୍ଟ 

Related posts

ଜେକେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ

Sunil Chandra Nayak

ମହାବୀର ଶାନ୍ତି ସଂଗଠନର କାର୍ଯ୍ୟକର୍ତ୍ତା ସମ୍ମିଳନୀ

Sunil Chandra Nayak

ରାୟଗଡା ଜିଲ୍ଳା ଆଇନ ସେବା ପ୍ରାଧିକରଣ ଦ୍ୱାରା ବିଶ୍ୱ ପରିବେଶ ଦିବସ ପାଳନ

masiha

Leave a Comment

error: Content is protected !!