ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ତାରଣାରେ ଗୁରୁ ଗୋମକେଙ୍କର ଜନ୍ମ ବାର୍ଷିକ ସମାରୋହ

ମୟୂରଭଞ୍ଜ -୦୮/୦୫ (ମସିହା) ଜାମଦା ବ୍ଲକର ବିନ୍ଦୁଚାନ୍ଦାନ ଅଲ ଇତୁନ ଆଶ୍ଳା ତାରଣା ପକ୍ଷରୁ ୧୧୯ ତମ ଗୁରୁ ଗୋମକେ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଜନ୍ମବାର୍ଷିକ ଉତ୍ସବ ମହାଆନନ୍ଦରେ ପାଳିତ ହୋଇଯାଇଛି |

  ଆଶ୍ଳାର ଚେୟାରମ୍ୟାନ ବାଇଧରୁ ସୋରେନ,ଆଶ୍ଳା ମାଚେଦ୍ ଗମକେୟ ହେମନ୍ତ ମୁର୍ମୁ,ସଂଯୋଜକ ସୀତାରାମ ମୁର୍ମୁ , ଗାଁର ଗୁରୁ ତଥା ବୟସ୍କ ବ୍ୟକ୍ତି ବାସ୍ତା ହାଁସଦାଃ, ବାଇଧର ସୋରେନ,ଯୁବ ଛାତ୍ରୁ ମଙ୍ଗଲ ମାର୍ଣ୍ଡି କହିଥିଲେ,ଏକ ସାଧାରଣ ମଣିଷ ନିଜର ସାଧନା ତଥା କାର୍ଯ୍ୟ ଯୋଗୁଁ ଆଜି ହୋଇପାରିଛନ୍ତି ଏକ ଅସାଧାରଣ ବ୍ୟକ୍ତିତ୍ଵ । ଆଜି ସାନ୍ତାଳୀ ସମ୍ପ୍ରଦାୟର ଲୋକେ ତାଙ୍କୁ ପୂଜା କରନ୍ତି ତଥା ସମ୍ପ୍ରଦାୟର ଲୋକଙ୍କ ଆଦର୍ଶ ଭାବରେ ପରିଚିତ । ଆଜି ମଧ୍ୟ ଗୁରୁ ପୁର୍ଣିମା ଦିନ ମୟୁରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ନିକଟସ୍ଥ କପିବୁରୁ ଅଞ୍ଚଳ ଲୋକାରଣ୍ୟ ହୋଇଉଠେ ଗୁରୁଙ୍କ ପୂଜା ପାଇଁ । ସେଇ ଗୁରୁ ଯାହାଙ୍କ ଯୋଗୁଁ ଆଜି ସମ୍ଭବ ହୋଇଛି ସାନ୍ତାଳୀ ଭାଷାର ଲିପି ।ଶେଷରେ ଅତିଥି ସମାଜସେବୀ ପ୍ରଶ୍ନ କୁମାର ଶତପଥୀ ସମସ୍ତଙ୍କୁ ସାଧୁବାଦ ଅର୍ପଣ କରିଥିଲେ |

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ଚାନ୍ଦିଲି, ପେଣ୍ଟା ଓ କର୍ଲାକଣା ପଞ୍ଚାୟତରେ ବୁଲିଲା ବିକାଶ ବାହନ

masiha

ଶ୍ରମିକ ବିରୋଧୀ କଳା ଶ୍ରମ କୋଡ଼ ପ୍ରତ୍ୟାହାର ଦାବିରେ ମହାମହିମ ରାଷ୍ଟ୍ରପତିଙ୍କୁ ମିଳିତ ଟ୍ରେଡ ୟୁନିୟନ ମଞ୍ଚର ଦାବିପତ୍ର.

Sunil Chandra Nayak

ଅଧାରୁ ପାଠ ଛାଡିଥିବା ୬୩ ଛାତ୍ରଛାତ୍ରୀଙ୍କ ପୁନଃ ନାମଲେଖା

masiha

Leave a Comment

error: Content is protected !!